Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

+୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ

21/10/2021 at 8:25 AM

ଭୁବନେଶ୍ୱର,୨୧/୧୦: ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ରାଜ୍ୟର ବିଭିନ୍ନ ଡିଗ୍ରୀ ଓ ସ୍ୱୟଂଶାସିତ କଲେଜରେ ୧ ଲକ୍ଷ ୩ ହଜାର ସିଟ୍‌ ଖାଲିପଡ଼ିଛି । ଏହି ସିଟ୍‌ଗୁଡ଼ିକ ସ୍ପଟ ନାମଲେଖା ଜରିଆରେ ପୂରଣ ହେବ । ଛାତ୍ରଛାତ୍ରୀ ଗୁରୁବାର ଅପରାହ୍ଣ ୫ଟା ସୁଦ୍ଧା ସେମାନଙ୍କ ଆବେଦନ କପି କଲେଜ ସ୍ତରରେ ଦାଖଲ କରିପାରିବେ ।

ଆସନ୍ତା ୨୩ ତାରିଖରେ କଲେଜର ଇସ୍ପେସ୍‌ରେ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ପିଲାଙ୍କ ତାଲିକା ପ୍ରକାଶ ପାଇବ । ୨୪ରୁ ୨୭ ତାରିଖ ମ୍ମରେ ଛାତ୍ରଛାତ୍ରୀଙ୍କୁ କଲେଜରେ ‘ଫି’ ଦାଖଲ କରିବାକୁ ପଡ଼ିବ ।

ସେହିପରି ଚଳିତ ମାସ ୨୭ ଏବଂ ୨୮ ତାରିଖରେ ଛାତ୍ରଛାତ୍ରୀଙ୍କ କାଗଜପତ୍ର (ଡକ୍ୟୁମେଣ୍ଟ୍‌) ଯାଞ୍ଚ କରାଯିବ । ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ନାମଲେଖା ୨୭ରୁ ୩୦ ତାରିଖ ମ୍ମରେ ଅନୁଷ୍ଠିତ ହେବ । ସ୍ପଟ୍‌ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ୯ ତାରିଖରୁ ଆରମ୍ଭ ହୋଇ ୧୭ ତାରିଖରେ ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କୁ ହିଁ ସ୍ପଟ୍‌ ନାମଲେଖାରେ ସୁଯୋଗ ଦିଆଯାଇଛି ।

   Related Posts