ବର୍ଷା ସାଜିଲା ବାଧକ, ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ ବାତିଲ

Published By : Prameya-News7 Bureau | March 12, 2020 IST

ଧର୍ମଶାଳା, ୧୨|୦୩:  ଧର୍ମଶାଳାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଦିନିକିଆ ବର୍ଷା ପାଇଁ ବାତିଲ ହୋଇଯାଇଛି। ଗୁରୁବାର ସକାଳୁ ଏଠାରେ ବର୍ଷା ଲାଗି ରହିଥିଲା। ଫଳରେ ଟସ ବିଳମ୍ବିତ ହୋଇଥିଲା। ଏପରିକି ଟସ ମଧ୍ୟ ପଡିପାରି ନଥିଲା।

wp:core-embed/twitter {"url":"https://twitter.com/BCCI/status/1238070405098655746?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1238070405098655746\u0026ref_url=https%3A%2F%2Fhindi.news18.com%2Fnews%2Fsports%2Fcricket-live-score-ind-vs-sa-commentary-india-vs-south-africa-national-cricket-team-scorecard-dharamshala-2929543.html","type":"rich","providerNameSlug":"twitter","className":""}
https://twitter.com/BCCI/status/1238070405098655746?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1238070405098655746&ref_url=https%3A%2F%2Fhindi.news18.com%2Fnews%2Fsports%2Fcricket-live-score-ind-vs-sa-commentary-india-vs-south-africa-national-cricket-team-scorecard-dharamshala-2929543.html
/wp:core-embed/twitter

ବିସିସିଆଇ ପକ୍ଷରୁ ବର୍ଷାକୁ ନଜରରେ ରଖି ୫୦ ଓଭର ବିଶିଷ୍ଟ ମ୍ୟାଚକୁ ୨୦ ଓଭର କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ବର୍ଷା ରୋକିବାର ନାଁ ନେଇନଥିଲା। ଫଳରେ ବାଧ୍ୟ ହୋଇ ମ୍ୟାଚକୁ ବାତିଲ କରିବା ପାଇଁ ପଡିଥିଲା।

ତେବେ ଦିନ ପ୍ରାୟ ୨ଟା ସମୟରେ ବର୍ଷା ବନ୍ଦ ହେବା ସହ ଖରା ହୋଇଥିଲା। ଫଳରେ ଫିଲ୍ଡ ଅମ୍ପାୟାର ପିଚକୁ ଆସି ବୁଲି ଦେଖିଥିଲେ। ଷ୍ଟାଡିୟମ କର୍ମଚାରୀମାନେ ମଧ୍ୟ ପଡିଆ ଶୁଖାଇବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ। କିନ୍ତୁ ଅଳ୍ପ କେଇ ମିନିଟ ପରେ ପୁଣି ବର୍ଷା ଆରମ୍ଭ ହୋଇଯାଇଥିଲା।

{"id":237171,"width":747,"height":497,"sizeSlug":"large"}

ସୂଚନାଯୋଗ୍ୟ, ଆଜିର ମ୍ୟାଚ ବାତିଲ ହେବା ପରେ ତିନୋଟି ମ୍ୟାଚ ବିଶିଷ୍ଟ ଦିନିକିଆର ସିରିଜର ଆଗାମୀ ମୁକାବିଲା ୧୫ ତାରିଖରେ ଲକ୍ଷ୍ନୌ ଓ ୧୮ ତାରିଖରେ କୋଲକାତାରେ ଖେଳାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.