ଆମେରିକା ପରେ ଏବେ ଭାରତ-ବ୍ରିଟେନ୍ ମଧ୍ୟରେ ଯାତ୍ରୀପରିବହନ ସେବା ଯୋଗାଇବ ସ୍ପାଇସ୍ ଜେଟ୍

Published By : Prameya-News7 Bureau | July 24, 2020 IST

ମୁମ୍ବାଇ : ଭାରତ ଓ ବ୍ରିଟେନ ମଧ୍ୟରେ ଯାତ୍ରୀ ବିମାନ ସେବା ଯୋଗାଇ ଦେବାକୁ ବଜେଟ୍‌ ଏୟାର ଲାଇନ ସ୍ପାଇସ୍‌ ଜେଟ୍‌କୁ ଅନୁମତି ମିଳିଛି। ଶୁକ୍ରବାର ଏନେଇ କମ୍ପାନୀ ପକ୍ଷରୁ ସେୟାର ବଜାରକୁ ସୂଚିତ କରାଯାଇଛି। କମ୍ପାନୀକୁ ଭାରତର ସିଡ୍ୟୁଲ ଏୟାରଲାଇନର ମାନ୍ୟତା ମିଳିସାରିଛି। ଏଣୁ ଭାରତ-ବ୍ରିଟେନ୍‌ ଦ୍ୱିପାକ୍ଷୀୟ ସେବା ଚୁକ୍ତିନାମାରେ  ପରିବହନ ଆରମ୍ଭ ଲାଗି ଅନୁମତି ପ୍ରଦାନ କରାଯାଇଛି।

ବିମାନ ସେବା ଚୁକ୍ତି ଏକ ଦ୍ୱିପାକ୍ଷୀୟ ବୁଝାମଣା। ଯାହା ଦୁଇ ଦେଶଙ୍କ ମଧ୍ୟରେ ଅନ୍ତର୍ଜାତୀୟ ବାଣିଜ୍ୟିକ ଯାତ୍ରୀ ସେବା ଯୋଗାଇ ଦେବାକୁ ଅନୁମତି ପ୍ରଦାନ କରିଥାଏ। ତେବେ ସ୍ପାଇସ୍‌ ଜେଟ୍‌ ଏକମାତ୍ର ଘରୋଇ ବିମାନ କମ୍ପାନୀ ଯାହାକୁ କରୋନା ମହାମାରୀ ଲାଗି ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ଥିବା ବେଳେ ଏହି ଅନୁମତି ମିଳିଛି। ଏବେ କେବଳ ସରକାରୀ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଏହି ମାର୍ଗରେ ଯାତ୍ରୀ ସେବା ଯୋଗାଇ ଦେଉଛନ୍ତି।

ତେବେ କେବଳ ଭାରତ ଓ ବ୍ରିଟେନ ନୁହେଁ ଏହା ପୂର୍ବରୁ ଆମେରିକାକୁ ବିମାନ ସେବା ଯୋଗାଇ ଦେବାକୁ ମଧ୍ୟ କମ୍ପାନୀକୁ ସିଡ୍ୟୁଲ ଏୟାର ଲାଇନ୍‌ ଭାବେ ନାମିତ କରିଥିଲା। ଏଣୁ ଅନ୍ତର୍ଜାତୀୟ ବିମାନ ସେବା କ୍ଷେତ୍ରରେ ସ୍ପାଇସ୍ ଜେଟ୍ ପ୍ରାରମ୍ଭିକ ବୃଦ୍ଧି ହାସଲ କରିବ ବୋଲି ଆଶା କରାଯାଉଛି। ତେବେ ଭାରତ-ଆମେରିକା ରୁଟରେ ସ୍ପାଇସ୍ ଜେଟ୍ ଦୁଇ ଦେଶଙ୍କ ବୁଝାମଣା ଅନୁସାରେ ଯାତ୍ରୀ ସେବା ଯୋଗାଇବ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.