ଓଡିଶାରେ ପୁଣି ବାତ୍ୟା ଆଶଙ୍କା, ଲଘୁଚାପରେ ପରିଣତ ହେଲା ଘୂର୍ଣ୍ଣିବଳୟ , ୧୦ ତାରିଖ ରାତି କିମ୍ବା ୧୧ ସକାଳରେ କେନ୍ଦ୍ରାପଡା ଉପକୂଳ ଅତିକ୍ରମ କରିବା ନେଇ ସୂଚନା

Published By : Prameya-News7 Bureau | November 04, 2019 IST

ଭୁବନେଶ୍ୱର ୦୪।୧୧ - ଉତ୍ତର ଆଣ୍ଡାମାନ ସାଗର ଉପରେ ସୃଷ୍ଟି ଘୁର୍ଣିବଳୟ ଲଘୁଚାପ ରେପରିଣତ ହୋଇଛି । ତେବେ ଧୀରେ ଧୀରେ ଏହା ଅବପାତର ରୁପ ନେବା ସହ ପୁର୍ବ ଉପକୂଳ ଆଡକୁ ମୁହାଁଇବ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୁଚନା ଦେଇଛି । ସେପଟେ ବାତ୍ୟା ନେଇ ଯେଉଁ ଆଶଙ୍କା ସୃଷ୍ଟି ହୋଇଛି । ମାତ୍ର ବର୍ତମାନ ସୁଦ୍ଧା ସ୍ପଷ୍ଟ ଚିତ୍ର ମିଳି ନଥିବା ବେଳେ ନଭେମ୍ବର ୭ତାରିଖ ପରେ ସ୍ପ ଷ୍ଟ ଚିତ୍ର ମିଳିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ଆସନ୍ତା ୧୦ ତାରିଖରେ ଏକ ବାତ୍ୟା ହେବାର ଯେଉଁ ଆଶଙ୍କା ରହିଛି ତାହା ହେବାର ସମ୍ଭାବନା ରହିଥିବା ସୁଚନା ଦେଇଛି ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର । କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ଏହା ସଂପୁର୍ଣ ସ୍ପଷ୍ଟ ହୋଇ ନଥିବାବେଳେ ୭ତାରିଖ ପରେ ଏହା ଜଣାପଡିବ ବୋଲି ଏହାର ନିର୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି । ଅବପାତ ଅଧିକ ସକ୍ରିୟ ହୁଏ ଏବଂ ବାତ୍ୟାର ରୁପ ନେବ, ଏହି ସମୟରେ ୧୦୦କିମି ବେଗରେ ପବନ ର ଗତି ରହିବାର ସମ୍ଭାବନା ରହିଥିବା ସେ ସୂଚନା ଦେଇଛନ୍ତି । ଏହା ବାତ୍ୟାର ରୂପ ନେଲେ ୧୦ ତାରିଖ ରାତି କିମ୍ବା ୧୧ ତାରିଖ ସକାଳେ କେନ୍ଦ୍ରାପଡା ଜିଲ୍ଲାରେ ମାଡ ହେବ ବୋଲି ଇଣ୍ଡିଆନ୍‌ ନ୍ୟାସନାଲ୍‌ ସେଣ୍ଟର୍‌ ଫର୍‌ ଓସେନ୍‌ ଇନଫର୍ମେସନ୍‌ ସର୍ଭିସେସ୍‌ (ଇନକୋଇସ୍‌) ପକ୍ଷରୁ ଏହି ଭଳି ପୂର୍ବାନୁମାନ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ମାଡ଼ ହେବା ପରେ ବାତ୍ୟା ଉତ୍ତର ଓଡ଼ିଶା ଆଡକୁ ମୁହାଁଇବ । ଫଳରେ ଉପକୂଳ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗବିତ୍‌ ଆକଳନ କରିଛନ୍ତି ।

୧୯୯୯ ମସିହାର ମହାବାତ୍ୟା ବା ସୁପର ସାଇକ୍ଲୋନ ଆଣ୍ଡାମାନର ଏହି ଅଞ୍ଚଳରୁ ସୃଷ୍ଟି ହୋଇଥିଲା । ମାତ୍ର ଏହି ବାତ୍ୟାର ସେତେ ପ୍ରଭାବ ନ ରହିପାରେ ବୋଲି ପୂର୍ବାନୁମାନ କରାଯାଇଛି ।

ଆସନ୍ତା ୧୦ ତାରିଖରେ ଓଡ଼ିଶାରେ ବାତ୍ୟା ମାଡ ହେବ ବୋଲି ଇନକୋଇସ୍‌ ପୂର୍ବାନୁମାନ କରିଛି। ତେବେ ଇନକୋଇସ୍‌ କେନ୍ଦ୍ରାପଡ଼ାରେ ମାଡ ହେବା ନେଇ ପୂର୍ବାନୁମାନ କରିଥିବା ବେଳେ ଏହା କେନ୍ଦ୍ରାପଡ଼ା ସମେତ ପୁରୀ କିମ୍ବା ଜଗତସିଂହପୁର ମଝିରେ କୌଣସି ସ୍ଥାନରେ ହୋଇପାରେ ବୋଲି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି । ଏହାର ପ୍ରଭାବରେ ଆସନ୍ତା ୭ ତାରିଖରୁ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବ । ୮ ତାରିଖ ରାତି କିମ୍ବା ୯ ତାରିଖ ସକାଳରୁ ବର୍ଷାର ପରିମାଣ ବଢିବ ।

ସେହିପରି ‘ମହା’ ମହାବାତ୍ୟାର ପ୍ରଭାବ ମଧ୍ୟ ଆଭ୍ୟନ୍ତରୀଣ ଓଡ଼ିଶାରେ ଅନୁଭୂତ ହେବ । ଯାହାର ପ୍ରଭାବରେ ୮ ତାରିଖରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ । ତେବେ ୪ ଦିନ ଧରି ରାଜ୍ୟରେ ବର୍ଷା ହେବ ବୋଲି ଡକ୍ଟର ସାହୁ ଆକଳନ କରିଛନ୍ତି । ବାତ୍ୟାର ସମ୍ଭାବନା ଓ ବେଗ ବାବଦରେ ଆସନ୍ତା ୫ କିମ୍ବା ୬ ତାରିଖ ବେଳକୁ ଅଧିକ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।


କୃଷିପାଣିପାଗବିତ୍‌ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ସୂଚନା ଅନୁସାରେ ସୋମବାର ସକାଳ ସୁଦ୍ଧା ଲଘୁଚାପ ସ୍ପଷ୍ଟ ହେବ, ଏହା ଏହା ଲଘୁଚାରେ ପରିଣତ ହୋଇଛି । ଯାହା ୫ତାରିଖ ବେଳକୁ ଅବପାତ ରୁପ ନେବ। ୬ ତାରିଖ ବେଳକୁ ଗଭୀର ଅବପାତ ରୁପ ନେବା ସହିତ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ୮ ତାରିଖ ବେଳକୁ ଅଧିକ ଘନୀଭୂତ ହେବ। ଓଡ଼ିଶାରୁ ପଶ୍ଚିମବଙ୍ଗ ଆଡକୁ ମୁହାଁଇବ। ତେବେ ଉପକୂଳ ଆଡକୁ ପହଞ୍ଚିବା ବେଳକୁ ପବନର ବେଗ କମିବା ସହିତ ଦୁର୍ବଳ ହେବ। ତେବେ ଏହାର ପ୍ରଭାବରେ ୯ରୁ ରାଜ୍ୟରେ ପାଗ ବଦଳିବ। ୧୦ ଓ ୧୧ ତାରିଖରେ ଜଗତସିଂହପୁରରୁ ବାଲେଶ୍ୱର ମଧ୍ୟମରୁ ଅଧିକ ବର୍ଷା ହେବାର ସମ୍ଭାବନା ଅଛି। ତେବେ ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶା ଆଡକୁ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପ୍ରଫେସର ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.