Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ବିଷାକ୍ତ ମଦ ପିଇ ୫ ମୃତ, ୧୬ ଗୁରୁତର, ୮ ସରକାରୀ ଅଧିକାରୀ ନିଲମ୍ବିତ

9/01/2021 at 9:59 PM

ବୁଲନ୍ଦଶର ୦୯/୦୧: ବିଷାକ୍ତ ମଦ ପିଇ ପୁଣି ୫ ଜଣ ଆଖିବୁଜିଲେ। ୧୬ ଜଣ ଗୁରୁତର ଥିବା ବେଳେ ହସ୍ପିଟାଲରେ ଜୀବନ ମରଣ ସହ ଲଢ଼େଇ କରୁଛନ୍ତି।   ଏହି ଘଟଣା ଉତ୍ତରପ୍ରଦେଶର ଜିତଗଢ଼ି ଗାଁରେ ଘଟିଛି। ଏଥିପାଇଁ ୪ ପୋଲିସ୍‌ କର୍ମଚାରୀଙ୍କ ସମେତ ୮ ସରକାରୀ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି।

କାର୍ଯ୍ୟରେ ଅବହେଳା ପାଇଁ ଅବକାରୀ ବିଭାଗ ଡିଜିଙ୍କୁ ମଧ୍ୟ ବଦଳି କରାଯାଇଥିବା ଜଣାପଡ଼ିଛି। ବିଷାକ୍ତ ମଦ ବିକ୍ରି କରୁଥିବା ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତ କୂଳଦୀପ ସମେତ ୬ ଜଣଙ୍କୁ ଗିରଫ କରିଛି। ଗାଁରେ ବିଷାକ୍ତ ମଦ ବିକ୍ରି ହେଉଥିବା ବେଳେ ଏହାକୁ ପିଇ ଲୋକଙ୍କ ମୃତ୍ୟୁ ହେଉଛି। ଗୁରୁବାର ରାତିରୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

ମୃତକମାନେ ହେଲେ ଶୁଖପାଳ(୬୫), ସତିଶ (୪୫), କାଳୁଆ (୪୫) ଓ ପାନାଲାଲ (୬୬)। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ପୋଲିସ ସର୍ଚ୍ଚ ଅପରେସନ ଜୋରଦାର କରିଛି। ଲୋକେ ଅସୁସ୍ଥ ହେବାରୁ ମଦ ମାଫିଆ ୧୮ ପେଟି ବିଷାକ୍ତ ମଦ ଫୋପାଡ଼ିଥିବା ବି ଜଣାପଡ଼ିଛି।

   Related Posts