କ୍ୟାନସର ରୋଗୀଙ୍କ ଲାଗି ଲାଭପ୍ରଦ ଏହି ପରିବା, ଜାଣନ୍ତୁ କ'ଣ

Published By : Prameya-News7 Bureau | October 06, 2019 IST

ପରିବା ଦୋକାନ ହେଉ ବା ହାଟ ବଜାର ସବୁଠି ମିଳିଥାଏ କାଙ୍କଡ। ସାଧାରଣତଃ ପାହାଡିଆ ଅଞ୍ଚଳରେ ଏହି ପରିବା ଚାଷ ହେଉଥିବା ବେଳେ ଏଥିରେ ଥିବା ବିଟା କେରୋଟିନ, ଆଲ୍ଫା କେରୋଟିନ, ଲ୍ୟୁଟେନ ଓ ଜେକ୍ସିଓଥିନ୍ସ ଭଳି ତତ୍ୱ ମଣିଷ ଶରୀର ଲାଗି ବେଶ ଉପଯୋଗୀ ବୋଲି ଏବେ ପ୍ରମାଣିତ ହୋଇଛି। ଦେଖିବାକୁ ସବୁଜ ରଙ୍ଗର କଣ୍ଟାରେ ଭର୍ତ୍ତି ଏହି ପରିବାକୁ ଲୋକେ ସାଧାରଣତଃ ଭଜା ଅଥବା ତରକାରୀ କରି ଖାଇଥାନ୍ତି। ତେବେ ସ୍ୱାସ୍ଥ୍ୟ ଲାଗି ଏହାର ଆବଶ୍ୟକତା କେତେ ଆସନ୍ତୁ ଜାଣିବା।

{"id":167007}

କାଙ୍କଡ ଖାଇଲେ ଆପଣଙ୍କ ଦେହରେ ବୟସର ଛାପ ପଡେ ନାହିଁ। ଚର୍ମ ସୁସ୍ଥ ରହିବା ସହ ସମସ୍ତ ପ୍ରକାର ଚର୍ମ ରୋଗରୁ ଆପଣଙ୍କୁ ମୁକ୍ତ ରଖେ। ଏହା ଛଡା ଆମ ଶରୀରରେ ଫ୍ରି ରେଡିକଲ୍ସ ଉପସ୍ଥିତି କ୍ୟାନସରର ସମ୍ଭାବନାକୁ ବୃଦ୍ଧି କରିଥାଏ। ତେବେ ଇଂରାଜୀରେ ସ୍ପାଇନ ଗୋରଡ କୁହାଯାଉଥିବା ସବୁଜ କାଙ୍କଡରେ ପ୍ରଚୁର ପରିମାଣରେ ଭିଟମିନ ସି ଭରି ରହିଥାଏ। ଯାହା ଅମ ଶରୀର ଲାଗି ଆଣ୍ଟି ଅକ୍ସିଡେଣ୍ଟ ଭଳି କାମ କରିଥାଏ। ପ୍ରଚୁର ଭିଟାମିନ ସି ସାଙ୍ଗକୁ ପରିବାରେ ଆଣ୍ଟିଅକ୍ସିଡେଣ୍ଟର ଉପସ୍ଥିତି ଆମ ଶରୀରରେ କ୍ୟାନସର ସୃଷ୍ଟି କରୁଥିବା ଫ୍ରି ରେଡିକଲ୍ସକୁ ନଷ୍ଟ କରି କ୍ୟାନସର ସମ୍ଭାବନାକୁ ରୋକି ଥାଏ।

{"id":167008}

ଯଦି ଋତୁ ବଦଳିବା ସହିତ ଆପଣ ପ୍ରାୟତଃ ଥଣ୍ଡା, ସର୍ଦ୍ଦିରେ ଶିକାର ହେଉଥାନ୍ତି ତେବେ କାଙ୍କଡ ଆପଣଙ୍କ ଲାଗି ଔଷଧ ଭଳି କାମ କରିପାରେ। ଏଥିରେ ଆଣ୍ଟି ଏଲାର୍ଜିକ ଓ ଏନାଲଜେସିକ ଗୁଣ ବି ରହିଛି। ଏଣୁ ଖାଦ୍ୟରେ କାଙ୍କଡ ଖାଇବା ଏଭଳି ସମସ୍ୟା ଦୂରିକରଣରେ ସହାୟକ ହୁଏ। ନିୟମିତ କାଙ୍କଡ ଖାଇବା ଆପଣଙ୍କ ପାଚନତନ୍ତ୍ରକୁ ସୁସ୍ଥ ରଖିଥାଏ। ଯଦି ତରକାରୀ ଅଥବା ଭଜା ଖାଇବାକୁ ଆପଣ ପସନ୍ଦ କରନ୍ତିନି ତେବେ କାଙ୍କଡକୁ ଆଚାର କରି ବି ଖାଇ ପାରନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.