କରୋନା ମୁକାବିଲାର ଆଉ ଏକ ସଂଜୀବନୀ: ପହିଲାରୁ ଉପଲବ୍ଧ ହେବ Sputnik V

Published By : Prameya-News7 Bureau | April 28, 2021 IST

ନୂଆଦିଲ୍ଲୀ ୨୮/୪ : ଭୂତାଣୁ ବିରୋଧରେ ଭାରତରେ ୨ଟି ପ୍ରମୁଖ ସଂଜିବନୀ କୋଭିସିଲ୍ଡ ଓ କୋଭାକ୍ସିନ ନିଜର ଲଢେଇ ଜାରି ରଖିଛନ୍ତି । ତେବେ ଆଗକୁ ଏଇ ଲଢେଇରେ ସାମିଲ ହେବାକୁ ଯାଉଛି ଆଉ ଏକ ସଂଜିବନୀ ଟିକା Sputnik V । ମେ ପହିଲାରୁ ଏହା ଭାରତରେ ଉପଲବ୍ଧ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ କୁହଯାଉଛି । ଗମାଲାୟା ନାସନାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଅଫ୍ ଏପିଡୋମୋଲୋଜି ଏଣ୍ଡ ମାଇକ୍ରୋ ବାୟୋଲୋଜି ଦ୍ୱାରା ବିକଶିତ ହୋଇଛି ଏହି ଟିକା ।

ଗଣମାଧ୍ୟମ ସଂସ୍ଥା ରଏଟରସ ପକ୍ଷରୁ ସୂଚନା ଅଛିକି ଋଷିଆର ପ୍ରସ୍ତୁତ ଏହି ଟିକାର ପ୍ରଥମ ଡୋଜ୍ ମେ ପହିଲାରୁ ଭାରତ ପାଇପାରେ । ଫଳରେ ଭାରତରେ ୨ୟ ଲହର ସଂକ୍ରମଣ ମାତ୍ରା ବୃଦ୍ଧି ପାଉଥିବାରୁ ଏଥିରେ ସୁଧାର ଆସିପାରେ । ପ୍ରଥମରୁ ପରୀକ୍ଷଣରେ ପ୍ରଭାବଶାଳୀ ଥିବା ସତ୍ତ୍ୱେ Sputnik V ଉପରେ ସମ୍ଭାବନା ଖିୁବ କମ୍ ଥିଲା । କିନ୍ତୁ ଲାନସେଟ୍ ତଥ୍ୟ ଅନୁସାରେ ଏହି ଟିକା ସମ୍ପୂର୍ଣ୍ଣ ନିରାପଦ ଓ ପ୍ରଭାବଶାଳୀ ରହିଛି । ପ୍ରମାଣିତ ହୋଇଥିଲା କି ଏହି ଟିକା ପାର୍ଶ୍ୱ ପ୍ରତିକ୍ରିୟା କମ୍ ଅଛି । ପାଖାପାଖି ୨୦,୦୦୦ ଲୋକଙ୍କ ଠାରୁ ଏହି ତଥ୍ୟ ସଂଗ୍ରହ କରିବା ପରେ ଲାନସେଟ୍ Sputnik V ବିପକ୍ଷରେ ତଥ୍ୟ ଦେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.