Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ପଶ୍ଚିମବଙ୍ଗରେପୁଣି ମୁଣ୍ଡ ଟେକିଲା ନାରଦ, ବରିଷ୍ଠ ଆଇପିଏସ ଅଫିସର ଏସଏମଏଚ୍ ମିର୍ଜା ଗିରଫ

26/09/2019 at 5:51 PM

ନୂଆଦିଲ୍ଲୀ: ପୁଣି ମୁଣ୍ଡ ଟେକିଲା ନାରଦ ଷ୍ଟିଂ ମାମଲା। ବରିଷ୍ଠ ଆଇପିଏସ୍ ଅଫିସର ଏସଏମଏଚ୍ ମିର୍ଜାଙ୍କୁ ଗୁରୁବାର ସିବିଆଇ ଗିରଫ କରିଛି। ନାରଦ ନ୍ୟୁଜ୍ ପୋର୍ଟାଲ ଓ ମାଥ୍ୟୁ ସାମୁଏଲ ଏହି ଷ୍ଟିଂ କରିଥିବା ବେଳେ ମିର୍ଜା ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଥିଲେ। ରାଜନେତାଙ୍କ ଲାଗି ମିର୍ଜା ଜନୈକ ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ନେଉଥିବା ସମୟର ଦୃଶ୍ୟ ଷ୍ଟିଂ ଅପରେସନରେ ଧରାପଡିଥିଲେ।

ମାମଲାର ତଦନ୍ତରେ ସିବିଆଇ ମିର୍ଜାଙ୍କୁ ଗତ ଜୁନ ମାସରେ ପଚରା ଉଚରା କରିଥିଲା। ଏଥିରେ ଟିଏମସି ନେତା ମୁକୁଲ ରାୟଙ୍କ ସହ ତାଙ୍କର ସମ୍ପର୍କ ନେଇ ମଧ୍ୟ ପଚରା ଯାଇଥିଲା। କାହା ନିର୍ଦ୍ଦେଶରେ ମିର୍ଜା ସାମୁଏଲଠାରୁ ଟଙ୍କା ନେଇଥିଲେ ସେ ନେଇ ତାଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପଚରା ଉଚରା କରାଯାଇଥିଲା। ୨୦୧୪ ମସିହାରେ ହୋଇଥିବା ଏହି ଷ୍ଟିଂ ଅପରେସନରେ ତୃଣୂଳ କଂଗ୍ରେସର ଅନେକ ସାଂସଦ ଓ ନେତାଙ୍କୁ ସାମୁଏଲଠାରୁ ଟଙ୍କା ନେଉଥିବାର ଭିଡିଓରେ ଦେଖା ଯାଇଥିବା ବେଳେ ଏମାନଙ୍କ ମଧ୍ୟରେ ମିର୍ଜା ମଧ୍ୟ ଥିଲେ।

୨୦୧୬ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ଷ୍ଟିଂ ଭିଡିଓ ସାମ୍ନାକୁ ଆସିଥିଲା। ଯାହାକୁ ନେଇ ପଶ୍ଚିମବଙ୍ଗରେ ଖୁବ ହଟଚମଟ ସୃଷ୍ଟି ହୋଇଥିଲା। କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ ଟିଏମସିର ସାଂସଦ ଓ ନେତାଙ୍କ ସମେତ ମିର୍ଜାଙ୍କ ବିରୋଧରେ ମଧ୍ୟ ମୋକଦ୍ଦମା ରୁଜୁ କରିଥିଲା। ମିର୍ଜାଙ୍କ ବିରୋଧରେ ଆଗତ ଅଭିଯୋଗର ପ୍ରମାଣ ମିଳିବା ପରେ ସିବିଆଇ ତାଙ୍କୁ ଶେଷରେ ଗିରଫ କରିଛି।

   Related Posts