ବାହାରେ ଛେପ ପକାଇବା ଦଣ୍ଡନୀୟ ଅପରାଧ, ଗଣିବେ ୫୦୦ ଟଙ୍କା ଜରିମାନା
17/04/2020 at 1:02 PM

ଭୁବନେଶ୍ୱର ୧୭।୪: ବାହାରେ ଛେପ ପକାଇବା ମନା ! ବିଶେଷ କରି ସର୍ବସାଧାରଣ ସ୍ଥାନ ଓ ରାସ୍ତାରେ ଏହା ସମ୍ପୂର୍ଣ୍ଣ ନିଷେଧ। ଏହି ନିୟମ ଉଲ୍ଲଂଘନ ଦଣ୍ଡନୀୟ ଏବଂ ଉଲ୍ଲଂଘନକାରୀ ଗଣିବେ ଜବରଦସ୍ତ ଜରିମାନା। ଶୁକ୍ରବାର ମୁଖ୍ୟଶାସନ ସଚିବ ଅସୀତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି। ବାହାରେ ଛେପ ପକାଇଲେ ୨ଶହରୁ ୫ଶହ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ହେବ ବୋଲି ଘୋଷଣା କରିବା ବେଳେ ଏହି ଜରିମାନା ଆଦାୟକାରୀଙ୍କ ତାଲିକା ବି ରଖିଛନ୍ତି।
ପ୍ରଥମେ ମାସ୍କ ନ ପିନ୍ଧିଲେ ଆଉ ଏବେ ଛେପ ପକାଇଲେ ଦେବ ଫାଇନ। ସରକାର ଶୁକ୍ରବାର ଠାରୁ ସାରା ରାଜ୍ୟରେ ଏହି ନିମୟ ଲାଗୁ କରିଛନ୍ତି। ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଏକ ଦଣ୍ଡନୀୟ ଅପରାଧ। ସେଥିଲାଗି ପ୍ରଥମ ୩ ଥର ନିୟମ ଉଲ୍ଲଂଘନକାରୀ ୨ଶହ ଟଙ୍କା ଲେଖାଏଁ ଜରିମାନା ଦେବେ । ଏହାପରେ ପୁଣି ବାହାରେ ଛେପ ପକାଇଲେ ୫୦୦ ଟଙ୍କା ଜରିମାନା ଦେବାକୁ ହେବ।
ରାଜ୍ୟର ସମସ୍ତ ସ୍ଥାନରେ ଏହି ନିୟମ କଡାକଡି ଲାଗୁ ହୋଇଥିବା ବେଳେ ବ୍ଲକ ସ୍ତରରେ ବ୍ଲକ ସମ୍ପ୍ରସାରଣ ଅଧିକାରୀ (ବିଇଓ) ଅତିରିକ୍ତ ତହସିଲଦାର, ପୋଲିସ ଏଏସଆଇ , ମ୍ୟୁନସିପାଲ୍ଟି ୱାର୍ଡ ଅଫିସର ଏହି ଜରିମାନା ଆଦାୟ ଲାଗି କ୍ଷମତାପ୍ରାପ୍ତ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।