କପିଲ ଶର୍ମା ସୋ’ରେ ଦୌଡରାଣୀ ଦୂତି : ମନଖୋଲି ହସିଲେ ଆଉ କହିଲେ ବ୍ୟକ୍ତିଗତ ଜୀବନ ସମ୍ପର୍କରେ, ଏବେ ଅଭ୍ୟାସର ସମୟ

Published By : Prameya-News7 Bureau | May 31, 2019 IST

ଭୁବନେଶ୍ବର (ସମୀକ୍ଷା ପଟ୍ଟନାୟକ) ୩୧|୫: ସ୍ପ୍ରିଣ୍ଟ କୁଇନ ଦୂତି ଚାନ୍ଦ । ଏଇ କିଛି ଦିନ ଧରି ନିଜର ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍ ଚର୍ଚ୍ଚାରେ ଥିଲେ । ମାନସିକ ଅବସାଦରେ ବି ଥିଲେ । କିନ୍ତୁ  ବର୍ତ୍ତମାନ ସେ କପିଲ ଶର୍ମା ସୋକୁ ଯାଇ ପୁରା ଫ୍ରେସ ହୋଇ ଫେରିବା ପରେ ଆରମ୍ଭ କରିଦେଇଛନ୍ତି ଅଭ୍ୟାସ ।

ଟେଲିଭିଜନ ଜଗତର  ସବୁଠାରୁ  ପପୁଲାର  କମେଡି ସୋ ଦ କପିଲ ଶର୍ମା ସୋ । ଏହି ସୋରେ ଦେଶର ବଡ ବଡ କଳାକାର ନିଜର ପ୍ରମୋସନ ପାଇଁ ଲାଇନ ଲଗାନ୍ତି । କିନ୍ତୁ  ଓଡିଆ ଆଥେଲେଟ ଦୁତି ଚାନ୍ଦଙ୍କୁ କପିଲଙ୍କ ଠାରୁ ମିଳିଥିଲା ଡାକରା । ଏହି ସୋରେ ସାମିଲ ହୋଇ  ଓଡିଶାବାସୀ ଙ୍କୁ ପୁଣି ଥରେ ଗର୍ବିତ କରିଛନ୍ତି  ଦୁତି । ପ୍ରଥମ ଓଡିଆ ଭାବେ ଦୁତି ଏହି ସୋରେ ସାମିଲ ହୋଇ ମନଖୋଲି କଥା ହୋଇଛନ୍ତି , ମନଖୋଲି ହସିଛନ୍ତି ।କେବଳ ପଡିଆରେ ନୂହେଁ ସାମାଜିକ ଜୀବନରେ ମଧ୍ୟ ସେ କେଉଁ ଟ୍ରାକରେ ଚାଲିବେ , କିଭଳି ଚାଲିବେ ତାହା ସ୍ପଷ୍ଟ ଭାବେ କହି ଚର୍ଚ୍ଚାରେ ରହିଛନ୍ତି ।

{"id":118033}

ଦୁତି ଚାନ୍ଦଙ୍କ  ସଫଳତା  ପଛର ସଘର୍ଷ କାହାଣୀ କାହାକୁ ଅଛପା ନାହିଁ । ଓଡିଶାର ଏକ ଛୋଟ ଗାଁରୁ ଆସି ଅନ୍ତର୍ଜାତୀୟ ସ୍ତରରେ ଜଣେ ସଫଳ କ୍ରୀଡାବିତ ଭାବେ ନିଜର ପରିଚୟ ସୃଷ୍ଟି କରିବାକୁ ସେ ଅନବରତ ସଂଗ୍ରାମ କରିଛନ୍ତି । ଆଗକୁ ବିଶ୍ବ ସ୍ତରୀୟ ୟୁନିଭରସିଟି ଆଥେଲେଟିକ ଚାମ୍ପିୟାନସିପ ସହ ଟୋକିଓ ଅଲିମ୍ପିକ ।ସେଥିପାଇଁ ଜୋରଦାର ଅଭ୍ୟାସ ଚଳାଇଛନ୍ତି ଦୂତି ।

{"id":118034}

ଦୁତିଙ୍କ ସଫଳତାର ଲିଷ୍ଟ ବେଶ ଲମ୍ବା । ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ମେଡାଲ ସହ ପ୍ରଥମ ଓଡିଆ ଭାବେ ଦୁତି ୧୦୦ ମିଟର ଦୌଡରେ ରିଓ ଅଲିମ୍ପକରେ ଭାଗ ନେଇ ଇତିହାସ ସୃଷ୍ଟି କରିଛନ୍ତି । ଆଉ ଏବେ ଏହି ଲିଷ୍ଟରେ ଯୋଡି ହୋଇଛି ଦି କପିଲ ଶର୍ମା ସୋ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.