କେଉଁ ଭଗବାନଙ୍କୁ କେଉଁ ଦୀପ ଦେଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ଜାଣନ୍ତୁ

Published By : Prameya-News7 Bureau | January 07, 2019 IST

ଭୁବନେଶ୍ୱର ୭/୧ : ଭଗବାନଙ୍କୁ ପ୍ରାର୍ଥନା କରିବାବେଳେ ଦୀପ ଜଳାଇବା ପରମ୍ପରା ହିନ୍ଦୁ ଧର୍ମରେ ବହୁ ପୁରାତନ କାଳରୁ ଚାଲିଆସୁଛି | ଭଗବାନଙ୍କ ନିକଟରେ ନିଜର ପ୍ରାର୍ଥନା ଜଣାଇବା ପାଇଁ ଆମେ ଦୀପ ଜଳାଇଥାଉ | ଆମେ ଆମ ନିଜର ସଫଳତା ପାଇଁ, ପରିବାରର ସୁଖ ଶାନ୍ତି ଏବଂ ଅନ୍ୟାନ୍ୟ ସବୁ ଇଛା ପୂରଣ ପାଇଁ ଦୀପ ଜଳାଇ ଭଗବାନଙ୍କୁ ଜଣାଇଥାଉ | ଘରର ସୁଖ ଶାନ୍ତି ବଜାୟ ରଖିବା ପାଇଁ ଏବଂ ଶୁଭାଶୁଭ ଫଳ ପାଇଁ ଦୀପଦାନ ସବୁଠାରୁ ସହଜ ଉପାୟ ବୋଲି ବିଶ୍ୱାସ ରହିଛି | ପ୍ରତିଦିନ ସ୍ନାନ ପରେ ଘରେ ଦୀପ ପ୍ରଜ୍ବଳନ କଲେ ନକାରାତ୍ମକ ଶକ୍ତି ଘରୁ ଦୂରେଇ ଯାଇଥାଏ ବୋଲି ବିଶ୍ଵାସ କରାଯାଇଥାଏ | ପୂଜା ସମୟରେ ଦୀପ ପ୍ରଜ୍ବଳନ କରିବା ହିନ୍ଦୁ ଧର୍ମରେ ଏକ ସାଧାରଣ ପରମ୍ପରା | ଦୀପକୁ ସ୍ବୟଂ ବଗବାନଙ୍କ ସହ ତୁଲନା କରାଯାଇଛି । ତେବେ ଏହା କାହିଁକି ଜାଣିବା :

{"id":71202}

ଦୀପ ପ୍ରଜ୍ବଳନ ଦ୍ୱାରା ଘରର ପରିବେଶ ଶୁଦ୍ଧ ହୋଇଥାଏ | ଘରେ ଏକ ସକାରାତ୍ମକ ଶକ୍ତି ସଂଚାର ହୋଇଥାଏ | ଦୀପର ବ୍ୟବହାର ଅନେକ ପ୍ରକାରର ହୋଇଥାଏ | ଯେପରିକି ଦୀପରେ ଘିଅ, ବିଭିନ୍ନ ତେଲ ଆଦି ଦିଆଯାଇ ପ୍ରଜ୍ବଳନ କରାଯାଇଥାଏ | ତେବେ ଏହାର ମହତ୍ୱ ମଧ୍ୟ ଭିନ୍ନ ଭିନ୍ନ ପ୍ରକାର ରହିଛି | ତେବେ ଘିଅ ଦୀପ ସବୁଠାରୁ ଶୁଦ୍ଧ ବୋଲି ବିଶ୍ୱାସ ରହିଛି | ସେଥିପାଇଁ ଘରେ ହେଉ ବା ମନ୍ଦିରରେ ସବୁଠି ଘିଅ ଦୀପ ଉପଲବ୍ଧ ଥାଏ |

ଘିଅ ଦୀପ ଛଡା ତେଲ ଦୀପର ମଧ୍ୟ ମହତ୍ୱ ରହିଛି | ତେଵେ ଭଗବାନଙ୍କୁ ସ୍ମରଣ ପାଇଁ ସବୁ ଦୀପ ସମାନ ତଥାପି କେଉଁ ଭଗବାନଙ୍କୁ କେଉଁ ଦୀପ ଦିଆଯାଇଥାଏ ଆସନ୍ତୁ ଜାଣିବା :

{"id":71203}

ଘିଅ ଦୀପ : ଘିଅ ଦୀପ ସାଧାରଣତଃ ଗ୍ରାମ ଦେବତା, ତ୍ରିମୁର୍ତ୍ତି, ଲକ୍ଷ୍ମୀ, ଗଣେଶ, କୁବେର ମହାରାଜ, କୁଳଦେବତାଙ୍କୁ ଦିଆଯାଇଥାଏ |

ରାଶି ତେଲ ଦୀପ : ରାଶି ତେଲ ଦୀପ ସାଧାରଣତଃ ଶନି ମହାରାଜ ଏବଂ ନାରାୟଣଙ୍କୁ ଦିଆଯାଇଥାଏ | ଏହାଛଡା ଘରୁ ନକାରାତ୍ମକ ଶକ୍ତି ଦୂର କରିବା ଏବଂ ଜୀବନରୁ ଖରାପ ପ୍ରଭାବକୁ ନଷ୍ଟ କରିବା ପାଇଁ ମଧ୍ୟ ରାଶି ତେଲ ଦୀପ ଦିଆଯାଇଥାଏ |ରାଶି ତେଲର ଦୀପ ଘରେ ଜଳାଇଲେ ସାପ, ବିଛା ଆଦି କୀଟ ଘର ଭିତରକୁ ପ୍ରବେଶ କରିନଥାନ୍ତି |

{"id":71207,"width":589,"height":428}

ସୋରିଷ ତେଲ ଦୀପ : ଶନିଙ୍କ ପାଖରେ ସୋରିଷ ତେଲ ଦୀପ ମଧ୍ୟ ଦିଆଯାଇଥାଏ | ଶନି ଦୋଷ ଦୂର କରିବା ପାଇଁ ସୋରିଷ ତେଲ ଦାନ ମଧ୍ୟ କରାଯାଇଥାଏ |

{"id":71209,"width":573,"height":430}

ଜସ୍ମିନ ଦୀପ : ମଲ୍ଲୀଫୁଲରୁ ତିଆରି ଦୀପ ମହାଲକ୍ଷ୍ମୀ ଏବଂ କୁବେର ମହାରାଜଙ୍କୁ ଦେଲେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି |

{"id":71210}

ନଡ଼ିଆ ତେଲ ଦୀପ : ଭଗବାନ ଗଣେଶଙ୍କୁ ନଡ଼ିଆ ତେଲ ଦୀପ ଦେଲେ ଅତ୍ୟନ୍ତ ଶୁଭ ହୋଇଥାଏ |   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.