କରୋନା ଇମ୍ପାକ୍ଟ : ସ୍ପାଇସଜେଟ୍ କର୍ମଚାରୀଙ୍କ ୫୦ ପ୍ରତିଶତ ଦରମା କଟିଲା

Published By : Prameya-News7 Bureau | May 02, 2021 IST

ନୂଆଦିଲ୍ଲୀ୨/୫: କରୋନା ପାଇଁ ପୁଣି ବିଗିଡିବାରେ ଲାଗିଛି ଦେଶର ଅର୍ଥନୀତି । ବିଭିନ୍ନ ସ୍ଥାନରେ କାମ କରୁଥିବା କର୍ମଚାରୀଙ୍କ ଉପରେ ଏହାର ପ୍ରଭାବ ପଡିଛି । ବିଶେଷ କରି କର୍ପୋରେଟ ସେକ୍ଟରରେ ବଡ ଘାଟା ହୋଇଛି । ଛୋଟ ବଡ କମ୍ପାନୀ ନିଜର ବେପାର ମାନ୍ଦା ଥିବାରୁ କର୍ମଚାରୀଙ୍କୁ ଦରମା କାଟିବାରେ ଲାଗିଛନ୍ତି । ଏ କ୍ଷେତ୍ରରେ ସାମିଲ ହୋଇଛି ଭାରତର କିମ୍ୱଦନ୍ତୀ ଏୟାରଲାଇନ୍ସ ସଂସ୍ଥା ସ୍ପାଇସଜେଟ୍ ।

ଏପ୍ରିଲ ମାସର ଦରମାରୁ ୧୦ରୁ ୫୦ ପ୍ରତିଶତ କାଟିଛି ସଂସ୍ଥା । ସଂସ୍ଥା ପକ୍ଷରୁ କୁହାଯାଇଛି ସ୍ପାଇସଜେଟର ଚେୟାରପର୍ସନ ତଥା ମ୍ୟାନେଜିଂ ଡାଇରେକ୍ଟର ଅଜୟ ସିଂହ ଏପ୍ରିଲ ମାସରେ ଦରମା ନେଇନାହାଁନ୍ତି । ସୂଚନା ଥାଉକି କରୋନା ମାଡରେ ବେଶି ପ୍ରଭାବିତ ହୋଇଛି ବିମାନସେବା । ମହାମାରୀର ପ୍ରଥମ ଲହରରେ ବହୁତ କ୍ଷତି ହୋଇଥିଲା । ହେଲେ ଏଥର ୨ୟ ଲହରରେ ଅଣ୍ଟା ସଳଖିବା ମୁସ୍କିଲ ହୋଇପଡିଛି । ବିମାନ ଚଳାଚଳ ବି ବନ୍ଦ ରହିଛି । ଏସବୁକୁ ଦୃଷ୍ଟିରେ ରଖି ସଂସ୍ଥା ପକ୍ଷରୁ ଏଭଳି ନିଷ୍ପତ୍ତି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.