Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ସ୍ପୋର୍ଟସ୍ କମ୍ପଲେକ୍ସ ଓ ଷ୍ଟାଡିୟମ୍ ଖୋଲିବାକୁ ମିଳିଲା ଅନୁମତି, ବନ୍ଦ ରହିବ ସିନେମା ହଲ୍ : ଘୋଷଣା କଲେ ଏହି ରାଜ୍ୟ ସରକାର

4/07/2021 at 5:20 PM

ନୂଆଦିଲ୍ଲୀ ୦୪/୦୭ : କରୋନା ଗ୍ରାଫ୍ ଧିରେ ଧିରେ ତଳମୁହାଁ ହେବାରେ ଲାଗିଛି । ତେବେ ଦୈନିକ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶର ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ଜିମ୍, ବାର୍ ପରେ ଏବେ ଖୋଲିବାକୁ ଯାଉଛି ଷ୍ଟାଡିୟମ ଓ ସ୍ପୋର୍ଟସ କମ୍ପଲେକ୍ସ । ଏନେଇ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆସନ୍ତା ସୋମବାର ଠାରୁ ବିନା ଦର୍ଶକରେ ଖୋଲାଯିବ ଷ୍ଟାଡିୟମ ଓ ସ୍ପୋର୍ଟସ୍ କମ୍ପ୍ଲେକ୍ସ । ଏନେଇ ଦିଲ୍ଲୀ ସରକାର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଏହାପୂର୍ବରୁ ଦିଲ୍ଲୀରେ ଷ୍ଟାଡିୟମ କିମ୍ବା ସ୍ପୋର୍ଟସ କମ୍ପ୍ଲେକ୍ସ ଖୋଲିବାକୁ ଅନୁମତି କେବଳ ତାଲିମ ପାଇଁ ଥିଲା ।

ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଯେଉଁମାନେ ପ୍ରଶିକ୍ଷଣ ପାଇଁ ଜାତୀୟ କିମ୍ବା ଆନ୍ତର୍ଜାତୀୟ ଖେଳର ଇଭେଣ୍ଟରେ ଭାଗ ନେବାକୁ ଯାଉଛନ୍ତି ସେମାନେ ହିଁ ଷ୍ଟାଡିୟମକୁ ଯାଇପାରୁଥିଲେ । ଏହା ସହ ଜାତୀୟ କିମ୍ବା ଆନ୍ତର୍ଜାତୀୟ ଖେଳର ଇଭେଣ୍ଟ ଆୟୋଜନ ପାଇଁ ଅନୁମତି ଦିଆଯାଇଥିଲା । ଅନ୍ୟପଟେ ଏହି ଅନଲକ୍ ପ୍ରକ୍ରିୟାରେ ସିନେମା ହଲ୍ ଓ ମଲ୍ଟିପ୍ଲେକ୍ସ ଖୋଲିବା ପାଇଁ ମନା କରାଯାଇଛି। ଦିଲ୍ଲୀ ସରକାର ଏଗୁଡିକୁ ବର୍ତ୍ତମାନ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।

ଦିଲ୍ଲୀରେ ଗତ ସପ୍ତାହରେ ଘୋଷଣା ହୋଇଥିବା ଅନଲକ୍‌ ପ୍ରକ୍ରିୟାରେ ବିବାହ ହଲ୍ ଏବଂ ହୋଟେଲ ପାଇଁ ନିୟମ କୋହଳ କରାଯାଇଥିଲା । ଏହି ସ୍ଥାନଗୁଡିକରେ ସର୍ବାଧିକ ୫୦ ଜଣଙ୍କ ଉପସ୍ଥିତି ଅନୁମତି ଦିଆଯାଇଛି । ଜିମ୍ ଏବଂ ଯୋଗ କେନ୍ଦ୍ରଗୁଡିକରେ ମଧ୍ୟ ୫୦ ପ୍ରତିଶତ କ୍ଷମତା ସହିତ ଖୋଲିବାକୁ ଅନୁମତି ଦିଆଯାଇଛି । ଏହି ସମୟରେ ସେଠାରେ କୋଭିଡ୍ ନିୟମକୁ କଡାକଡି ପାଳନ କରିବାକୁ ପଡିବ । ନିୟମ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ସହ ମୋଟା ଅଙ୍କର ଜୋରିମାନା ଆଦାୟ କରିବାକୁ କୁହାଯାଇଛି ।

   Related Posts