ସ୍ପାଇସ୍‌ଜେଟ୍‌ ଦେବ ମାଗଣା ଟିକେଟ୍‌, କାହିଁକି ଓ କାହାକୁ

Published By : Prameya-News7 Bureau | February 04, 2020 IST

ନୂଆଦିଲ୍ଲୀ ୦୪।୦୨: ଲୋକତନ୍ତ୍ରରେ ଭୋଟ ଦେବାର ଅଧିକାର ସମସ୍ତ ନାଗରିକଙ୍କର ଅଛି । ସାଧାରଣତଃ ଭୋଟର ମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ ଭିନ୍ନ ଭିନ୍ନ ପ୍ରକାର ଆଶ୍ବସନା , ପ୍ରଲୋଭନ ଦେଖାଇଥାନ୍ତି । ତେବେ ଆସନ୍ତା ୮ତାରିଖରେ ହେବାକୁ ଥିବା ଦିଲ୍ଲୀ ବିଧାନସଭା ପାଇଁ ପ୍ରଚାର ଜୋରଦାରରେ ଚାଲିଛି । କିନ୍ତୁ ଠିକ୍ ଏହି ସମୟରେ ବିମାନସେବାକାରୀ କମ୍ପାନୀ ସ୍ପାଇସଜେଟ୍‌ ଭୋଟରମାନଙ୍କୁ ଏକ ଅଫର ଦେଇଛି ।

{"id":220024,"sizeSlug":"large"}

ଘରୋଇ ଏୟାରଲାଇନ୍ସ କମ୍ପାନୀ ସ୍ପାଇସଜେଟ୍ ମାଗଣାରେ ବିମାନ ଟିକେଟ ଦେବା ପାଇଁ ଘୋଷଣା କରିଛି । ଯେଉଁ ଲୋକମାନଙ୍କ ନାମ ଦିଲ୍ଲୀ ଭୋଟର ତାଲିକାରେ ରହିଛି, ସେମାନେ ନିଜର ଭୋଟ ଦେବାପାଇଁ ଯଦି ରାଜଧାନୀ ଆସିବାକୁ ଚାହୁଁଛନ୍ତି, ତେବେ  ସେମାନଙ୍କୁ ସ୍ପାଇସଜେଟ୍ ମାଗଣାରେ ଟିକେଟ ଦେବ। ଦିଲ୍ଲୀ ଭୋଟରଙ୍କ ମାଗଣାରେ ଟିକେଟ ଦେବା  ଅଭିଯାନକୁ ସ୍ପାଇସଜେଟ୍ ଡେମୋକ୍ରାସି ନାମରେ ନାମିତ କରିଛି।

{"id":220026,"sizeSlug":"large"}

ଏୟାରଲାଇନ୍ସ କମ୍ପାନୀ ପକ୍ଷରୁ ନିଜ ଟ୍ବିଟର ଜରିଆରେ କହିଛି ଯେ, ଲୋକତନ୍ତ୍ରର ଅଂଶ ହେବାପାଇଁ ଆମକୁ କୌଣସି ବାଧାବାଘ୍ନି ଅଟକାଇ ପାରିବ ନାହିଁ। ତେବେ ଦିଲ୍ଲୀ ଆସୁବାକୁ ଇଚ୍ଛୁକ ଥିବା ଯାତ୍ରୀମାନେ ଓ୍ବେବସାଇଟ ଜରିଆରେ ରେଜିଷ୍ଟ୍ରେସନ କରିପାରିବେ ।  ଓ୍ବେବସାଇଟରେ ମାଧ୍ୟମରେ ଆପଣାମାନେ ୩୦ ଜାନୁଆରୀରୁ ୮ ଫେବୃଆରୀ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ୍ କରିପାରିବେ । ତେବେ ଭୋଟରମାନଙ୍କ ପାଇଁ କିଛି ସର୍ତ୍ତ ରହିଛି । ଯେପରି ସେ, କାହିଁକି ଦିଲ୍ଲୀରେ ଭୋଟ ଦେବାକୁ ଚାହାନ୍ତି। ତାହା କହିବାକୁ ମଧ୍ୟ ପଡିବ ।

{"id":220031,"width":573,"height":332,"sizeSlug":"large"}

ଭୋଟରମାନଙ୍କ  ୭ କିମ୍ବା ୮ ଫେବୃଆରୀରେ ଦିଲ୍ଲୀ ଆସିବାକୁ ପଡିବ  । ଏବଂ ୮ କିମ୍ବା ୯ ତାରିଖରେ ଦିଲ୍ଲୀ ଛାଡିବାକୁ ପଡିବ । ଏହାଛଡା ଆହୁରି କିଛି ସର୍ତ୍ତ ଭୋଟରମାନଙ୍କ ପାଇଁ ରଖାଯାଇଛି ।  ତେବେ ଯାତ୍ରୀମାନଙ୍କ ପ୍ରଥମେ ଟଙ୍କା ଦେବାକୁ ପଡିବ । ଯାତ୍ରୀ ୮ ଫେବୃଆରୀରେ ଦିଲ୍ଲୀ ଆସୁଛନ୍ତି ଓ ତାଙ୍କୁ ସେହି ଦିନ ଫେରିବାକୁ ପଡେ ,  ତେବେ ତାଙ୍କୁ ସମ୍ପୂର୍ଣ୍ଣ ଟଙ୍କା ଫେରାଇ ଦିଆଯିବ। ଯଦି ଯାତ୍ରୀ ୭ ଫେବୃଆରୀରେ ଆସି ୯ରେ ଫେରନ୍ତି,  ତେବେ ତାଙ୍କୁ ଗୋଟିଏ ପଟର ଯାତ୍ରା ପାଇଁ  ଟଙ୍କା ଦେବାକୁ ପଡିବ ।

{"id":220029,"sizeSlug":"large"}

ଆସନ୍ତା ୮ତାରିଖରେ ୭୦ଟି ବିଧାନସଭା ଆସନ ପାଇଁ ମତଦାନ ହେବ । ଫେବୃଆରୀ ୧୧ରେ ଫଳାଫଳ ଘୋଷଣା କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.