ଓଡିଶାରେ ବି ସ୍ପୋର୍ଟସ୍ ୟୁନିଭର୍ସିଟି ଖୋଲାଯାଉ : ଅନଙ୍ଗ ଉଦୟ ସିଂହଦେଓଙ୍କ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ

Published By : Prameya-News7 Bureau | September 17, 2018 IST

ଭୁବନେଶ୍ବର ୧୭/୯:ପ୍ରଥମେ ଏସିଆନ ଗେମର ସଫଳ ଆୟୋଜନ , ଆଉ ଏବେ ବିଶ୍ବକପ୍ ହକି ଲାଗି ପ୍ରସ୍ତୁତି। ଏମିତି କିଛି ମେଗା ଇଣ୍ଟରନ୍ୟାସନାଲ ଇଭେଣ୍ଟର ଆୟୋଜନ କରି ଓଡିଶା ବିଶ୍ବସମୁଦାୟଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି। ସେହିପରି କଟକରେ ଚାଲିଥିବା ୫ ଦିନିଆ ନ୍ୟାସନାଲ ଫେନ୍ସିଂ ଚାମ୍ପିଅନସିପ୍ ମଧ୍ୟ ବେଶ ସଫଳତାର ସହିତ ଶେଷ ହୋଇଛି। ତେଣୁ ଏସବୁକୁ ଦୃଷ୍ଟି ଦେଲେ ଏତିକି କୁହାଯାଇପାରିବଯେ, କ୍ରୀଡା ଏବଂ କ୍ରୀଡାର ଭିତ୍ତିଭୁମିରେ ବିକାଶ ଆଣିବାପାଇଁ ରାଜ୍ୟ ସରକାର ଏବେ ଖୁବ ଯତ୍ନବାନ୍ ,ସେଥିଲାଗିତ ଅନୁକୂଳ ପରିବେଶକୁ ଦେଖି ପୂର୍ବତନ କ୍ରୀଡାମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂଦେଓ ରାଜ୍ୟ ସରକାରଙ୍କ ଆଗରେ କିଛି ଖାସ୍ ପ୍ରସ୍ତାବ ରଖିଛନ୍ତି, ଅନଙ୍ଗ କହିଛନ୍ତି ଅନ୍ୟରାଜ୍ୟ ଭଳି ଓଡିଶାରେ ବି ସ୍ପୋର୍ଟସ୍ ୟୁନିଭର୍ସିଟି ଖୋଲାଯାଉ , ଯାହାଦ୍ବାରା କ୍ରୀଡା କ୍ଷେତ୍ରରେ ଓଡିଶା ଆଉ ୨ ପାଦ ଆଗକୁ ଯାଇ ପାରିବ। ଅନେକ ନ୍ୟାସନାଲ ଓ ଇଣ୍ଟରନ୍ୟାସନାଲ ସ୍ପୋର୍ଟସ୍ ଇଭେଣ୍ଟର ଆୟୋଜନ କରିବାଲାଗି ଓଡିଶା ସରକାର ବିଶେଷ ଆନ୍ତରିକତା ଦେଖାଉଛନ୍ତି।ଭୁବନେଶ୍ବରରେ ଏସିଆନ ଗେମ୍ର ଆୟୋଜନ ସାଙ୍ଗକୁ ହକି ବିଶ୍ବକପଲାଗି ଚାଲିଥିବା ପ୍ରସ୍ତୁତି ,ହେଉଛି ଏସବୁର ଜ୍ବଳନ୍ତ ପ୍ରମାଣ।କିନ୍ତୁ ଭିତ୍ତିଭୁମିର ବିକାଶ ଦିଗରେ ସରକାର ଯେତିକି ଯତ୍ନବାନ , ତାର ଅନ୍ୟପାର୍ଶ୍ବକୁ ମଧ୍ୟ ସେଭଳି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି।ଦେଶରେ ଏବେ ୬ ରୁ ୭୦୦୦ ଭଳି ସ୍ପୋର୍ଟସ୍ ଅଫିସିଆଲ ପଦ ଖାଲି ପଡିଥିବା କାରଣରୁ ଭଲ କ୍ରୀଡାବିତ୍ ସୃଷ୍ଟି ହୋଇପାରୁନାହାଁନ୍ତି।ସେଥିଲାଗି ରାଜ୍ୟରେ ସ୍ପୋର୍ଟସ୍ ୟୁନିଭର୍ସିଟି ନିର୍ମାଣ କରାଯାଉ ବୋଲି ପ୍ରସ୍ତାବ ରଖିଛନ୍ତି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ କ୍ରୀଡା ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ। ତାଙ୍କ ମତରେ ମହାରାଷ୍ଟ୍ର ଓ ଗୁଜରାଟ ଭଳି ରାଜ୍ୟରେ ଯଦି ସ୍ପୋର୍ଟସ୍ ୟୁନିଭର୍ସିଟି ହେଇ ପାରୁଛି , ତାହାଲେ ଓଡିଶାରେ ନହେବ କାହିଁକି? ତେବେ କେବଳ ଇଣ୍ଟରନ୍ୟାସନାଲ ଇଭେଣ୍ଟ ନୁହେଁ , ଅନେକ ଜାତୀୟ ସ୍ତରର ସ୍ପୋର୍ଟସ୍ ଇଭେଣ୍ଟ ପାଇଁ ମଧ୍ୟ ରାଜ୍ୟର ଅନେକ କ୍ରୀଡା ସଂଗଠନ ଆଗ୍ରହ ଦେଖାଇଛନ୍ତି।ନିକଟରେ ନ୍ୟାସନାଲ ଫେନସିଂ ଚାମ୍ପିଅନସିପ୍ ଲାଗି କଟକରେ ବେଶ ଭଲ ଆୟୋଜନ କରିଥିଲା ରାଜ୍ୟ ଅସୀଚାଳକ ସଂଘ।ଏହାର ସଫଳ ଆୟୋଜନ, ଇଣ୍ଡିଆନ ଅଲିମ୍ପିକ ଆସୋସିଏସନର ପଦାଧିକାରୀ ମାନଙ୍କୁ ବି ପ୍ରଭାବିତ କରିପାରିଛି, ତେଣୁ ଆଗକୁ ଓଡିଶାରେ ଇଣ୍ଟରନ୍ୟାସନାଲ ଫେନ୍ସିଂ ଚାମ୍ପିଅନସିପର ଆୟୋଜନ ପାଇଁ ସେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ମଧ୍ୟ ଦେଇଛନ୍ତି।ଯାହା ବାବଦରେ ରାଜ୍ୟ ସରକାର ଚିନ୍ତା କରିବେ ବୋଲି କହିଛନ୍ତି କ୍ରୀଡାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା। ଅବଶ୍ୟ ଏହା ସତ୍ୟଯେ, ଗତ କେଇ ବର୍ଷ ଭିତରେ ରାଜ୍ୟର ଅନେକ କ୍ରୀଡାବିତ୍ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ନିଜର ଉପସ୍ଥିତି ଜାହିର କରିସାରିଲେଣି, ସେପଟେ ରାଜ୍ୟ ସରକାର ବିଭିନ୍ନ ମେଗା ସ୍ପୋର୍ଟସ୍ ଇଭେଣ୍ଟର ସଫଳ ଆୟୋଜନ କରିବାରେ ମଧ୍ୟ ସଫଳ ହେଉଛନ୍ତି, କିନ୍ତୁ ରାଜ୍ୟରେ ସ୍ପୋର୍ଟସ୍ ୟୁନିଭର୍ସିଟି ନିର୍ମାଣ କରିବାଭଳି କନସେପ୍ଟକୁ ରାଜ୍ୟ ସରକାର ଗ୍ରହଣ କରିବେ ନା ନାହିଁ, ସେକଥା କିଏବା କହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.