ଆସନ୍ତା ୨୫ରୁ ଝାରସୁଗୁଡା ବିମାନ ବନ୍ଦରରୁ ସ୍ପାଇସ୍ ଜେଟ୍ ବିମାନ ଉଡାଣ ବନ୍ଦ

Published By : Prameya-News7 Bureau | July 19, 2019 IST

ଝାରସୁଗୁଡା ୧୯|୭:  ଆସନ୍ତା ୨୫ରୁ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ସ୍ପାଇସ ଜେଟ୍ ପକ୍ଷରୁ ଉଡାଣ ଯୋଜନାରେ ଚାଲୁଥିବା ନୂଆଦିଲ୍ଲୀକୁ ବିମାନ ଉଡାଣ ବନ୍ଦ ହେବ । ଏ ନେଇ ସ୍ପାଇସ୍ ଜେଟ୍ କମ୍ପାନୀ ନିଷ୍ପତ୍ତି ନେଇଥିବା ଜଣାପଡିଛି ।

{"id":135328}

ଝାରସୁଗୁଡା ବିମାନବନ୍ଦରରେ ପାଗ ଖରାପ ସମୟରେ ଦିଗ ନିର୍ଣ୍ଣାୟକ ଯନ୍ତ୍ର, ଲଗାଯାଇ ନଥିବାରୁ ମାସକ ମଧ୍ୟରେ ଅଧିକାଂଶ ଦିନ ବିମାନ ଉଡାନକୁ ବାତିଲ କରିବାକୁ ପଡ଼ୁଛି । ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ତ୍ରୁଟିରୁ  ସ୍ପାଇସ୍ ଜେଟ୍ କମ୍ପାନୀ ପ୍ରତି ଯାତ୍ରୀ ଆସ୍ଥା ହରାଉଥିବା କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି ।

{"id":135329}

ଫଳରେ ଆସନ୍ତା ୨୫ ରୁ ପ୍ରଥମେ ନୂଆଦିଲ୍ଲୀକୁ ବିମାନ ଉଡାଣ ବନ୍ଦ କରାଯିବ । ପରେ ହାଇଦ୍ରାବାଦ ଓ କୋଲକାତାକୁ ବିମାନ ସେବା ବନ୍ଦ ନେଇ ପରବର୍ତ୍ତି ସମୟରେ ନିଷ୍ପତ୍ତି ନେବ ବୋଲି ଜଣାପଡ଼ିଛି । ଏ ସଂକ୍ରାନ୍ତରେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ନିକଟରେ କୌଣସି ସୂଚନା ନଥିବା କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.