'ବେଙ୍ଗଲୀ ଅସ୍ମିତା' ପ୍ରସଙ୍ଗ: ରିୟାଙ୍କୁ ସମର୍ଥନ କଲେ ଅଧିର ରଞ୍ଜନ ଚୌଧୁରୀ, ଜାଣନ୍ତୁ କହିଛନ୍ତି କ'ଣ?

Published By : Prameya-News7 Bureau | September 11, 2020 IST

କୋଲକାତା :  ବେଙ୍ଗଲ ପ୍ରଦେଶ କଂଗ୍ରେସ ସଭାପତି ଦାୟିତ୍ୱ ଗ୍ରହଣ ପରେ ପ୍ରତିକ୍ରିୟାଶୀଳ ହୋଇଉଠିଛନ୍ତି ବରିଷ୍ଠ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ। ସୁଶାନ୍ତ ସିଂହ ରାଜପୁତ ମାମଲା ଏବେ ବିହାରରେ ରାଜନୀତିକରଣ ହେଉଛି। ଏଣୁ ଚୌଧୁରୀ ରିୟାଙ୍କୁ ବେଙ୍ଗଲୀ ବ୍ରାହ୍ମଣ ମହିଳା ବୋଲି କହି ଏହାକୁ ଏବେ ବଙ୍ଗୀୟଙ୍କ ‘ଅସ୍ମିତା’ର ପ୍ରସଙ୍ଗ କରିଛନ୍ତି। ଏ ନେଇ ଚୌଧୁରୀ ସେପ୍ଟମ୍ବର ୯ ତାରିଖରେ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଲାଗ ଲାଗ ୫ଟି ଟ୍ୱିଟ୍‌ ପୋଷ୍ଟ କରିଥିବା ବେଳେ ସୋସିଆଲ ମିଡିଆରେ ଏହା ଏବେ ଚହଳ ପକାଇଛି।

wp:html /wp:html

ସୁଶାନ୍ତ ସିଂହ ରାଜପୁତ ପ୍ରକରଣରେ ଚୌଧୁରୀ ପ୍ରଥମ ବ୍ୟକ୍ତି ଯିଏ ରିୟାଙ୍କ ସପକ୍ଷରେ ବାହାରିଛନ୍ତି। ଚୌଧୁରୀ ରିୟାଙ୍କ ଗିରଫକୁ ଅକାରଣ କହିଥିବା ବେଳେ ଲାଗଲାଗ ୫ଟି ଟ୍ୱିଟ୍‌ କରିଥିଲେ। ଏଥିରେ ଚୌଧୁରୀ ସୁଶାନ୍ତ ସିଂହ ରାଜପୁତଙ୍କୁ ଜଣେ ଭାରତୀୟ କଳାକାର ବୋଲି ଉଲ୍ଲେଖ କରିଛନ୍ତି। ତେବେ ବିହାର ନିର୍ବାଚନ ପରିପ୍ରେକ୍ଷୀରେ ବିଜେପି ତାଙ୍କୁ ବିହାରୀ କଳାକାର କରିଦେଇଥିବା ସେ ଅଭିଯୋଗ କରିଛନ୍ତି।

{"id":328101,"sizeSlug":"large"}

ସେହିପରି ରିୟାଙ୍କ ଗିରଫଦାରୀକୁ ନେଇ ହେଉଥିବା ରାଜନୀତିକୁ ନେଇ ଚୌଧୁରୀ ଆଶ୍ଚର୍ଯ୍ୟବ୍ୟକ୍ତ କରିଛନ୍ତି। ସୁଶାନ୍ତ ସିଂହ ରାଜପୁତଙ୍କ ହତ୍ୟାଲାଗି ରିୟା ଅଭିଯୁକ୍ତ ନୁହଁନ୍ତି କି ତାଙ୍କୁ ଆତ୍ମହତ୍ୟା କରିବା ଲାଗି ଉସକାଇବା ନିମନ୍ତେ ମଧ୍ୟ ଅଭିଯୁକ୍ତ ନୁହନ୍ତି। ରିୟାଙ୍କୁ ଏନଡିପିଏସ୍ ଆକ୍ଟରେ ଗିରଫ କରାଯାଇଛି। ହେଲେ ବିଜେପି ଏତେ ଉତ୍ସାହିତ କାହିଁକି ବୋଲି ଚୌଧୁରୀ ପ୍ରଶ୍ନ କରିଛନ୍ତି। 

wp:html /wp:html

ଚୌଧୁରୀ ଉଲ୍ଲେଖ କରିଛନ୍ତି ଯେ ତଦନ୍ତକାରୀ ସଂସ୍ଥାମାନେ କ୍ଷମତାରେ ଥିବା ଲୋକଙ୍କ ଖୁସି ଲାଗି କାମ କରୁଛନ୍ତି। ତଦନ୍ତକାରୀ ସଂସ୍ଥା ମାମଲାରେ ପୁରା ସମୁଦ୍ର ମନ୍ଥି ପାଇଛନ୍ତି କିଛି ଡ୍ରଗ୍‌ସ। ହତ୍ୟାକାଣ୍ଡ ଓ ହତ୍ୟାକାରୀ ନେଇ ତଦନ୍ତକାରୀ ସଂସ୍ଥା ଏବେବି ଅନ୍ଧାରରେ। ତେବେ ରିୟାଙ୍କ ପିତା ଜଣେ ଅବସର ପ୍ରାପ୍ତ ସେନା ଅଧିକାରୀ। ସେ ଜୀବନବ୍ୟାପୀ ଦେଶ ଲାଗି କାମ କରିଛନ୍ତି। ଏଣୁ ତାଙ୍କ ଝିଅ ନିମନ୍ତେ ନ୍ୟାୟ ମାଗିବାର ହକ୍‌ ତାଙ୍କର ନିଶ୍ଚିତ ରହିଛି। ଏଣୁ ସୁଶାନ୍ତଙ୍କ ନିମନ୍ତେ ନ୍ୟାୟର ବ୍ୟାଖ୍ୟା ଯେପରି ବିହାରୀ ନ୍ୟାୟ ବ୍ୟଖ୍ୟା ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ଚୌଧୁରୀ ସଫାସଫା କହିଦେଇଛନ୍ତି। ସେହିପରି କୌଣସି ମାମଲାରେ ମିଡିଆ ଟ୍ରାୟଲ ନିଶ୍ଚିତ ରୂପେ ବ୍ୟବସ୍ଥା ଲାଗି ଶୁଭଙ୍କର ନୁହେଁ ବୋଲି  ମଧ୍ୟ ସେ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.