ବିନା କୌଣସି ସହାୟତାରେ କାନ୍ଥରେ ଚଢି ଯାଉଛି କୁନି ଝିଅ : ଭାଇରାଲ୍ ହେଉଛି ଭିଡିଓ…

Published By : Prameya-News7 Bureau | September 20, 2021 IST

ନୂଆଦିଲ୍ଲୀ ୨୦/୦୯: ସାଧାରଣତଃ ସୋସିଆଲ୍ ମିଡିଆରେ ଏବେ ଅନେକ ଛୋଟ ଛୋଟ ପ୍ରତିଭା ସହ ଅଜବ ଦୃଶ୍ୟ ଦେଖିବାକୁ ମିଳୁଛି । ଯାହାକୁ ଦେଖି ଲୋକ ମାନେ ଖୁବ୍ ଆଶ୍ଚର୍ଯ୍ୟ ହେଉଛନ୍ତି । ଯେଉଁମାନେ ଖୁବ୍ କମ୍ ସମୟରେ ଲୋକଙ୍କ ମନ ଜିଣିଥାନ୍ତି । ସାଧାରଣତଃ ଏହି ପରି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଭିଡିଓ ଭାଇରାଲ ହେବା ସହ ତାଙ୍କୁ ଲୋକଙ୍କ ଭଲ ପାଇବା ମିଳିଥାଏ । ସ୍ପାଇଡର- ମ୍ୟାନ୍ ବିଷୟରେ ପ୍ରାୟତଃ ସମସ୍ତେ ଜାଣନ୍ତି । ଆମେ ସମସ୍ତେ ସ୍ପାଇଡର ମ୍ୟାନ୍ ଚଳଚ୍ଚିତ୍ର, କାର୍ଟୁନ୍‌, ଏବଂ ଫଟୋ ଦେଖିଥିବେ। କିନ୍ତୁ ବାସ୍ତବ ଜୀବନରେ ବି ମଧ୍ୟ ସ୍ପାଇଡର ମ୍ୟାନ୍ ପରି କୈାଣସି କାନ୍ଥରେ ଚଢୁଥିବାର ଆପଣ କେବେ ଦେଖି ନଥିବେ । ଏପରି ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି । ଯେଉଁଥିରେ ଛୋଟ ଝିଅଟିର ଅଜବ ଷ୍ଟାଇଲରେ ଷ୍ଟଣ୍ଟ କରିଲା ପରି ଦେଖିବାକୁ ମିଳିଛି ।

ତେବେ ସ୍ପାଇଡର୍ ମ୍ୟାନ୍ ଭଳି ଏକ ଛୋଟ ଝିଅଟି କାନ୍ଥ ଉପରକୁ ଚଢି ଯାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ଝିଅଟି ଖୁବ୍‌ ସ୍ପିଡ୍‌ରେ ଚଢୁଥିବାର ଦେଖିବାକୁ ମିଳିଛି । ତେବେ ଏହି ୫୫ ସେକେଣ୍ଡ୍ ଭିଡିଓରେ କ୍ଲିପ୍ ରେ ଝିଅଟି ବିନା ସପୋର୍ଟ ବିନା କାନ୍ଥ ଉପରକୁ ଚଢ଼ୁ ଥିବାର ନଜର ଆସିଛନ୍ତି ।

wp:html /wp:html

ଏହି ଭିଡିଓରେ ଆପଣ ଦେଖୁଥିବେ ଯେ ସେ ତାଙ୍କ ଘରର ଏକ କୋଠରୀର କାନ୍ଥକୁ ସହଜରେ ଚଢିବା ପାଇଁ ତାଙ୍କ ହାତ ଏବଂ ପାଦର ବ୍ୟବହାର କରୁଛନ୍ତି । ଭିଡିଓରେ, ସେ ନିଜ ହାତ ଏବଂ ଖାଲି ପାଦକୁ ଦୁଇଟି କାନ୍ଥରେ ପୃଥକ ଭାବରେ ରଖି ଛାତ ଉପରକୁ ଚଢିବାକୁ ଲାଗିଲେ। ଥରେ ସେ ଉପରକୁ ପହଞ୍ଚିବା ପରେ, ଅଧା କାନ୍ଥକୁ ଓହ୍ଲାଇ ଭୂମି ଉପରକୁ ଡେଉଁଛନ୍ତି । ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଘୂରିବାରେ ଲାଗିଛି । ଏହା କୌଣସି ଉପକରଣ ବିନା କାନ୍ଥ ଉପରକୁ ଚଢିବା ପାଇଁ ଝିଅକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.