Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୪କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୫୧ କରୋନା ସଂକ୍ରମିତ, ୧୦୫୦୫୦୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାସ୍ତା କଡକୁ ଖସି ପଡିଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ
  • ||
  • ଏଜାଜ ପଟେଲଙ୍କୁ ସ୍ୱତନ୍ତ୍ର ଉପହାର ଦେଲା ଟିମ୍ ଇଣ୍ଡିଆ, ଗୋଟିଏ ଇନିଂସରେ ସବୁ ବ୍ୟାଟରଙ୍କୁ କରିଥିଲେ ଆଉଟ୍
  • ||
  • ସୁଙ୍କି ଘାଟିରେ ଦୁର୍ଘଟଣା, ମୁହାଁମୁହିଁ ଧକ୍କା ହେଲେ ୨ ଟ୍ରକ୍
  • ||
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

ପଞ୍ଚତାରକା ହୋଟେଲ ବାଥ୍ ରୁମରେ ଗୁପ୍ତରେ ପ୍ରସ୍ତୁତ ମହିଳାଙ୍କ ନଗ୍ନ ଭିଡିଓ ହେଲା ୱେବରେ ଅପଲୋଡ, ସତର୍କ ରହନ୍ତୁ- ନହେଲେ ଆପଣ ବି ହୋଇପାରନ୍ତି ପରବର୍ତ୍ତି ଶିକାର

6/12/2018 at 6:16 PM

ନ୍ୟୁୟର୍କ୬|୧୨: ଆପଣମାନେ ଯେତେବେଳେ ବାହାରକୁ ଯାଉଛନ୍ତି, ଯାତ୍ରାକୁ ଆରାମଦାୟକ କରିବା ପାଇଁ କେଉଁଠି ନା କେଉଁଠି ରାତ୍ରୀଯାପନ ପାଇଁ ହୋଟେଲର ସାହାରା ନେଉଛନ୍ତି । ଆପଣଯଦି ପୁରୁଷ ହୋଇଛନ୍ତି ତାହେଲେ ବିଶେଷକିଛି ଅସୁବିଧା ନାହିଁ । କିନ୍ତୁ ଆପଣ ଯଦି ମହିଳା କିମ୍ଵା କୌଣସି ମହିଳାଂକ ସହ ଯାତ୍ରା କରୁଛନ୍ତି ତାହେଲେ ହୋଟେଲରେ ରହିବାବେଳେ ସାବଧାନ ରହିବା ନିହାତି ଜରୁରୀ । ସାଧାରଣ ହୋଟେଲରେ ଯେମିତି ଭୟ ଥାଏ , ପଂଚତାରକା ହୋଟେଲରେ ମଧ୍ୟ ସେମିତି ଭୟ ରହିଛି । ଆପଣମାନେ ଭୂଲିଯିବା ଉଚିତ ନୁହେଁଯେ, ଆପଣ ମାତ୍ର କିଛିଦିନ ବା କିଛିଘଣ୍ଟା ପାଇଁ  ହୋଟେଲରେ ରହିବାକୁ ପସନ୍ଦ କରିଛନ୍ତି । ତା ମାନେ ନୁହେଁ ଆପଣ ଘର ଭଳି ସେଠାରେ ଚଳିବେ । ପଞ୍ଚତାରକା ହୋଟେଲ ଭାବି ନିଜକୁ ଗୋପନୀୟତା ଦୃଷ୍ଟିରୁ ସୁରକ୍ଷା ମଣିବା ଆଦୌ ଠିକ ନୁହେଁ ।

ଯଦି ଆପଣ ସାବଧାନ ନୁହଁନ୍ତି, ତାହେଲେ ନିଶ୍ଚିତଭାବେ ହଇରାଣରେ ପଡ଼ିପାରନ୍ତି । ସେମିତି ଏକ ଘଟଣା ଘଟିଛି ଚିକାଗୋର ଏକ  ପଂଚତାରକା ହୋଟେଲରେ । ମହିଳା ଜଣଂକୁ ସେମିତି ଏକ ଅଭାବନୀୟ ଘଟଣାର ସାମନା କରିବାକୁ ପଡ଼ିଛି । ମହିଳା ଜଣକ ଆପତ୍ତିଜନକ ଅବସ୍ଥାରେ ଥିବା ସମୟରେ ସ୍ପାଇ କ୍ୟାମରାରେ ତାଂକ ଅଜାଣତରେ ଭିଡ଼ିଓ ସୁଟିଂ କରାଯାଇଥିଲା । ସେଇ ଭିଡ଼ିଓକୁ ଆଡ଼ଲ୍ଟ ସାଇଟରେ ଅପଲୋଡ଼ କରିଦିଆଯାଇଥିଲା । ମହିଳା ଜାଣିବା ବେଳକୁ ବହୁତ ଡ଼େରି ହୋଇଯାଇଥିଲା ।

ମହିଳା ଏହା ଜାଣିବା ବେଳକୁ ହଜାର ହଜାର ଲୋକ ସେ ଭିଡ଼ିଓ ଦେଖିସାରିଥିଲେ । ମହିଳା ଜଣକ ସେ ହୋଟେଲ ବିରୋଧରେ ୧୦୦ନିୟୁତ ଡ଼ଲାରର ମାନହାନୀ ମକଦ୍ଦମା ରୁଜୁ କରିଥିଲେ ।

ନ୍ୟୁୟର୍କରେ ଥିବା ହିଲଟନ ଓ୍ଵାଲଡ଼ଓ୍ଵାଇଡ଼ ହୋଟେଲ ବିରୋଧରେ ମହିଳା ଜଣକ ସାଂଘାତିକ ଅଭିଯୋଗ ଆଣିଥିଲେ । ସେ ବାଥରୁମରେ ଆପତ୍ତିଜନକ ଅବସ୍ଥାରେ ଥିବାବେଳେ ହିଡ଼େନ କ୍ୟାମରାରେ ହୋଟେଲରେ ତାଂକର ଭିଡ଼ିଓ ସୁଟିଂଗ କରାଯାଇଥିଲା । ଯାହାକୁ ତାଂକ ନାଁରେ ଭିଡ଼ିଓ ତିଆରି କରି ଆଡ଼ଲ୍ଟ ସାଇଟରେ ଛଡ଼ାଯାଇଥିଲା । ସେଥିପାଇଁ ସେ ମାନସିକ ଅଶାନ୍ତିରେ ରହୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

ମହିଳା ରୁଜୁ କରିଥିବା ମକଦ୍ଦମାରୁ ଜଣାଯାଇଛି,ସେ ଗାଧୋଉଥିବା ସମୟରେ  ଭିଡ଼ିଓ ସୁଟିଂ କରାଯାଇଛି ,ଯେଉଁଥିରେ ସେ ପୁରା ନଗ୍ନ ଅବସ୍ଥାରେ ଥିଲେ । ସେଇ ନଗ୍ନ ଭିଡ଼ିଓକୁ ଏଡ଼ିଟିଂ କରାଯାଇ ତାଂକ ନାଁରେ ଅପଲୋଡ଼ କରାଯାଇଛି । ସେ ଏବାବଦରେ ଆପତ୍ତି କଲାପରେ ହୋଟେଲ ତରଫରୁ ମଧ୍ୟ ଫେକ ଇ-ମେଲ ଆଇଡ଼ରୁ ଧମକ ମିଳିଥିବା କହିଛନ୍ତି ମହିଳା । ଯେଉଁ ଇ-ମେଲରେ ତାଂକ ସାଙ୍ଗସାଥୀ ,ପରିବାର, ପଡ଼ୋଶୀଂକୁ ଏ ଭିଡ଼ିଓ ପଠାଇଦେବାକୁ ମଧ୍ୟ ଧମକ ମଧ୍ୟ ଦିଆଯାଇଥିଲା । ଏପରିକି ସେଇ ମେଲ୍ ରେ ଆଡ଼ଲ୍ଟ ସାଇଟରେ ଅପଲୋଡ଼ ହୋଇଥିବା ଭିଡ଼ିଓ ଲିଙ୍କ୍ ମଧ୍ୟ ପଠାଯାଇଥିଲା ।

ତା ପରେ ସେଇ ମହିଳା ଜଣକର ଅଶ୍ଳୀଳ ଭିଡ଼ିଓ ସମସ୍ତ ସଂପର୍କୀୟମାନଂକୁ ପଠାଇ ଦିଆଯାଇଥିଲା । ହୋଟେଲ ତରଫରୁ ଅନେକଥର ଧମକ ପାଇବା ସହିତ ବ୍ଲାକମେଲିଂ କରାଯାଉଥିବା ନେଇ ଅଭିଯୋଗ ଆଣିଛନ୍ତି ମହିଲା ।

ଆପଣମାନେ ଯଦି କେବେ ବାହାରକୁ ଯାଉଥାନ୍ତି, ତାହେଲେ ସଚେତନ ଥାନ୍ତୁ । ନହେଲେ ଆପଣ ବି ହୋଇପାରନ୍ତି ଏ ଭଳି ଶିକାର ।

   Related Posts