Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁମ୍ବାଇ : ୨୬/୧୧ ମୁମ୍ବାଇ ଆକ୍ରମଣକୁ ପୁରିଲା ୧୨ବର୍ଷ
  • ||
  • କୋରାପୁଟ ଜିଲ୍ଲାରୁ ପୁଣି ଗଞ୍ଜେଇ ଜବତ : ଧରାପଡିଲା ୮୫ଲକ୍ଷ ଟଙ୍କାର ଗଞ୍ଜେଇ, ଅଭିଯୁକ୍ତ ଫେରାର
  • ||
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||

ନ୍ୟାୟାଳୟ ଅବମାନନା ମାମଲା: କୋର୍ଟ ଦଣ୍ଡ ଶୁଣାଇବା ମାତ୍ରେ ଜରିମାନା ପୈଠ କଲେ ପ୍ରଶାନ୍ତ ଭୂଷଣ, ସାମ୍ନାକୁ ଆସିଲା ଫଟୋ

31/08/2020 at 6:11 PM

ନୂଆଦିଲ୍ଲୀ ୩୧।୮: ସୁପ୍ରିମକୋର୍ଟ ସୋମବାର ନ୍ୟାୟାଳୟ ଅବମାନନା ମାମଲାରେ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କୁ ଦଣ୍ଡିତ କରିଛନ୍ତି। ଏଥିଲାଗି କୋର୍ଟ ତାଙ୍କୁ ୧ ଟଙ୍କା ଜରିମନା ନିର୍ଦ୍ଦେଶ ଦେଇଥିଲେ। ଯାହାକୁ  ତାଙ୍କ ପକ୍ଷରୁ ଓକିଲ ତୁରନ୍ତ ପୈଠ କରିଥିବା ବେଳେ ପ୍ରଶାନ୍ତ ଭୂଷଣ ଏହାକୁ ସ୍ୱୀକାର କରିଛନ୍ତି। କୋର୍ଟଙ୍କ ରାୟ ପରେ ପ୍ରଶାନ୍ତ ଭୂଷଣ ନିଜେ ଟ୍ୱିଟ୍‌ କରି ଏହା ସୂଚିତ କରିଛନ୍ତି।

ପ୍ରଶାନ୍ତ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ କୋର୍ଟଙ୍କ ରାୟ ପରେ ମୋର ଓକିଲ ତଥା ସହଯୋଗୀ ରାଜୀବନ ଧାୱନ  ମୋ ବିରୋଧରେ ମାନହାନୀ ମାମଲାର ଦଣ୍ଡାଦେଶ  ତୁରନ୍ତ ବାଦ ୧ ଟଙ୍କାର ଯୋଗଦାନ ଦେଲେ ଓ ମୁଁ ଏହାକୁ ସସମ୍ମାନେ ସ୍ୱୀକାର କରିଛି ବୋଲି ଉଲ୍ଲେଖ କରିଛନ୍ତି। ଏହା ପୂର୍ବରୁ ସୁପ୍ରିମକୋର୍ଟଙ୍କ ଜଷ୍ଟିସ୍ ଅରୁଣ ମିଶ୍ର  ବେଞ୍ଚ ନ୍ୟାୟାଳୟ ଅବମାନନା ଲାଗି ତାଙ୍କ ଉପରେ ୧ ଟଙ୍କା ଜରିମନା ଲାଗୁ କରାଯାଇଥିବା ଘୋଷଣା କରିଥିଲେ।

ଜରିମନା ଅନାଦେୟ କ୍ଷେତ୍ରରେ ଖଣ୍ଡପୀଠ ୩ ମାସ ଜେଲ ଦଣ୍ଡ ଓ ତାଙ୍କ ଓକିଲାତି ଉପରେ ୩ ବର୍ଷ ପ୍ରତିବନ୍ଧକ ଲାଗିବ ବୋଲି କହିଥିଲେ। ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ନ୍ୟାୟାଳୟଙ୍କ ବିରୋଧରେ ଟ୍ୱିଟ୍‌ରେ ଟିପଣୀ ଲାଗି ସୁପ୍ରିମକୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିଲେ। ଅଗଷ୍ଟ ୨୫ ତାରିଖରେ ମାମଲାର ଶେଷ ଶୁଣାଣି ହୋଇଥିଲା। ଜଷ୍ଟିସ୍ ଅଋୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ବି.ଆର.ଗୱଇ ଓ ଜଷ୍ଟିସ୍ କୃଷ୍ଣ ମୁରାରୀଙ୍କ ୩ ସଦସୀୟ ବେଞ୍ଚ ଟ୍ୱିଟ୍‌ ଲାଗି ପ୍ରଶାନ୍ତ ଭୂଷଣଙ୍କୁ କ୍ଷମାଯାଚନା କରିବାକୁ କହିଥିଲେ।

ତେବେ ପ୍ରଶାନ୍ତ ଭୂଷଣ ଏଥିଲାଗି ସହମତ ହୋଇ ନଥିବା ବେଳେ ବେଞ୍ଚ ମାମଲାର ରାୟ ସଂରକ୍ଷିତ ରଖିଥିବା ବେଳେ ସୋମବାର ଦଣ୍ଡ ଶୁଣାଣି କରିଛନ୍ତି।   

   Related Posts