Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

UKରେ ପୁଣି ଥରେ ଉପୁଜିପାରେ ଲକଡାଉନ୍ ପରିସ୍ଥିତି, ଚେତାଇଲେ ପୂର୍ବତନ ମୁଖ୍ୟ ବୈଜ୍ଞାନିକ ପରାମର୍ସଦାତା

9/08/2020 at 9:12 PM

ଲଣ୍ଡନ: ହୁଏତ ଚଳିତମାସ ଶେଷ ଅଥବା ସେପ୍ଟେମ୍ବର ମାସ ଆରମ୍ଭ ବେଳକୁ ବ୍ରିଟେନରେ ପୁଣି ଥରେ କରୋନା ଯୋଗୁ ଲକଡାଉନ୍‌ ଲଗାଇବାକୁ ନିଷ୍ପତ୍ତି ନେଇପାରନ୍ତି ସରକାର। ଏଣୁ ଏବେଠୁ ପରିସ୍ଥିତିକୁ ଆୟତ୍ତ କରିବା ଲାଗି ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ବୈଜ୍ଞାନିକ ପରାମାର୍ଶଦାତା ଡେଭିଡ କିଙ୍ଗ ରବିବାର ଉପାୟ କରିବା ଲାଗି ଚେତାଇଛନ୍ତି।

ଡେଭିଡ କିଙ୍ଗ କହିଛନ୍ତି ଯେ ସେପ୍ଚେମ୍ବର ସୁଧା ଆମକୁ ଉଚିତ ଟେଷ୍ଟ ଓ ଟ୍ରେସିଂ ଲାଗି ପଦକ୍ଷେପ ନେବାକୁ ପଡିବ। ନଚେତ ସ୍କୁଲ ଖୋଲିବା ଲାଗି ସରକାରଙ୍କ ନିଷ୍ପତ୍ତି ଆମକୁ ପୁଣି ଥରେ ପୂର୍ବ ପରିସ୍ଥିତିକୁ ନେଇଯାଇପାରେ ବୋଲି କିଙ୍ଗ ସତର୍କ କରାଇଛନ୍ତି। ଏବେ ସ୍କୁଲ ଖୋଲିବା ଲାଗି ଆମେ ଉପଯୁକ୍ତ ପରିସ୍ଥିତିରେ ନାହେଁ। ଏଥିରେ ଯଦି ଶିକ୍ଷାନୁଷ୍ଠାନ ଖୋଲି ଦିଆଯାଏ ଦେଶରେ କରୋନା ପରିସ୍ଥିତିକୁ ସମ୍ଭାଳିବା କଷ୍ଟକର ହୋଇପଡିବ। ସରକାର ଦେଶରେ ଚଳାଇଥିବା ଟେଷ୍ଟ ଓ ଟ୍ରେସ୍ ବ୍ୟବସ୍ଥାକୁ ବିନାସକ ପ୍ରଣାଳି ବୋଲି କହିଛନ୍ତି।

୮୦ବର୍ଷ ବୟସ୍କ କିଙ୍ଗ ପ୍ରଧାନମନ୍ତ୍ରୀଙ୍କ ବୈଜ୍ଞାନିକ ଟିମ୍‌କୁ ଜରୁରି ପରିସ୍ଥିତିରେ ପରାମର୍ଶ ସହାୟତା କରୁଥିବା ଟିମ୍‌ର ମୁଖ୍ୟ। ପୁଣି ସ୍କୁଲ ଖୋଲିବା ଆମର ପ୍ରାଥମିକତା ହେବା କଥା। ହେଲେ ଏଥିପାଇଁ ଆମେ ଏବେ ପ୍ରସ୍ତୁତ ନୁହଁ। କୋଭିଡରେ ସ୍କୁଲ ଖୋଲିବା ଲାଗି ଯେଉଁ ଭଳି ସୁରକ୍ଷାର ଆବଶ୍ୟକତା ରହିଛି ତାର ଆମେ ଆଖପାଖରେ ବି ନାହେଁ ବୋଲି ଚେତାଇ ଦେଇଛନ୍ତି କିଙ୍ଗ।

ସାରା ଦେଶରେ ଏପର୍ଯ୍ୟନ୍ତ ୩ଲକ୍ଷରୁ ଅଧିକ କୋଭିଡ-୧୯ ମାମଲା ଚିହ୍ନଟ ହେଲାଣି। ଏଥିରେ ୪୬ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ତେବେ ଦେଶରେ ଆର୍ଥିକ ଗତିବିଧିକୁ ଜାରି ରଖିବା ଲାଗି ସରକାର ଲକଡାଉନ ପରେ ଓପ୍ନିଂ ଆରମ୍ଭ କରିଥିବା ବେଳେ ସ୍କୁଲ ଖୋଲିବା କଥା ବିଚାର କରୁଛନ୍ତି।

   Related Posts