ରାସ୍ତାରେ ଓଲଟିଲା ସ୍ପିରିଟ୍ ବୋଝେଇ ଟ୍ରକ : ଡ୍ରାଇଭର ଆହତ

Published By : Prameya-News7 Bureau | May 08, 2021 IST

ଭଞ୍ଜନଗର ୮/୫ : ଭଞ୍ଜନଗର ଗାଙ୍ଗପୁର ଥାନା ଷଡ଼ଙ୍ଗୀପଲ୍ଲୀ ନିକଟରେ ସ୍ପିରିଟ ବୋଝେଇ ଟ୍ୟାଙ୍କର ଓଲଟି ଡ୍ରାଇଭର ଆହତ । ମଧ୍ୟ ରାତ୍ରିରେ ଘଟିଛି ଏହି ଅଘଟଣ । ବୌଦ୍ଧରୁ ସ୍ପିରିଟ ଲୋଡ଼ ହୋଇ ଆସିକା ସୁଗାର ଫ୍ୟାକ୍ଟ୍ରିକୁ ଯାଉଥିଲା । ତେବେ ଷଡଙ୍ଗୀପଲ୍ଲୀଠାରେ ଭରସାମ୍ୟ ହରାଇ ଓଲଟି ପଡିଥିଲା । ତେବେ ସ୍ପିରିଟ ସବୁ ସୁରକ୍ଷିତ ଥିବାବେଳେ ଡ୍ରାଇଭର ଆହତ ହୋଇଛନ୍ତକି । ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ବିଶେଷ କିଛି କୌଣସି କ୍ଷୟକ୍ଷତି ହୋଇନାହିଁ । ଖବର ପାଇ ତୂରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ଉଦ୍ଧାରକାରୀ ଦଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.