Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫେବୃଆରୀ ୨ରେ ପ୍ରକାଶ ପାଇବ ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା ସୂଚୀ
  • ||
  • ରାସ୍ତା କାର୍ଯ୍ୟର ତଦାରଖ କଲେ ସାଂସଦ ମଞ୍ଜୁଲତା ମଣ୍ଡଳ, ପିଚୁ ଉଠିଯାଉଥିବା ନେଇ ହୋଇଥିଲା ଅଭିଯୋଗ
  • ||
  • ମୁନିଗୁଡା : ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ, ରାୟଗଡା-ଟିଟିଲାଗଡ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ
  • ||
  • ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଲା ବିଜେଡି
  • ||
  • କୋରାପୁଟ : ଘାଟିରେ ସିରିଜ୍ ଦୁର୍ଘଟଣା, ତେଲ ଟ୍ୟାଙ୍କରକୁ ପିଟିଲା ଟ୍ରକ୍, ବ୍ରେକ୍ ଫେଲ୍ ହେବାରୁ ଟ୍ରକ୍କୁ ଧକ୍କାଦେଲା ପିକଅପ୍ ଭ୍ୟାନ୍
  • ||
  • ରାଉରକେଲା : ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ଶନିବାର ରାତିରୁ ଥିଲେ ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩ କୋଭିଡ୍ ପଜିଟିଭ୍‌, ୩୩୪୭୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜଗତସିଂହପୁର : ବ୍ୟାଙ୍କ୍ ଲୁଟ୍ ଉଦ୍ୟମ ପଣ୍ଡ, ଆଲମିରାରେ ନିଆଁ ଲାଗି ପୋଡିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ଯାଜପୁର : ରାସ୍ତାକଡରୁ ରମାଦେବୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଆଠମଲ୍ଲିକ : ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ଚାଲିଗଲା ନିଜ ଜୀବନ
  • ||

କର୍ମଚାରୀଙ୍କୁ ୩ମାସ ଅବୈତନିକ ଛୁଟିରେ ଯିବାକୁ କହିବେ ସ୍ପାଇସ୍ ଜେଟ୍

19/04/2020 at 5:39 PM

ନୂଆଦିଲ୍ଲୀ:  କରୋନା ସଂକ୍ରମଣ ଶୃଙ୍ଖଳ ଛିନ୍ନ କରିବା ଲାଗି ଭାରତ ସରକାର ୨ ଥରରେ ମେ ୩ ତାରିଖ ପର୍ଯ୍ୟନ୍ତ ଦେଶକୁ ଲକଡାଉନ୍ କରିଛନ୍ତି। ପ୍ରଥମ ଲକଡାଉନ୍ ମାର୍ଚ୍ଚ ୨୪ରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଜାରି ହୋଇଥିବା ବେଳେ ଏପ୍ରିଲ ୧୫ରୁ ମେ ୩ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ଲକଡାଉନ୍ ଘୋଷଣା ହୋଇଛି। ଫଳରେ ଦେଶର ସମସ୍ତ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ସେବା ପ୍ରଭାବିତ ହୋଇଥିବା ବେଳେ ସ୍ପାଇସ୍ ଜେଟ୍ କର୍ମଚାରୀଙ୍କୁ ଅବୈତନିକ ଛୁଟି ଦେବାକୁ ନିଷ୍ପତ୍ତି ନେଇଛି। 

ବିମାନ କମ୍ପାନୀ ନିଷ୍ପତ୍ତି ଅନୁସାରେ ମାସିକ ୫୦ ହଜାରରୁ ଅଧିକ ବେତନ ପାଉଥିବା କର୍ମଚାରୀଙ୍କୁ କମ୍ପାନୀ ଏବେ ବିନା ବେତନରେ ୩ ମାସ ପର୍ଯ୍ୟନ୍ତ ଛୁଟି ଯିବାକୁ କହିବେ। ସେହିପରି କମ୍ପାନୀ ଏପ୍ରିଲ ମାସର ବେତନ କର୍ମଚାରୀଙ୍କୁ ସେହି ଦିନ ପର୍ଯ୍ୟନ୍ତ ଦେବେ ଯେଉଁଦିନ ଯାଏଁ ସେମାନେ କାର୍ଯ୍ୟ କରିଛନ୍ତି। କାର୍ଯ୍ୟ କରିନଥିବା ଦିନଗୁଡିକର ବେତନ କର୍ମଚାରୀଙ୍କୁ ଦେଇ ପାରିବନି ବୋଲି କମ୍ପାନୀ କହିଛି।

ଲକଡାଉନ୍ ଯୋଗୁ ହୋଇଥିବା ବାଣିଜ୍ୟିକ କ୍ଷତି କମ୍ପାନୀକୁ ଦୋହଲାଇ ଦେଇଛି। ଏଣୁ ଲକଡାଉନ୍ ହଟିବା ପରେ ଓ ବିମାନ ସେବା ପୁଣି ଆରମ୍ଭ ହେଲେ ପରିସ୍ଥିତିର ପରିବର୍ତ୍ତନ ସହ କମ୍ପାନୀ ନୀତିରେ ପରିବର୍ତ୍ତନ କରିବେ। ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟଙ୍କ ସୂଚନା ଅନୁସାରେ ଏବେ ସାରା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୫ ହଜାର ପାର କରିଗଲାଣି। ଏମାନଙ୍କ ମଧ୍ୟରୁ ୧୨ହଜାର ୯୭୪ କରୋନା ପଜେଟିଭ ଥିବା ବେଳେ ୨ହଜାର ୨୩୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏପର୍ଯ୍ୟନ୍ତ ଦେଶରେ କରୋନା ସଂକ୍ରମିତଙ୍କ ମୋଟ ମୃତ୍ୟୁ ସଂଖ୍ୟା ୫୦୭ ରହିଛି।

   Related Posts