ଅବତରଣ ବେଳେ ରନଓ୍ବେରୁ ବାହାରକୁ ଚାଲିଗଲା ବିମାନ, ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲେ ଯାତ୍ରୀ

Published By : Prameya-News7 Bureau | July 02, 2019 IST

ମୁମ୍ବାଇ ୨|୭:  ମୁମ୍ବାଇ ବିମାନବନ୍ଦରରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ସ୍ପାଇସ ଜେଟର ବିମାନ | ଗତକାଲି ରାତିରେ ଜୟପୁରରୁ ମୁମ୍ବାଇକୁ ଆସୁଥିବା ବିମାନ ରନୱେରୁ ବାହାରକୁ ଚାଲିଯାଇଥିଲା | ପ୍ରବଳ ବର୍ଷା ଫଳରେ ରନୱେରେ ପାଣି ଭର୍ତ୍ତି ହୋଇଯାଇଥିବାରୁ ରନ୍‌ୱେରୁ ଖସି ଯାଇଥିଲା ବିମାନ | ଏହି ଦୁର୍ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି | ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇ ବିମାନବନ୍ଦରକୁ ଆସୁଥିବା ବିମାନକୁ ନିକଟସ୍ଥ ଏୟାରପୋର୍ଟରେ ଅବତରଣ କରିବାକୁ କୁହାଯାଇଛି |

ସହରର ବିଭିନ୍ନ ସ୍ଥାନରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଥିବାରୁ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ-କଲେଜ ବନ୍ଦ କରି ଦିଆଯାଇଛି । ଟ୍ରେନ୍ ଲାଇନ୍ ଠାରୁ ଆରମ୍ଭ କରି ରାସ୍ତା ଉପରେ ପାଣି ଲହଡି ମାରୁଛି । ରେଳ ଧାରଣା ଉପରେ ପାଣି ଚାଲୁଥିବାରୁ ଅନେକ ଟ୍ରେନ୍ ଯାତାୟତ ରଦ୍ଦ କରି ଦିଆଯାଇଛି । ଲୋକାଲ ଟ୍ରେନ ଯାତାୟତ ବାଧାପ୍ରାପ୍ତ ହୋଇଛି । ଆଜି ବି ମୁଷଳ ଧାରାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ କରିଛି । ମୁମ୍ବାଇରେ ସମସ୍ତ ଅଫିସ ଛୁଟି ଘୋଷଣା କରି ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.