Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ଶ୍ରବଣ ରାଠୋର କରୋନା ସଂକ୍ରମିତ: ହସ୍ପିଟାଲରେ ଭର୍ତ୍ତି, ଅବସ୍ଥା ଗୁରୁତର

19/04/2021 at 2:03 PM

ମୁମ୍ୱାଇ ୧୯/୪: ୯୦ ଦଶକର ହିଟ୍ ଯୋଡି ନଦୀମ-ଶ୍ରବଣ ଯୋଡି ମଧ୍ୟରୁ ଶ୍ରବଣ ରାଠୋର କରୋନା ସଂକ୍ରମିତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ଗୁରୁତର ଅଛି । ସୂଚନା ଯୋଗ୍ୟ ଯେ, ତାଙ୍କଠାରେ କୋଭିଡ ଲକ୍ଷଣ ଦେଖାଦେବାରୁ ତାଙ୍କର ଟେଷ୍ଟ କରାଯାଇଥିଲା । ପରେ ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା ।

ଶନିବାର ଏଥିପାଇଁ ତାଙ୍କୁ ହିନ୍ଦୁଜା ହସ୍ପିଟାଲର ଭର୍ତ୍ତି କରାଯାଇଛି । ତେବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଅତି ଗୁରୁତର ରହିଛି । କୋଭିଡ ବ୍ୟତୀତ ତାଙ୍କଠାରେ ଅନ୍ୟ ରୋଗ ବି ଅଛି । ସେଥିପାଇଁ ସଂକ୍ରମଣ ମାତ୍ରା ବଢିଯାଇଛି ଓ କଣ୍ଡିସନ ଖରାପ ଅଛି । ୯୦ ଦଶକରେ ନଦୀମ ଅଖତରଙ୍କ ସହ ମିଶି ସେ ଇଣ୍ଡଷ୍ଟ୍ରିରେ କରୁଥିଲେ ରାଜ୍ । ଦର୍ଶକଙ୍କୁ ଦେଇଥିବା ଗୋଟିଏ ପରେ ଗୋଟିଏ ଗୀତ ଚାର୍ଟ ବଷ୍ଟରରେ ବେଶ୍ ହିଟ୍ ସାବ୍ୟସ୍ତ ହୋଇଥିଲା । ତାଙ୍କ ନିର୍ଦ୍ଦେଶିତ ଆଶିକୀ, ସାଜନ, ସଡକ, ଦିଲ ହେ କି ମାନତା ନେହିଁ, ସାଥୀ, ଦିଓ୍ୱାନା, ଫୁଲ ଓ୍ୱୌର କାଣ୍ଟେ ଭଳି ବହୁତ ହିଟି ଗୀତ ରହିଛି ।

   Related Posts