ଶ୍ରାବଣ ମାସ ତୃତୀୟ ସୋମବାରରେ କାଉଡିଆଙ୍କ ଜଳଲାଗି

Published By : Prameya-News7 Bureau | August 13, 2018 IST

ଅଘଟଣ ଏବଂ ଦୁଃଖଦ ପରିଣତି ସତ୍ତ୍ବେ ଆଜି ଶ୍ରାବଣ ତୃତୀୟ ସୋମବାରରେ ଶୈବ ପୀଠରେ କମ୍ ନଥିଲା ଗହଳି । ପ୍ରାୟ ୩୦ ହଜାରରୁ ଅଧିକ କାଉଡ଼ିଆ ପୁରୀର ଶ୍ରୀ ଶ୍ରୀ ଲୋକନାଥଙ୍କ ପୀଠରେ ଜଳାଭିଷେକ କରିଛନ୍ତି । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ହୋଇଛି ବ୍ୟାପକ ବ୍ୟବସ୍ଥା । ଶ୍ରାବଣର ତୃତୀୟସୋମବାର । ମହାଦେବଙ୍କ ନିକଟରେ ଜଳାଭିଷେକ କରିବା ପାଇଁ କାଉଡ଼ିଆଙ୍କର ପ୍ରବଳ ଗହଳି ଲାଗିଥିଲା ପୁରୀର ଶ୍ରୀ ଶ୍ରୀ ଲୋକନାଥଙ୍କ ପୀଠରେ। ଭକ୍ତଙ୍କ ସଂଖ୍ୟାରେ ଅହେତୁକ ବୃଦ୍ଧି ଯୋଗୁଁ ରାତି ୧୨ ଟା ୧୫ ରୁ ଜଳାଭିଷେକ ଆରମ୍ଭ ହୋଇଥିଲା । ଭକ୍ତମାନେ ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନରେ ଅପେକ୍ଷା କରି ପ୍ରଭୁ ଶ୍ରୀ ଲୋକନାଥ ଦେବଙ୍କୁ ଜଳାଭିଷେକ କରିବା ସହିତ ପୂଜାର୍ଚ୍ଚନା କରିଥିଲେ । ତେବେ ଗତକାଲି ପ୍ରବଳ ବର୍ଷା ଯୋଗୁଁ ବେଢ଼ା ଭିତରେ ଆଣ୍ଠୁଏ ଉଚ୍ଚର ବର୍ଷା ଜଳ ଜମି ରହିଥିଲା। ପ୍ରଶାସନ ତରଫରୁ ୫ ଟି ମଟର ପମ୍ପ ଲଗାଯାଇ ବର୍ଷା ଜଳ ନିଷ୍କାସନ କରାଯାଇଥିଲା। ଭକ୍ତଙ୍କ ଶୃଙ୍ଖଳା ଦୃଷ୍ଟିରୁ ଛପନଛକ ଠାରୁ ବ୍ୟାରିକେଟ୍ ଭିତରେ ପ୍ରବେଶ କରି ପାର୍ବତୀ ସାଗର ପଛପଟ ଦେଇ କାଉଁଡ଼ିଆମାନେ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.