Sputnik-V ଟିକା ମୂଲ୍ୟ ଘୋଷଣା: ଋଷ ଟିକାର ଗୋଟିଏ ଡୋଜର ଦାମ୍ ପାଖାପାଖି ହଜାରେ ଟଙ୍କା

Published By : Prameya-News7 Bureau | May 14, 2021 IST

ନୂଆଦିଲ୍ଲୀ ୧୪/୫ : କରୋନା ବିରୋଧରେ ଲଢେଇ କରୁଥିବା ୨ଟିକା କୋଭସିଲ୍ଡ ଏବଂ କୋଭାକ୍ସିନ ସହ ସାମିଲ ହୋଇଛି ଆଉ ଗୋଟିଏ ଅସ୍ତ୍ର । ଅର୍ଥାତ୍ ଆଉ ଗୋଟିଏ ସପ୍ତାହ ପରେ ଭାରତରେ ଉପଲବ୍ଧ ହେବ Sputnik-Vଟିକା । ଭାରତୀୟ ବଜାରରେ ଉପଲବ୍ଧ ହେବା ପୂର୍ବରୁ ଏହାର ମୂଲ୍ୟ ନିର୍ଦ୍ଧାରଣ ହୋଇଛି । ଭାରତରେ Sputnik-V ଆମଦାନୀ କରୁଥିବା ଡାକ୍ଟର ରେଡ୍ଡୀ ଲାବୋରେଟୋରୀ ଏହି ସୂଚନା ଦେଇଛନ୍ତି ।

କମ୍ପାନୀ କହିଛି ଯେ ଏହି ଟିକା ସେଣ୍ଟ୍ରାଲ୍ ଡ୍ରଗ୍ ଲାବୋରେଟୋରୀ (CDL) ଅନୁମୋଦନ ପାଇଛି । ଗୋଟିଏ ଡୋଜର ଦାମ ରହିବ ପାଖାପାଖି ହଜାର ଟଙ୍କା । ଅର୍ଥାତ୍ ଋଷିଆରେ ନିର୍ମିତ ଏହି ଟିକା ମୂଲ୍ୟ ରହିଛି ୯୯୫.୪୦ ଟଙ୍କା । କୁହାଯାଉଛି ଯେ ଯେତେବେଳେ ଭାରତରେ ସ୍ପୁଟନିକ୍-ଭି ଟିକା ଉତ୍ପାଦନ ଆରମ୍ଭ ହେବ, ସେତେବେଳେ ଏହାର ମୂଲ୍ୟ କମ୍ ହେବ । ଡକ୍ଟର ରେଡ୍ଡୀଙ୍କ ଲ୍ୟାବ ଏହି ଟିକାକୁ ଆରମ୍ଭ କରିବାବେଳେ ଶୁକ୍ରବାର ଦିନ ହାଇଦ୍ରାବାଦର ଜଣେ ବ୍ୟକ୍ତିଙ୍କୁ ଏହାର ପ୍ରଥମ ମାତ୍ରା ଦିଆଯାଇଛି । ଋଷରୁ ଏହି ଟିକା ପରିବହନ ମେ ପହିଲାରେ ଭାରତରେ ପହଞ୍ଚିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.