ସାପକୁ ଖାଇଦେଲା ବୁଢିଆଣୀ- ବୈଜ୍ଞାନିକଙ୍କୁ ଆଶ୍ଚର୍ଯ୍ୟ କଲା ଏହି ତଥ୍ୟ

Published By : Prameya-News7 Bureau | September 09, 2019 IST

ସାପ ଅନେକ ଛୋଟ ଛୋଟ ଜୀବଙ୍କୁ ଭକ୍ଷଣ କରିଥାଏ । ସାପ ଖାଉଥିବା ବେଙ୍ଗ ଓ ମୂଷା ଅନେକ ଛୋଟ କୀଟ ପତଙ୍ଗକୁ ଭକ୍ଷଣ କରିଥାଆନ୍ତି । ମାତ୍ର ଏକ ବୁଢିଆଣୀ ସାପକୁ ଖାଇ ଦେଇଥିବ ଏହା ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ ।
ଜୀବ ବିଜ୍ଞାନୀମାନେ ଏପରି ଏକ ତଥ୍ୟକୁ ଆବିଷ୍କାର କରିଛନ୍ତି ।ଏକ ବୁଢିଆଣି ସାପକୁ ଖାଇ ଦେଇଛି । ବ୍ରାଜିଲର ସାଣ୍ଟା ମାରିଆ ଫେଡେରାଲ ୟୁନିଭରସିଟିର ଛାତ୍ର ଲିଆଣ୍ଡ୍ରୋ ମାଲ୍ଟା ବୋରଜେ ନିଜ କ୍ୟାମେରାରେ ଏପରି ଏକ ଦୃଶ୍ୟକୁ କଏଦ କରିଥିଲେ।ସେ ଜଙ୍ଗଲରେ ଏକ ଗବେଷଣା କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ସାପକୁ ବୁଢିଆଣୀ ଖାଉଥିବା ଦେଖିଥିଲେ । ସେ ବ୍ରାଜିଲରେ ଥିବା ତୃଣ ଭୂମିମଧ୍ୟରେ ନିଜର ସାଥୀମାନଙ୍କ ସହ ଯାଉଥିଲେ ।

{"id":155292}
(Image: Leandro Malta Borges)

ଏତିକି ବେଳେ ଏକ ପଥର ସନ୍ଧିରେ ବିଷ ନିଥିବା ଏରାତ୍ରୋଲାମ୍ପରସ ଆଲମାଡେନିସ୍‌ ନାମକ ପ୍ରଜାତିର ସାପକୁ ଏକ ବଡ ବୁଢିଆଣୀ ଖାଉଥିବା ଦେଖିଥିଲେ। ଏହି ବୁଢିଆଣୀମାନଙ୍କୁ ବ୍ରାଜିଲ୍‌ରେ ଟାରାଣ୍ଟୁଲା କୁହାଯାଏ ।

ପ୍ରଥମେ ବୁଢୀଆଣୀ ଏହି ସାପଟିକୁ ଧରିଥିଲେ। ତାପରେ ଏହା ଚୋବାଇବା ଆରମ୍ଭ କରିଥିଲା ଧୀରେ ଧୀରେ ବୁଢିଆଣୀ ଟି ସାପକୁ ଖାଇବା ଆରମ୍ଭ କରିଥିଲା ।
ଏହାକୁ ବିଶ୍ୱର ପ୍ରସିଦ୍ଧ ସରୀସୃପ ମାଗାଜିନ୍‌ ହେର୍ପେଟୋଲୋଜି ନେଟସ୍‌ରେ ପ୍ରକାଶକରାଯାଇଛି । ଏହି ବଡ ଆକାରର ବୁଢିଆଣୀମାନେ ପଥର ସନ୍ଧିରେ ରହିଥାଆନ୍ତି । ହେଲେ ସେମାନା ତାଙ୍କ ଆକାରଠାରୁ ବଡ ସାପକୁ ଖାଉଥିବା ପ୍ରଥମ ଥର ପାଇଁ ଦେଖଇବାକୁ ମିଳିଥିଲା ।

ସାପଟିକୁ ମାରିବା ପାଇଁ ବୁଢିଆଣୀଟି ଏହାର ବଡ ଗୋଡ ଗୁଡିକୁ ବ୍ୟବହାର କରିଥିଲା । ମାତ୍ର ଏହା କିପରି ସାପଟିକୁ ମାରିଲା ତାହା ଏବେ ବି ଜୀବ ବିଜ୍ଞାନୀଙ୍କ ପାଁଇ ଏକ ଆଶ୍ଚର୍ଯ୍ୟ ଘଟଣା । ଆଗରୁ ଟାରାଣ୍ଟୁଲା ସାପ ଖାଉଥିବା କଥା ଜଣା ଥିଲା । ମାତ୍ର ଏହା ଫଟୋ ଉତ୍ତୋଳନ କରାଯାଇ ନଥିଲା । କେବଳ ସେତିକି ନୁହେଁ ନିଜଠାରୁ ବାହୁ ବଡ ଆକାରର ସାପକୁ ଏହି ବୁଢିଆଣୀ ଖାଇ ଦେଇଥିଲା । ଏହି ବୁଢିଆଣୀମାନେ ବଡ ବଡ ବେଙ୍ଗ , ମୂଷା ଓ ଚଢେଇ ଖାଇ ଦେଉଥିବା ନଜିର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.