୮ଲକ୍ଷ ଟଙ୍କା ପାଇଁ କିଡ୍‌ନାପ୍ ! ବନ୍ଧୁକ ମୁନରେ ହତ୍ୟା ଧମକର ଭିଡିଓ ଭାଇରାଲ୍

Published By : Prameya-News7 Bureau | March 03, 2021 IST

ସୋର ୩।୩: ୮ ଲକ୍ଷ ଟଙ୍କା ପାଇଁ ଯୁବକ ପଣବନ୍ଦୀ । ଟଙ୍କା ନଦେଲେ ବନ୍ଧୁକ ମୁନରେ ହତ୍ୟା ଧମକର ଭିଡିଓ ଭାଇରାଲ୍ ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ସୋର ଥାନା କେଶପୁର ଗାଁର ତାପସ କୁମାର ମହାନ୍ତି ୮ ବର୍ଷ ଧରି ବେଙ୍ଗାଲୁରୁର ଏକ କ୍ୟାଣ୍ଟିନରେ କାମ କରୁଥିଲେ । ମଝିରେ ମଝିରେ ଘରକୁ ଆସନ୍ତି । ୧୦ ଦିନ ତଳେ କେଶପୁର ସ୍ଥିତ ଘରକୁ ଫେରିଥିଲେ ତାପସ । ହେଲେ ଆଉ ବେଙ୍ଗାଲୁରୁ ଫେରିନଥିଲେ । ଘରେ ଥିବା ବେଳେ ଗତ ୨୮ ତାରିଖ ଦିନ ସକାଳେ ଏକ ଅଜଣା ନମ୍ବରରୁ ତାଙ୍କ ପାଖକୁ ଫୋନ୍ ଆସିଥିଲା । ବ୍ୟକ୍ତି ଜଣଙ୍କ କହିଥିଲେ ଭଲ କାମ ଅଛି କୋଲକାତା ଆସ । ସେହିଦିନ ତାପସ ତୁରନ୍ତ କୋଲକାତା ଚାଲିଯାଇଥିଲେ । ହେଲେ ତାହା ଥିଲା ଫେକ୍ କଲ୍ । କାରଣ ସେହି ଦିନ ସନ୍ଧ୍ୟାରେ ତାପସଙ୍କ ସ୍ତ୍ରୀ ସୁକାନ୍ତିକୁ ଅଜଣା ଫୋନରୁ ସ୍ବାମୀଙ୍କୁ ଅପହରଣ କରାଯାଇଥିବା ନେଇ ଫୋନ୍ ଆସିଥିଲା । ଅପହରଣକାରୀମାନେ ୮ ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ । ଆକାଉଣ୍ଟରେ ଟଙ୍କା ଦେଲେ ସ୍ବାମୀଙ୍କୁ ଛାଡିବୁ ନଚେତ୍ହତ୍ୟା କରିବାକୁ ଧମକ ଦେଇଥିଲେ ଅପହରଣକାରୀ ।

ଆଉ ମଙ୍ଗଳବାର ସେହି ନମ୍ବରରୁ ତାପସଙ୍କ ହାତ ଗୋଡ ବନ୍ଧା ଯାଇଥିବା ଭିଜୁଆଲ ତାପସଙ୍କ ପରିବାର ନିକଟକୁ ଆସିଛି । ସେହି ଭିଡିଓରେ ଦେଖିବାକୁ ମିଳିଛି ବନ୍ଧୁକ ଓ ଟାଙ୍ଗିଆ ରଖି କିଭଳି ତାପସଙ୍କୁ ହତ୍ୟା ଧମକ ଦିଆଯଉଛି । ଯାହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଏ ନେଇ ତାପସଙ୍କ ସ୍ତ୍ରୀ ସୁକାନ୍ତି ସୋର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏପରିକି ଭୟରେ ଅପହରଣକାରୀ ଦେଇଥିବା ଆକାଉଣ୍ଟରେ ପରିବାର ଲୋକେ ୫୦ ହଜାର ଟଙ୍କା ବି ପଠାଇଛନ୍ତି । ତାପସଙ୍କ ସ୍ତ୍ରୀ ସୁକାନ୍ତି ଗର୍ଭବତୀ ଥିବା ବେଳେ ସୋର ଥାନାରେ ନ୍ୟାୟ ପାଇଁ ଆକୁଳ ନିବେଦନ କରିଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.