Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ସିଙ୍ଗଲ ଡୋଜ୍‌ ଭ୍ୟାକସିନ୍‌ ସ୍ପୁଟନିକ୍‌ ଲାଇଟ୍‌କୁ ଭାରତରେ ମଞ୍ଜୁରୀ,​‌ ଜରୁରୀ ପରିସ୍ଥିତି​‌ରେ ବ୍ୟବହାର ପାଇଁ ଗ୍ରୀନ୍‌ ସିଗନାଲ

7/05/2021 at 7:33 PM

ନୂଆଦିଲ୍ଲୀ ୦୭/୦୫ : କରୋନା ସଙ୍କଟ ଏବଂ ଭ୍ୟାକସିନ୍‌ ସମସ୍ୟା ମଧ୍ୟରେ ଋଷର ସିଙ୍ଗଲ୍‌ ଡୋଜ୍‌ ଭ୍ୟାକସିନ୍‌ ସ୍ପୁଟନିକ୍‌-ଭି ଲାଇଟ୍‌କୁ ମଞ୍ଜୁରୀ ଦେଇଛି ଭାରତ । ଜରୁରୀକାଳୀନ ସ୍ଥିତିରେ ଏହାକୁ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି DCGI । ଏହି ପ୍ରକ୍ରିୟାରେ ଏବେ କରୋନା ଟିକାକରଣ ଅଭିଯାନ ଆହୁରି ଗତିଶୀଳ ହୋଇପାରିବ ।

ସୂଚନାଯୋଗ୍ୟ, ଗତ ଜାନୁଆରୀ ମାସରେ ସ୍ପୁଟନିକ୍‌-ଭି ଲାଇଟ୍‌ର ମାନବ ପରୀକ୍ଷଣ କରିଥିଲା ଋଷ । ସ୍ଫୁଟନିକ୍‌-ଭି ଲାଇଟ୍‌ ହେଉଛି ଋଷ ନିର୍ମିତ ଚତୁର୍ଥ ଟିକା ଯାହାକୁକି ଦେଶରେ ମଞ୍ଜୁରୀ ଦିଆଯାଇଛି ।

ସ୍ପୁଟନିକ୍‌-ଭି ଲାଇଟ୍‌ ଭ୍ୟାକସିନ୍‌ ସମସ୍ତ ପ୍ରକାର ନୂଆ ଭାରିୟାଣ୍ଟକୁ ପ୍ରତିହତ କରିବାର କ୍ଷମତା ରଖିଛି । ଏ ନେଇ ସୂଚନା ଦେଇଛି RDIF । ଯେଉଁ ଦେଶରେ କରୋନା ସଂକ୍ରମଣ ଅଧିକ ସେଠାକାର ଲୋକମାନଙ୍କ ଜରୁରୀ ପରିସ୍ଥିତିରେ ଏହା ବେଶ ସହାୟକ ହେବ ବୋଲି ଆରଡିଆଇଏଫ କହିଛନ୍ତି । ସବୁଠାରୁ ବଡ କଥା ହେଉଛି ସ୍ଫୁଟନିକ୍‌-ଭି ଲାଇଟ୍‌ ହେଉଛି ଗୋଟିଏ ହିଁ ଡୋଜ୍ । ଅନ୍ୟ ଭ୍ୟାକସିନ ଭଳି ଏହାର ୨ଟି ଡୋଜ ନେବାକୁ ପଡିବନି ।

   Related Posts