୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି

Published By : Prameya-News7 Bureau | November 24, 2020 IST

ନୂଆଦିଲ୍ଲୀ ୨୪/୧୧: ପ୍ରକୃତରେ କେବେ ମିଳିବ କରୋନା ଭ୍ୟାକ୍‌ସିନ୍‌ ? ଭ୍ୟାକ୍‌ସିନ ବଜାରରେ ଉପଲବ୍ଧ ହେଲେ ବି ଦାମ କେତେ ରହିବ ? ଏଭଳି ପ୍ରଶ୍ନ ଏବେ ଲୋକଙ୍କ ମନରେ ଉଙ୍କିମାରୁଛି। ଏହାରି ଭିତରେ ଋଷ କରୋନା ଭ୍ୟାକ୍‌ସିନ୍‌କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସ୍ପୁଟନିକ୍‌-ଭିର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ୧୦ ଡଲାରରୁ କମ୍‌ ରହିବ। କିନ୍ତୁ ଋଷ ନାଗରିକଙ୍କ ପାଇଁ ଏହା ମାଗଣାରେ ମିଳିବ ବୋଲି ଜଣାପଡ଼ିଛି।

ତେବେ ଜଣେ ବ୍ୟକ୍ତିଙ୍କ ପାଇଁ ସ୍ପୁଟନିକ୍‌-ଭିର ଦୁଇଟି ଡୋଜ୍‌ ଆବଶ୍ୟକ ପଡ଼ିବ। ସ୍ପୁଟନିକ୍‌-ଭିର ଡେଲିଭରି ଜାନୁଆରୀରୁ ଆରମ୍ଭ ହେବ। ଅନ୍ତର୍ଜାତୀୟ ବଜାରକୁ ୨୦୨୧ ଜାନୁଆରୀରୁ ଋଷ ଭ୍ୟାକ୍‌ସିନ୍‌ର ଡେଲିଭରି ବିଦେଶୀ କମ୍ପାନୀଗୁଡ଼ିକ ସହ ହୋଇଥିବା ବୁଝାମଣା ଆଧାରରେ ସାଧାରଣ ଲୋକଙ୍କ ପାଇଁ ହେବ । ତେବେ ଏନେଇ ରସିଆନ୍‌ ଡାଇରେକ୍ଟ ଇନ୍‌ଭେଷ୍ଟମେଣ୍ଟ ଫଣ୍ଡ (ଆରହିଆଇଏଫ୍‌) ବିଜ୍ଞପ୍ତି ଜାରି କରିଛି।

ମିଳିଥିବା ସୂଚନା ଅନୁସାରେ ସ୍ପୁଟନିକ୍‌-ଭିର ପ୍ରଥମ ଡୋଜ୍‌ ଦେବାର ୨୮ ଦିନ ପରେ ୯୧.୪ ପ୍ରତିଶତ ପ୍ରଭାବଶାଳୀ ରହୁଛି। ତେଣୁ ଏହାର ଦୁଇଟି ଡୋଜ୍‌ ଆବଶ୍ୟକ ପଡ଼ିବ ବୋଲି କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.