Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ବିଷାକ୍ତ ମଦ ପିଇ ୪ ମୃତ, ପୋଲିସ ଏବଂ ଅବକାରୀ ବିଭାଗର ୧୨ ଅଧିକାରୀ ନିଲମ୍ବିତ

29/01/2021 at 6:53 PM

ଜୟପୁର ୨୯/୦୧: ବିଷାକ୍ତ ମଦ୍ୟ ପାନ କରି ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣା ରାଜସ୍ଥାନର ଭିଲାବାଡ଼ାରେ ଘଟିଛି। ମଦ ମୃତ୍ୟୁ ଘଟଣା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ପୋଲିସ ଏବଂ ଅବକାରୀ ବିଭାଗର ୧୨ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ଏଭଳି ଘଟଣା ନିକଟରେ ମଧ୍ୟପ୍ରଦେଶର ମୁରୈନା ଜିଲ୍ଲାରେ ଘଟିଥିଲା। ବିଷାକ୍ତ ମଦ ପିଇ ୨୪ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା।

ମିଳିଥିବା ସୂଚନା ଅନୁସାରେ ବିଷାକ୍ତ ମଦ ପିଇ ମୃତ୍ୟୁ ହୋଇଥିବା ଘଟଣା ଗୁରୁବାର ରାତିରେ ସାରନର ଖେଡ଼ାରେ ଘଟିଛି। ଗାଁର କିଛି ଲୋକ ବିଷାକ୍ତ ମଦ ପିଇ ଦେଇଥିଲେ। ଏବେ ସୁଦ୍ଧା ୪ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପଟେ ଅବକାରୀ ବିଭାଗ ସରକାରୀ ମଦ ଦୋକନରୁ ମଦ ଜବତ କରିବା ସହ ପରୀକ୍ଷା ପାଇଁ ପଠାଇଛି।

ମଦ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୋଲିସ ଏବଂ ଅବକାରୀ ବିଭାଗର ୧୨ ଜଣ ଅଧିକାରୀଙ୍କୁ ନିଲମ୍ବିତ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ । ଏହା ସହ ଅସୁସ୍ଥ ବ୍ୟକ୍ତିଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଘୋଷଣା କରାଯାଇଥିବା ଜଣାପଡ଼ିଛି।

   Related Posts