କ୍ୟାନସର,ହୃଦ ରୋଗ ଭଳି ୧୦ଟି ରୋଗକୁ ଦୂର କରିଥାଏ ଗଜା ହୋଇଥିବା ରସୁଣ : ଜାଣନ୍ତୁ ଏହାର ବିଶେଷତ୍ବ
13/08/2019 at 7:06 PM

ରସୁଣ କେବଳ ଖାଦ୍ୟର ସ୍ବାଦ ବଢ଼ାଇନଥାଏ ବରଂ ଏହାର ଅଗଣିତ ସ୍ବାସ୍ଥ୍ୟଗତ ଫାଇଦା ମଧ୍ୟ ଅଛି। ରସୁଣରେ ଭିଟାମିନ୍ ଏ,ବି୧,ବି୬,ସି,ମାଙ୍ଗାନିଜ,କ୍ୟାଲସିୟମ୍,କପର,ସଲଫ୍ୟୁରିକ୍ ଏସିଡ ଏବଂ ଫସଫରସ୍ ଭଳି ପୋଷକ ତତ୍ତ୍ବ ରହିଥାଏ। ରସୁଣରେ ଏଲିସିନ ନାମକ ତତ୍ତ୍ବ ରହିଥାଏ,ଯାହା ଆଣ୍ଟିବ୍ୟାକ୍ଟେରିଆଲ,ଆଣ୍ଟିଭାଇରାଲ,ଆଣ୍ଟିଫଙ୍ଗଲ ଏବଂ ଆଣ୍ଟିଅକ୍ସିଡା୍ଟ ଭାବେ କାମ କରିଥାଏ ଏବଂ ଆପଣଙ୍କୁ ଅନେକ ପ୍ରକାର ରୋଗରୁ ବଞ୍ଚାଇଥାଏ।

ଆପଣ ଜାଣନ୍ତି କି ସାମାନ୍ୟ ରସୁଣ ତୁଳନାରେ ଗଜା ହୋଇଥିବା ରସୁଣ ସେବନ ଦ୍ବାରା ଆପଣଙ୍କ ସ୍ବାସ୍ଥ୍ୟକୁ ଅଧିକ ଫାଇଦା ହୋଇଥାଏ। ଆପଣ ଦେଖିଥିବେ ଅନେକ ଲୋକ ଗଜା ହୋଇଯାଇଥିବା ରସୁଣକୁ ଖରାପ ଭାବି ଫିଙ୍ଗି ଦିଅନ୍ତି। ବିଶେଷଜ୍ଞଙ୍କ ମତରେ ଏପରି କରିବା ଅନୁଚିତ୍। ସେମାନଙ୍କ କହିବାନୁସାରେ ସାମାନ୍ୟ ରସୁଣ ତୁଳନାରେ ଗଜା ହୋଇଥିବା ରସୁଣ ସେବନ ଦ୍ବାରା କୋଲେଷ୍ଟୋଲ୍,ରକ୍ତ ଚାପ,ହୃଦ ରୋଗ ଏବଂ କ୍ୟାନସର ଭଳି ଗମ୍ଭୀର ରୋଗରୁ ମୁକ୍ତି ପାଇବା ଅଧିକ ସହଜ ହୋଇଥାଏ। ଆସନ୍ତୁ ଜାଣିବା ଗଜା ହୋଇଥିବା ରସୁଣ ବିଷୟରେ

୧.କ୍ୟାନସରରୁ ମୁକ୍ତି : କ୍ୟାନସରରୁ ମୁକ୍ତି ପାଇବା ପାଇଁ ଗଜା ହୋଇଥିବା ରସୁଣ ଲାଭଦାୟକ ହୋଇଥାଏ। ଅଙ୍କୁରୋଦଗମ ପ୍ରକ୍ରିୟା ସମୟରେ ରସୁଣରେ ଫାଇଟୋକେମିକାଲର ଉତ୍ପାଦନ ହୋଇଥାଏ।

୨. ହୃଦ ରୋଗ ପାଇଁ ଲାଭଦାୟକ : ହୃଦୟ ପାଇଁ ଗଜା ହୋଇଥିବା ରସୁଣ ଖୁବ୍ ଲାଭଦାୟକ ହୋଇଥାଏ। ଏଥିରେ ଅଧିକ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ ଯାହା ହୃଦୟ ପାଇଁ ଲାଭଦାୟକ ହୋଇଥାଏ।

୩. ଥଣ୍ଡା ଜ୍ବରରୁ ମିଳିଥାଏ ମୁକ୍ତି : ଯଦି ଆପଣ ବାରମ୍ବାର ଥଣ୍ଡା କାଶରେ ପୀଡ଼ିତ ହେଉଛନ୍ତି ତେବେ ଆପଣଙ୍କ ପାଇଁ ଗଜା ହୋଇଥିବା ରସୁଣ ଲାଭଦାୟକ ହୋଇଥାଏ। ଏକ ଅନୁସନ୍ଧାନ ଅନୁସାରେ ଗଜା ହୋଇଥିବା ରସୁଣ ସେବନ କରିବା ଦ୍ବାରା ଶରୀରକୁ ଅଧିକ ମାତ୍ରାରେ ଆଣ୍ଟି ଅକ୍ସିଡାଣ୍ଟ ମିଳିଥାଏ।

୪.ହୃଦଘାତ ରୋକିଥାଏ: ଗଜା ହୋଇଥିବା ରସୁଣ ଯେକୌଣସି ପ୍ରକାରର ହୃଦଘାତକୁ ରୋକିବାରେ ସହାୟକ ହୋଇଥାଏ। ରସୁଣରେ ଫାଇଟୋକେମିକାଲ ରକ୍ତ ଜମାଟ ବାନ୍ଧିବାର ପ୍ରକ୍ରିୟାକୁ ରୋକିବାରେ ସହାୟକ ହୋଇଥାଏ।

୫. ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ : ଏକ ଗବେଷଣାରୁ ଜଣାଯାଇଛି ଯେ ପାଞ୍ଚ ଦିନରେ ଗଜା ହୋଇଥିବା ରସୁଣକୁ ଖାଇବା ଦ୍ବାରା ଆପଣଙ୍କ ଶରୀରରେ ଅଧିକ ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ। ଏହି ଆଣ୍ଟିଅକ୍ସିଡାଣ୍ଟ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରି ଆପଣଙ୍କୁ ବିଭିନ୍ନ ପ୍ରକାର ସଂକ୍ରମଣରୁ ବଞ୍ଚାଇଥାଏ।

୬. ସେକ୍ସ ହରମୋନ ସୃଷ୍ଟି କରିଥାଏ : ରସୁଣରେ ଏଲିସିନ ନାମକ ପଦାର୍ଥ ରହିଥାଏ ଯାହା ପୁରୁଷଙ୍କ ହରମୋନ ଠିକ୍ ରଖିଥାଏ। ଏହା ଦ୍ବାରା ପୁରୁଷଙ୍କଠାରେ ଇରେକ୍ଟାଇଲ୍ ଡିସଫଙ୍କସନ ଦୂର ହୋଇଥାଏ। ରସୁଣରେ ସେଲେନିୟମ୍ ଏବଂ ଭିଟାମିନ୍ ଥାଏ ଯାହା ଦ୍ବାରା ସ୍ପର୍ମର ପରିମାଣ ବଢ଼ିଥାଏ।
