Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ଦେଲେ କ୍ରୀଡା ମନ୍ତ୍ରୀ, ଲୋକହସା ହେବା ପରେ କ୍ଷମା ମାଗିଲେ

16/10/2021 at 8:56 PM

ରାଞ୍ଚି ୧୬।୧୦: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଡ ମନମୋହନ ସିଂହ ବର୍ତ୍ତମାନ ଅସୁସ୍ଥ ହୋଇ ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା(ଏମ୍ସ)ରେ ଭର୍ତ୍ତି ଅଛନ୍ତି। ହେଲେ ଏହା ପୂର୍ବରୁ  ଝାଡଖଣ୍ଡର କ୍ରୀଡା ମନ୍ତ୍ରୀହସନ ଅନସାରୀ ସିଂହଙ୍କୁ ଜୀବନ୍ତ  ଅବସ୍ଥାରେ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ତାଙ୍କର ଏକ ଭିଡିଓ ଭାଇରାଲ୍ ହୋଇଛି, ଯେଉଁଥିରେ ସେ ଏକ ସଭାକୁ ସମ୍ବୋଧିତ କରୁଛନ୍ତି ଏବଂ ମନମୋହନ ସିଂହଙ୍କୁ ମୃତ ଦର୍ଶାଇଛନ୍ତି। ଏପରିକି ତାଙ୍କ ସମ୍ମାନରେ ଏକ ମିନିଟ୍‌ର ନିରବ ପ୍ରାର୍ଥନା ମଧ୍ୟ କରିଛନ୍ତି। ଏହାର ଭିଡିଓ ଭାଇରାଲ୍ ହୋଇଛି। ହେଲେ ଗୋଟିଏ ଦିନ ପରେ ଅନସାରୀ ଆଉ ଏକ ଭିଡିଓ ଜାରି କରି ଏହି ବିଷୟରେ କ୍ଷମା ମାଗିଛନ୍ତି।

ଝାଡଖଣ୍ଡର କ୍ରୀଡା ମନ୍ତ୍ରୀ ହସନ ଅନସାରୀଙ୍କ ଏହି ଭିଡିଓ ଭାଇରାଲ୍ ହୋଇଛି। ଏହି ଭିଡିଓରେ ମନ୍ତ୍ରୀ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ମୃତ ଦର୍ଶାଇ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ମନ୍ତ୍ରୀ ଦେବଘରରେ ପଟବାବାଦର ଧମନା ନିକଟରେ ଶୁକ୍ରବାର ଡଃ ଏପିଜେ ଅବଦୁଲ କଲାମଙ୍କ ଛକର ଉଦଘାଟନ କରିଛନ୍ତି। ହେଲେ ଲୋକଙ୍କୁ ସମ୍ବୋଧିତ କରିବା ସମୟରେ ତାଙ୍କ ପାଟି ଖସି ଯାଇଥିଲା।

ସେ କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଆଜି ପରଲୋକ ଘଟିଛି। ଦେଶର ବିକାଶରେ ତାଙ୍କର ୫୦ ପ୍ରତିଶତ ଯୋଗଦାନ ରହିଛି। ମନମୋହନ ସିଂହ ଦେଶକୁ ୫୦ ବର୍ଷ ଆଗକୁ ନେଇଥିଲେ। ମାତ୍ର  ମୋଦୀ ଜୀ ଦେଶକୁ ୫୦ ବର୍ଷ ପଛକୁ ନେଇ ଯାଇଛନ୍ତି। ହେଲେ ମନମୋହନ ଆଜି ଆମ ଗହଣରେ ନାହାନ୍ତି। ଆମେ ତାଙ୍କ ପାଇଁ ଗୋଟିଏ ମିନିଟ୍ ନିରବ ପ୍ରାର୍ଥନା କରିବା।

ଏହାର ଭିଡିଓ ଭାଇରାଲ୍ ହେବା ପରେ ମନ୍ତ୍ରୀଙ୍କୁ ଖୁବ ଲୋକହସା ହେବାକୁ ପଡିଛି। ଏହା ପରେ ମନ୍ତ୍ରୀ ଅନସାରୀ ସାମାଜିକ ଗଣମାଧ୍ୟମ ଜରିଆରେ ସଫେଇ ଦେଇଛନ୍ତି। ସେ ଲେଖିଛନ୍ତି, ମୁଁ ଏଥିପାଇଁ କ୍ଷମା ମାଗୁଛି। ତାଙ୍କ ଶୀଘ୍ର ସୁସ୍ଥତାର କାମନା କରୁଛି। ସାମାଜିକ ଗଣମାଧ୍ୟମରେ ଗୁଜବ ଖବର କାରଣରୁ ଏମିତି ଘଟିଛି। ମନମୋହନ ସିଂହଙ୍କ ସ୍ଵାସ୍ଥ୍ୟବସ୍ଥାରେ ସୁଧାର ଆସୁଥିବା ସୂଚନା ରହିଛି।

   Related Posts