ଅନଲକ୍-୪: କ୍ରୀଡା, ମନୋରଞ୍ଜନ, ଧାର୍ମିକ, ରାଜନୈତିକ କାର୍ଯ୍ୟକ୍ରମକୁ ଅନୁମତି, ଜାଣନ୍ତୁ କେତେ ଲୋକ ହୋଇ ପାରିବେ ସାମିଲ

Published By : Prameya-News7 Bureau | August 29, 2020 IST

ନୂଆଦିଲ୍ଲୀ ୨୯।୦୮: ସରକାର କରୋନା ସଂକ୍ରମଣ ରୋକିବା ପାଇଁ ଲାଗୁ ଲକ୍‌ଡାଉନ୍‌ ନିୟମକୁ ଆହୁରି କୋହଳ କରି ଅନଲକ୍-୪ ଘୋଷଣା କରିଛନ୍ତି। ସେପ୍ଟେମ୍ବର ୧ରୁ ଲାଗୁ ହେବାକୁ ଥିବା ଅନଲକ ୪ରେ କ୍ରୀଡା, ମନୋରଞ୍ଜନ, ଧାର୍ମିକ, ରାଜନୈତିକ କାର୍ଯ୍ୟକ୍ରମ ଆୟୋଜନକୁ ଅନୁମତି ମିଳିଛି। ଏହା ସହିତ ଏହି ପର୍ଯ୍ୟାୟରେ ମେଟ୍ରୋ ସେବା ଚଳାଚଳକୁ ମଧ୍ୟ ଅନୁମତି ଦିଆଯାଇଛି। କିନ୍ତୁ ସ୍କୁଲ, କଲେଜ, ଅନ୍ୟ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବନ୍ଦ ରହିବ।

ଗୃହ ମନ୍ତ୍ରଣାଳୟ ଦ୍ଵାରା ଜାରି ଅନଲକ-୪ର ମାର୍ଗଦର୍ଶିକା ଅନୁଯାୟୀ, ସେପ୍ଟେମ୍ବର ୨୧ରୁ ସର୍ବାଧିକ ୧୦୦ ଜଣଙ୍କୁ ନେଇ ସାମାଜିକ, ରାଜନୈତିକ, ଧାର୍ମିକ କାର୍ଯ୍ୟକ୍ରମର ଅନୁମତି ଦିଆଯିବ। ଏହି  କାର୍ଯ୍ୟକ୍ରମରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ନିୟମର ପାଳନ, ଥର୍ମାଲ ସ୍କ୍ରିନିଂ, ହ୍ୟାଣ୍ଡଓ୍ଵାସ ଓ ସାନିଟାଜର ବ୍ୟବହାର ବାଧ୍ୟତାମୂଳକ ରହିଛି। ସେପ୍ଟେମ୍ବର ୨୧ରୁ ଓପନ ଏୟାର ଥିଏଟର ଖୋଲିବାକୁ ମଧ୍ୟ ଅନୁମତି ମିଳିଛି।

କେନ୍ଦ୍ର ସରକାର କଣ୍ଟେନମେଣ୍ଟ ଜୋନ୍‌ରେ ଲକ୍‌ଡାଉନ୍‌ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। କଣ୍ଟେନମେଣ୍ଟ ଜୋନ୍‌ରେ ଜରୁରୀକାଳୀନ ସେବାକୁ ବାଦ୍‌ ଦେଲେ ବାକି ସବୁ ଉପରେ କଡାକଡି ପ୍ରତିବନ୍ଧକ ଲାଗୁ ରହିବ। ଏହି ଜୋନ୍‌ର ଚିହ୍ନଟ ସ୍ଥାନୀୟ ଜିଲ୍ଲା ପ୍ରଶାସନ ହିଁ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.