ଲକଡାଉନ ଯୋଗୁଁ ବନ୍ଦ ରହିଛି ମଦ ଦୋକାନ : ମଦ ବଦଳରେ ସ୍ପିରିଟ ପିଇ ଦୁଇଜଣଙ୍କର ମୃତ୍ୟୁ

Published By : Prameya-News7 Bureau | April 02, 2020 IST

ରାୟପୁର ୦୨/୦୪ : କରୋନା ହେତୁ ସାରା ଦେଶରେ ଲକଡାଉନ୍ କରାଯାଇଛି। ଏହି ପରିସ୍ଥିତିରେ ପାନ-ତମାଖୁ ଏବଂ ମଦ ଦୋକାନ ବନ୍ଦ ରହିଛି। ଯେଉଁ କାରଣରୁ ମଦ୍ୟପାନ କରୁଥିବା ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ନିଶାକୁ ସନ୍ତୁଷ୍ଟ କରିବା ପାଇଁ ସେମାନେ ତା ବଦଳରେ ଅଲଗା କିଛି ଖାଉଛନ୍ତି କିମ୍ବା ପିଉଛନ୍ତି | ଛତିଶଗଡର ରାଜଧାନୀ ରାୟପୁରରୁ ଏକ ଖବର ଆସିଛି | ରାୟପୁରରେ ନିଶା ସେବନ ପାଇଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଅସୁସ୍ଥ ଥିବା ଜଣାପଡିଛି |

ରାୟପୁର ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ଯେ, ବୁଧବାର ଦିନ ୪୨ ବର୍ଷ ବୟସ୍କ ଅସଗର ହୁସେନ୍ ଏବଂ ୩୯ ବର୍ଷ ବୟସ୍କ ଦୀନେଶ  ସମୁଦ୍ରେଙ୍କ ମୃତ୍ୟୁ ହୋଇଛି ଏବଂ ସହରର ଗୋଲବାଜର ପୋଲିସ ଷ୍ଟେସନ ଅଞ୍ଚଳରେ ୪୦ ବର୍ଷ ବୟସ୍କ ଅଜୟ କୁଞ୍ଜାମ ଗୁରୁତର ଅସୁସ୍ଥ ହୋଇପଡିଛନ୍ତି। ପୋଲିସ ଅଧିକାରୀ କହିଛନ୍ତି ଯେ ମଙ୍ଗଳବାର ରାତିରେ ହୁସେନ୍, ସମୁଦ୍ରେ ଏବଂ କୁଞ୍ଜାମ ସ୍ପିରିଟ ​​ପିଇଥିଲେ। ଏହା ପରେ ତିନିଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ସକାଳେ ଜଣଙ୍କର ଘରେ ହିଁ ମୃତ୍ୟୁ ଘଟିଥିଲା। ଦୁଇ ଜଣଙ୍କୁ ସେମାନଙ୍କ ସମ୍ପର୍କୀୟମାନେ ଡାକ୍ତରଖାନାରେ ଭର୍ତ୍ତି କରିଥିବାବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା |

ପୋଲିସ ଅଧିକାରୀ କହିଛନ୍ତି ଯେ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ମୃତକଙ୍କ ଘରେ ପହଞ୍ଚି ସେଠାରୁ ସ୍ପିରିଟ ​​ବୋତଲ ଜବତ କରିଥିଲା। ଶବଗୁଡ଼ିକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି ଏବଂ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି। ସେ କହିଛନ୍ତି ଯେ କରୋନା ଭାଇରସ ଯୋଗୁଁ ଏକ ଲକଡାଉନ୍ ଅଛି ଯେଉଁଥିପାଇଁ ମଦ ଦୋକାନ ମଧ୍ୟ ବନ୍ଦ ରହିଛି। ଏଥିପାଇଁ ଏମାନେ ମଦ ନିଶା ପାଇଁ ସ୍ପିରିଟ ପିଇଥିଲେ | ତେବେ ତିନିଜଣ ମେଡିକାଲ ଦୋକାନରୁ ସ୍ପିରିଟ ବୋତଲ ​​କିଣି ପିଇଥିବା ପୋଲିସ ସନ୍ଦେହ କରୁଛି | ପୋଲିସ ମାମଲାର ତଦନ୍ତ କରୁଛି | ଲକଦଉନ ଯୋଗୁଁ ଛତିଶଗଡ ସରକାର ଏପ୍ରିଲ ୭ ତାରିଖ ପର୍ଯ୍ୟନ୍ତ ସମସ୍ତ ମଦ ଦୋକାନ ଏବଂ ବାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.