ସିଏସି ଅଧ୍ୟକ୍ଷପଦରୁ ଇସ୍ତଫା ଦେଲେ କପିଲ ଦେବ, ଜାଣନ୍ତୁ କାରଣ ସମ୍ପର୍କରେ କହିଛନ୍ତି କ’ଣ

Published By : Prameya-News7 Bureau | October 02, 2019 IST

ବିସିସିଆଇର କ୍ରିକେଟ ଆଡଭାଇଜରୀ କମିଟି (ସିଏସି)ର ଅଧ୍ୟକ୍ଷ ପଦରୁ ପୂର୍ବତନ କ୍ରିକେଟର କପିଲ ଦେବ ଇସ୍ତଫା ଦେଇଛନ୍ତି। ବିସିସିଆଇଙ୍କ ଇଥିକ୍ସ ଅଧିକାରୀ  ଡି.କେ. ଜୈନଙ୍କ ନୋଟିସ ଆଧାରରେ ସେ ଏହି ପଦକ୍ଷେପ ନେଇଛନ୍ତି। ନୋଟିସ ମିଳିବା ମାତ୍ରେ କପିଲ ତାଙ୍କ ପଦରୁ ଇସ୍ତଫା ଦେଇଥିବା ବେଳେ ସିଏସିର ଆଡହକ ସଦସ୍ୟ ଭାବେ ସେ ବେଶ୍ ଖୁସ୍ ଥିଲେ ଓ ମେନ୍ସ କ୍ରିକେଟ ଲାଗି କୋଚ୍ ଚୟନ ସବୁଠାରୁ କଷ୍ଟକର ବ୍ୟାପାର ବୋଲି କହିଛନ୍ତି।

{"id":165476}

ଇଥିକ୍ସି ଅଧିକାରୀଙ୍କ ନୋଟିସ ପରେ ପରେ ସିଏସିର ଅନ୍ୟତମ ସଦସ୍ୟ ଶାନ୍ତା ରଙ୍ଗାସ୍ୱାମୀ ମଧ୍ୟ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସିଏସି କନଫ୍ଲିକ୍ଟ ଅଫ ଇଣ୍ଟରେଷ୍ଟ ପ୍ରସଙ୍ଗରେ ଇଥିକ୍ସ ଅଧିକାରୀ ଏହି ନୋଟିସ ଜାରି କରିଥିବା  ବେଳେ ୧୦ ଦିନ ମଧ୍ୟରେ ଜବାବ ତଲବ କରିଥିଲେ। ଗତମାସରେ ସିଏସି କୋଚ୍ ଚୟନ କରିଥିଲେ। ଏଥିରେ ରବି ଶାସ୍ତ୍ରୀଙ୍କୁ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଚୟନ କରାଯାଇଥିଲା। ଏଣୁ କପିଲ ଓ ଶାନ୍ତା ରଙ୍ଗାସ୍ୱାମୀଙ୍କ ଇସ୍ତଫା ପରେ ରବି ଶାସ୍ତ୍ରୀଙ୍କ ନିଯୁକ୍ତିର ଏବେ ଯାଞ୍ଚ ହୋଇପାରେ।

{"id":165477}

ଶାସ୍ତ୍ରୀ ୨୦୧୭ ମସିହାରେ ପ୍ରଥମ ଥର ଟିମ୍ ଇଣ୍ଡିଆର କୋଚ୍ ମନୋନୀତ ହୋଇଥିଲେ। ତାଙ୍କର କାର୍ଯ୍ୟକାଳ ସମାପ୍ତ ହେବା ପରେ ସେପ୍ଚେମ୍ବର ୧୬ ତାରିଖରେ ତାଙ୍କୁ ପୁଣି କୋଚ୍ ମନୋନୀତ କରାଯାଇଥିବା ବେଳେ ସେ ୨୦୨୧ ପର୍ଯ୍ୟନ୍ତ ଏହି ପଦବୀରେ ରହିବେ। ତେବେ ଯାଞ୍ଚ ପରେ ବିସିସିଆଇ ପୁଣି ଶାସ୍ତ୍ରୀଙ୍କୁ କୋଚ୍ ନିଯୁକ୍ତ କରିବେ ବୋଲି କୁହାଯାଉଛି। ତେବେ ସିଏସିଙ୍କ ବିରୋଧରେ ମଧ୍ୟପ୍ରଦେଶ କ୍ରିକେଟ ଆସୋସିଏସନର ସଦସ୍ୟ ସଞ୍ଜୀବ ଗୁପ୍ତା ଅଭିଯୋଗ ଆଣିଥିଲେ। କୋଚ୍ ଚୟନରେ ଅନିୟମିତତା ସନ୍ଦେହ ପ୍ରକାଶ କରିବା ସହ ସିଏସି କାର୍ଯ୍ୟକର୍ତ୍ତା ଏକ ସମୟରେ ଅନେକ କାମରେ ଜଡିତ ରହିଥିବାର ଅଭିଯୋଗ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.