ରଙ୍ଗ୍ ରୁଟ୍ ମନା, ନମାନିଲେ ଫାଟିବ ଗାଡି ଚକ

Published By : Prameya-News7 Bureau | February 06, 2020 IST

ଭୁବନେଶ୍ବର ୬।୨: ଏଣିକି ରଙ୍ଗ୍ ରୁଟରେ ଗଲେ ସାବଧାନ । କମିଶନରେଟ୍ ପୋଲିସର ନୂଆ ଟ୍ରାଫିକ୍ କଟକଣା । ରଙ୍ଗ୍ ରୁଟରେ ଗଲେ କଣା ହେବ ଚକ । ରାଜଧାନୀର ରାସ୍ତାରେ ଲାଗିବ ସ୍ପାଇକ୍ ବ୍ୟାରିଅର । ଦୁର୍ଘଟଣାକୁ ରୋକିବାକୁ ନୂଆ ପଦକ୍ଷେପ । ରଙ୍ଗ ରୁଟ୍ ରେ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ବଢ଼ୁଥିଲା । ତେଣୁ ଅନ୍ୟ ରାଜ୍ୟରେ ଏହା ଲାଗୁ ହୋଇଥିବାବେଳେ ଏଣିକି ରାଜଧାନୀ ରାସ୍ତାରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନିଆଯାଇଛି ।

ରଙ୍ଗ୍ ରୁଟରେ ଗଲେ ସାବଧାନ । ରାଜଧାନୀରେ ଲାଗିବ ସ୍ପାଇକ୍ ବ୍ୟାରିଅର । ଦୁର୍ଘଟଣା ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୁଣି ଆଉ ଏକ ନୂଆ ପଦକ୍ଷେପ । ରଙ୍ଗ୍ ରୁଟ୍ ରେ ଗଲେ ଚକ କଣା କରିବ କମିଶନରେଟ୍ ପୋଲିସ । ରାସ୍ତାରେ ସବୁ ସ୍ଥାନରେ ଲାଗିବାକୁ ଯାଉଛି ସ୍ପାଇକ୍ ବ୍ୟାରିଅର । ନୂଆ ମୋଟର ଯାନ ନିୟମ ପରେ ବି ଏପର୍ଯ୍ୟନ୍ତ ଲୋକେ ରଙ୍ଗ୍ ରୁଟ୍ ରେ ଗାଡି ଚାଳନା କରୁଛନ୍ତି । ଯାହାଦ୍ବାରା ଦୁର୍ଘଟଣା ଘଟୁଛି । ଏଣିକି ବିପରୀତ ଦିଗରେ ଗାଡି ଗଲେ ସ୍ବାୟଂଚାଳିତ ସ୍ପାଇକ୍ ଦ୍ବାରା ଚକ କଣା ହୋଇଯିବ । ଏହାପରେ ଟ୍ରାଫିକ୍ ତୁରନ୍ତ ଧରିବାରେ ସକ୍ଷମ ହେବ ।

ସେହିପରି ଗତକାଲି ଭୁବନେଶ୍ବର ଷ୍ଟିଓ୍ବାର୍ଟ ଛକରେ ଜଣେ ମହିଳାଙ୍କ ସହ ଟ୍ରାଫିକ୍ ପୋଲିସଙ୍କ ଅଜବ ଯୁକ୍ତି ଦେଖିବାକୁ ମିଳିଥିଲା । ରଙ୍ଗ୍ ରୁଟ୍ ରେ ମହିଳା ଜଣଙ୍କ ଗାଡି ନେଇ ଯାଉଥିବାବେଳେ ଟ୍ରାଫିକ୍ ହାବୁଡରେ ପଡିଯାଇଥିଲେ । ଏହାପରେ ଫାଇନ୍ ନଦେଇ ଟ୍ରାଫିକଙ୍କୁ କାକୁତି ମିନତି କରିଥିବା ଭିଡିଓ ଭାଇରାଲ୍ ହୋଇଛି । ଯେଉଁମାନେ ବି ଏଭଳି ଆଗକୁ ନିୟମ ଉଲଘଂନ କରିବେ ତାଙ୍କୁ ଛଡାଯିବନାହିଁ ବୋଲି ପୋଲିସ କମିଶନର କହିଥିଲେ ।

ଟ୍ରାଫିକ୍ ନିୟମ ମାନନ୍ତୁ ନହେଲେ ଆଗକୁ ଆହୁରି ଅଧିକ ଜଟିଳ ହେବାକୁ ଯାଉଛି ଟ୍ରାଫିକ୍ ନିୟମ । ବିଦେଶୀ ଢାଞ୍ଚାରେ ନିୟମ ଉଲଂଘନକାରୀଙ୍କୁ ଧରିବ ଟ୍ରାଫିକ୍ ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.