ଏହି ଫଟୋରେ ଲୁଚି ରହିଥିବା ସାପକୁ ଆପଣ ଖୋଜି ପାରିବେ କି ? ଅନେକ ଲୋକ ହାର ମାନିଛନ୍ତି

Published By : Prameya-News7 Bureau | April 16, 2020 IST

'ସ୍ପଟ ଦ ସ୍ନେକ' ସବୁଠାରୁ ପୁରୁଣା ଏବଂ ରୋମାଞ୍ଚକ ଖେଳ | କିଛି ଦିନ ହେଲା ଫେସବୁକରେ ଏକ ଫଟୋ ଭାଇରାଲ ହେଉଛି | ଫଟୋରେ ପଚରା ଯାଇଛି ଫଟୋରେ ସାପ କେଉଁଠି ଅଛି ଚିହ୍ନଟ କର | ଗୁରୁବାର ଦିନ ଅଷ୍ଟ୍ରେଲିଆ ସ୍ଥିତ ସ୍ନେକ କେଚର୍ସ ସର୍ଭିସ 'ସ୍ନେକ କେଚର୍ସ ନର୍ଦନ ରିଭର୍ସ ୨୪*୭' ଫେସବୁକରେ ଏକ ଜଙ୍ଗଲର ଫଟୋ ସେୟାର କରିଥିଲେ | ଫଟୋରେ ଏକ ସାପ ରହିଛି | ତେବେ ଫଟୋଟିକୁ ଆପଣଙ୍କୁ ଧ୍ୟାନର ସହ ଦେଖିବାକୁ ହେବ | ଧ୍ୟାନର ସହ ଦେଖିଲେ ଆପଣ ଫଟୋରେ ସାପକୁ ଖୋଜି ପାରିବେ | ଫଟୋ ସେୟାର କରି ସେଥିରେ କ୍ୟାପସନ ଦେଇଥିଲେ "ସାପକୁ ଖୋଜନ୍ତୁ…ଦେଖିବା ଆପଣମାନେ ଫଟୋରେ ସାପକୁ ଖୋଜି ପାରୁଛନ୍ତି ନାଁ ନାହିଁ "

ଆପଣ ମଧ୍ୟ ଫଟୋକୁ ଟିକେ ଭଲ ଭାବେ ଦେଖନ୍ତୁ | ଆପଣଙ୍କୁ ଏଥିରେ ସାପ ଦେଖାଯାଉଛି କି ? ଗୋଟିଏ ସପ୍ତାହ ପୂର୍ବରୁ ଅନଲାଇନ ପୋଷ୍ଟ ପରେ ଫଟୋରେ ଅନେକ ଲୋକ ପ୍ରତିକ୍ରିୟା ରଖିଥିଲେ | ଜଣେ ୟୁଜର ଲେଖିଥିଲେ "କେତେ ଘଣ୍ଟା ଦେଖିବା ପରେ ମଧ୍ୟ ମୋତେ ସାପ ଦେଖା ଯାଇନଥିଲା" | ଆଉ ଜଣେ ୟୁଜର ଲେଖିଥିଲେ "ମୁଁ ବହୁତ ସମୟ ହେଲା ସାପକୁ ଖୋଜୁଛି "

{"id":255183,"width":754,"height":441,"sizeSlug":"large"}

ସ୍ନେକ କେଚର୍ସ ନର୍ଦନ ରିଭର୍ସ ପରେ ସାପର ଏକ ଫଟୋ ସେୟାର କରିଥିଲେ | ସାପଟିକୁ ଏକ କୋଷ୍ଟାଲ ପାଇଥନ ଭାବେ ଚିହ୍ନଟ କରାଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.