Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଇଟା ଭାଟିରେ ମୂଲ ଲାଗୁଥିବା ମହିଳା ଫୁଟବଲ୍‌ ଖେଳାଳିଙ୍କୁ ମିଳିଲା କ୍ରୀଡା ମନ୍ତ୍ରଣାଳୟର ସାହାରା, ସାହାଯ୍ୟର ଭରସା ଦେଲେ କିରେନ ରିଜିଜୁ

23/05/2021 at 9:33 PM

ରାଞ୍ଚି ୨୩।୦୫: ଝାଡଖଣ୍ଡର ଅନ୍ତର୍ଜାତୀୟ ମହିଳା ଫୁଟବଲ୍‌ ଖେଳାଳି ସଙ୍ଗୀତା କୁମାରୀ କରୋନା ସଂକ୍ରମଣ କାଳରେ ଏକ ଇଟା ଭାଟିରେ ଦିନ ମଜୁରିଆ ଭାବେ କାମ କରିବାକୁ ବିବଶ। ଇଟା ଭାଟିରେ କାମ କରିବା ସମୟରେ ସଙ୍ଗୀତା କୁମାରୀଙ୍କ ଫଟୋ ଗଣମାଧ୍ୟମରେ ଆସିବା ପରେ କେନ୍ଦ୍ର କ୍ରୀଡା ମନ୍ତ୍ରୀ କିରେନ ରିଜିଜୁ ସହାୟତା କରିବାକୁ ଭରସା ଦେଇଛନ୍ତି। ଏହା ପୂର୍ବରୁ ଜାତୀୟ ମହିଳା ଆୟୋଗ ଝାଡଖଣ୍ଡ ସରକାରଙ୍କୁ ଅନ୍ତର୍ଜାତୀୟ ଫୁଟବଲ ଖେଳାଳିଙ୍କୁ ସାହାଯ୍ୟ କରିବାକୁ କହିଛନ୍ତି। ଆୟୋଗର ଅଧ୍ୟକ୍ଷ ରେଖା ଶର୍ମା ଝାଡଖଣ୍ଡ ସରକାରଙ୍କ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ସାହାଯ୍ୟ କରିବାକୁ ଦାବି କରିଛନ୍ତି।

ଭାରତୀୟ ଦଳ ପକ୍ଷରୁ ଭୂଟାନ ଓ ଥାଇଲାଣ୍ଡରେ ଷ୍ଟ୍ରାଇକର ଭାବେ ଖେଳି ସାରିଥିବା ସଙ୍ଗୀତା କୁମାରୀ ଇଟା ଭାଟିରେ ମୂଲ ଲାଗିବା ଖବର ଗଣମାଧ୍ୟମକୁ ଆସିବା ପରେ କେନ୍ଦ୍ର କ୍ରୀଡା ମନ୍ତ୍ରୀ କିରେନ ରିଜିଜୁ ଘଟଣା ବିଷୟରେ ପଚାରି ବୁଝି ସହାୟତା ଦେବାକୁ ଆଶ୍ଵାସନା ଦେଇଛନ୍ତି।

କିରେନ ରିଜିଜୁ ନିଜର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଲେଖିଛନ୍ତି, ତାଙ୍କୁ ମହିଳା ଫୁଟବଲ ଖେଳାଳି ବିଷୟରେ ସୂଚନା ଦିଆଯାଇଥିଲା। ସେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ଵ କରିଛନ୍ତି। ସଂପ୍ରତି ମହାମାରୀ ସମୟରେ ସୋରେନ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି।

ରିଜିଜୁ ଲେଖିଛନ୍ତି, ତାଙ୍କ କାର୍ଯ୍ୟାଳୟ ସଙ୍ଗୀତାଙ୍କ ସହ ଯୋଗାଯୋଗ କରି ଶୀଘ୍ର ଆର୍ଥିକ ସହାୟତା ଯୋଗାଇ ଦେବାକୁ ଆଶ୍ଵସନା ଦେଇଛନ୍ତି। ଆଥଲେଟ୍‌ଙ୍କୁ ସମ୍ମାନଜନକ ଜୀବନ ସୁନିଶ୍ଚିତ କରିବା କେନ୍ଦ୍ର ସରକାରଙ୍କ ପ୍ରାଥମିକତା ବୋଲି ସେ କହିଛନ୍ତି।

ଅନ୍ତର୍ଜାତୀୟ ମହିଳା ଫୁଟବଲ୍ ଖେଳାଳି ସଙ୍ଗୀତା ସୋରେନ ଧନବାଦର ଭୁଲି ବାସମୁଡି ଗାଁର ବାସିନ୍ଦା। ସେ ୨୦୧୮ରେ ପ୍ରଥମେ ଭୂଟାନରେ ଭାରତୀୟ ୧୮ ବର୍ଷରୁ ଦଳର ପ୍ରତିନିଧିତ୍ଵ କରିଥିଲେ। ପୁଣି ସେହି ବର୍ଷ ଥାଇଲାଣ୍ଡରେ ଆୟୋଜିତ ୧୯ ବର୍ଷରୁ କମ ଦଳରେ ଦେଶ ପକ୍ଷରୁ ପ୍ରତିନିଧିତ୍ଵ କରିଥିଲେ। ଏଥି ସହ ଗୋଲ ଦେବାରେ ମଧ୍ୟ ସେ ସଫଳ ହୋଇଥିଲେ।

   Related Posts