ମହିମାଙ୍କ ଚିକିତ୍ସା ଲାଗି ଘର ଘର ବୁଲି ସାହାଯ୍ୟ ମାଗୁଛନ୍ତି "ଶ୍ରବଣ ସେବା ଅନୁଷ୍ଠାନ"

Published By : Prameya-News7 Bureau | October 10, 2021 IST

ବ୍ରହ୍ମପୁର, ୧୦/୧୦: ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ପଣ୍ଡା ସାହିର ଅଭିମନ୍ୟୁ ନାହାକଙ୍କ ପୁଅ ମହିମା ନାହାକ (୨୭) ଦୀର୍ଘ ୬ମାସରୁ ଅଧିକ ଦିନ ହେବ କ୍ୟାନସର ରୋଗରେ ପୀଡ଼ିତ l ପାଞ୍ଚ ମାସ ହେବ ମହିମା ବିବାହ କରିଥିବା ବେଳେ ଏକ ଗ୍ୟାରେଜ କରି  ହସଖୁସିରେ ସଂସାର ଚଳାଉଥିଲେ । ମହିମା କ୍ୟାନସର ରୋଗରେ ପୀଡ଼ିତ ହୋଇଥିବା ଜାଣିବା ପରେ ପରିବାର ଲୋକେ ପ୍ରଥମେ କୋଦଳା, ପରେ ବ୍ରହ୍ମପୁର, କଟକ, ବିଶାଖାପାଟଣା ଏବେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି । ମହିମାଙ୍କ ଚିକିତ୍ସା ଲାଗି ୨୪ ଲକ୍ଷ ଟଙ୍କା ଦରକାର ହେଉଥିବାରୁ ଏତେ ପରିମାଣର ଅର୍ଥ କିପରି ଯୋଗାଡ଼ କରିବେ ଭାବି ଚିନ୍ତାରେ ଅଛନ୍ତି ପରିବାର ଲୋକ । ଧାର କରଜ କରି ବହୁ ଟଙ୍କା ଖର୍ଚ୍ଚ କରିସାରିଲେଣି l ଯାହାଦ୍ୱାରା ସହାୟତା ପାଇଁ ନିବେଦନ କରିଛନ୍ତି ପରିବାର ଲୋକ ।

ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଶ୍ରବଣ ସେବା ଅନୁଷ୍ଠାନର କିଛି ଯୁବକ ଏବଂ ଅଞ୍ଚଳର କିଛି ସାଙ୍ଗସାଥି ମିଶି କୋଦଳାରେ ଘରକୁ ଘର ବୁଲି ଆର୍ଥିକ ସାହାଯ୍ୟ ମାଗୁଛନ୍ତି l ଯଦି କୌଣସି ବୈଦାନ୍ୟ ବ୍ୟକ୍ତି ମହିମାଙ୍କ ଚିକିତ୍ସା ଲାଗି  ସହାୟତା ଯୋଗାଇବା ପାଇଁ ଚାହାନ୍ତି ତେବେ - (ଅଲେଖ ନାହାକ, କୋଦଳା ଏସବିଆଇ ଆକାଉଣ୍ଟ ନମ୍ବର- ୨୦୦୯୦୩୮୫୫୯୬, ଆଇଏଫସି କୋର୍ଡ SBIN0001336 ) କିମ୍ବା ଫୋନ ପେ କି ଗୁଗୁଲ ପେ ମାଧ୍ୟମରେ ସହାୟତା କରିବାକୁ ହେଲେ ନମ୍ବର-(ମହିମା ନାହାକ ୭୦୬୪୮୧୧୨୧୪, ଅଲେଖ ନାହାକ ୯୧୬୩୩୮୭୯୭୮)ରେ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.