କରୋନା ଭ୍ୟାକ୍‌ସିନ୍‌କୁ ନେଇ ଋଷର ଦାବି, କହିଲା- ‘ସ୍ପୁଟନିକ୍‌-V ୯୨ ପ୍ରତିଶତ ପ୍ରଭାବଶାଳୀ’

Published By : Prameya-News7 Bureau | November 11, 2020 IST

ନୂଆଦିଲ୍ଲୀ ୧୧/୧୧: ବିଶ୍ବ ମହାମାରୀ କରୋନା ପାଇଁ ଟିକା କେବେ ?  ସମସ୍ତ କମ୍ପାନୀ ନିଜର କରୋନା ଟିକାକୁ ନେଇ ନୂଆ ନୂଆ  ସୂଚନା ଦେଉଥିବା ବେଳେ ଋଷ ସ୍ପୁଟନିକ୍‌-ଭିକୁ ନେଇ ଭଲ ଖବର ଦେଇଛି। ସ୍ପୁଟନିକ୍‌-ଭି ୯୨ ପ୍ରତିଶତ ଲୋକଙ୍କ ଶରୀର​‌ରେ ଭଲ କାମ କରିଥିବା ଋଷ ଦାବି କରିଛି। ମଙ୍ଗଳବାର ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ କହିଛନ୍ତି, ଋଷର ଦୁଇଟି କରୋନା ଟିକା ପ୍ରଭାବଶାଳୀ ରହିଛି। ଖୁବଶୀଘ୍ର ଋଷ ତୃତୀୟ ଟିକା ପ୍ରସ୍ତୁତ କରିବାକୁ ଯାଉଛି। ତେବେ କରୋନା ଭ୍ୟାକ୍‌ସିନକୁ ନେଇ ରାଜନୀତି ନହେବା ଆବଶ୍ୟକ ବୋଲି ପୁଟିନ୍‌ କହିଛନ୍ତି।

ସଙ୍ଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ଶିଖର ସମ୍ମିଳନୀରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପୁଟିନ୍‌ କହିଛନ୍ତି, ଋଷ ପାଖରେ ଏବେ ଦୁଇଟି ପଞ୍ଜିକୃତ ଟିକା ରହିଛି। ଯାହାକି ବେଶ ପ୍ରଭାବଶାଳୀ ଥିବା ବେଳେ ଟିକାର କୌଣସି ଖରାପ ପ୍ରଭାବ ନାହିଁ। ତୃତୀୟ ଟିକା ଆସିବାକୁ ଯାଉଛି।

wp:core-embed/twitter {"url":"https://twitter.com/ANI/status/1326459732899491842","type":"rich","providerNameSlug":"twitter","className":""}
https://twitter.com/ANI/status/1326459732899491842
/wp:core-embed/twitter

ଅଗଷ୍ଟ ୧୧ରେ କରୋନା ଟିକାକୁ ବିଶ୍ବର ପ୍ରଥମ ଦେଶ ଭାବେ ଋଷ ମଞ୍ଜୁରି ଦେଇଥିଲା। ଏହି ଭ୍ୟକସିନ୍‌ ସାଧାରଣ ଲୋକଙ୍କ ପାଇଁ ୨୦୨୧ ଜାନୁଆରୀରେ ଉପଲବ୍ଧ ହେବାକୁ ଯାଉଛି। ଋଷର ଗ୍ୟାମେଲିଆ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ ଓ ପ୍ରତିରକ୍ଷା ମନ୍ତ୍ରାଳୟର ମିଳିତ ଉଦ୍ୟମରେ ପ୍ରସ୍ତୁତ ସ୍ପୁଟନିକ୍‌-ଭି ପ୍ରଥମେ ସ୍ବାସ୍ଥ୍ୟ କର୍ମୀଙ୍କ ଶରୀରରେ ପ୍ରୟୋଗ କରାଯାଇଥିଲା।

ସୂଚନାଯୋଗ୍ୟ, ଭାରତରେ ମଧ୍ୟ ସ୍ପୁଟନିକ୍-ଭି ପରୀକ୍ଷା ଓ ଟ୍ରାଏଲ୍‌ ଚାଲିଛି। ଦେଶରେ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡର୍ଡ କଂଟ୍ରୋଲ୍‌ ଅର୍ଗାନାଇଜେସନ୍‌ ଓ ଡ. ରେଡ୍ଡି ଲାବୋରେଟୋରିଜ୍‌ ଲିମିଟେଡ୍‌ ଋଷର ସ୍ପୁଟନିକ୍‌-ଭିର ଟ୍ରାଏଲ ଦାୟିତ୍ବ ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.