ନୂଆଦିଲ୍ଲୀ ୦୬/୧୨: କିଛି ଦିନ ପୂର୍ବରୁ ଇଣ୍ଡିଗୋ ଏୟାର ହୋଷ୍ଟେସଙ୍କ ଖାଲି ବିମାନରେ ମାନିକେ ମାଗେ ହିଥେ ଗୀତରେ ଡ୍ୟାନ୍ସ କରୁଥିବାର ଭିଡିଓ ଭାଇରାଲ୍ ହୋଇଥିଲା। ସେବେଠାରୁ ଭାଇରାଲ ଗୀତରେ ଡ୍ୟାନ୍ସ କରୁଥିବା ଏୟାର ହୋଷ୍ଟେସଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଧମାଲ କରୁଛି। ବର୍ତ୍ତମାନ ଏହିପରି ଆଉ ଏକ ଭିଡିଓ ସାମ୍ନାକୁ ଆସିଛି।
wp:html/wp:html
ସ୍ପାଇସଜେଟ୍ ଏୟାର ହୋଷ୍ଟେସ୍ ଉମା ମୀନାକ୍ଷୀ, ଯିଏକି ପୂର୍ବରୁ ନଭରାଇ ମାଝି ଗୀତରେ ଡ୍ୟାନ୍ସ କରୁଥିବାର ଭିଡିଓ ପୋଷ୍ଟ କରିଥିଲେ। ଏବେ ସେ ଆଉ ଏକ ନୂଆ ଭିଡିଓ ପୋଷ୍ଟ କରିଛନ୍ତି। ନୂଆ ଭିଡିଓରେ ଉମା ବିମାନବନ୍ଦରରେ ଲେଜି ଲାଡ ଗୀତରେ ଡ୍ୟାନ୍ସ କରୁଥିବା ଦେଖାଯାଇଛି। ଯାହାକୁ ନେଟେନିଜେନ୍ସ ଖୁବ୍ ପସନ୍ଦ କରୁଛନ୍ତି।
wp:html/wp:html
କିଛି ଦିନ ପୂର୍ବରୁ ଆରମ୍ଭ ହୋଇଥିବା ଏକ ଚ୍ୟାଲେଞ୍ଜ ହେତୁ ସୋସିଆଲ୍ ମିଡିଆ ୟୁଜର୍ସ ଏହି ଗୀତକୁ ଖୁବ୍ ପସନ୍ଦ କରୁଛନ୍ତି। ଉମା ଏହି ଚ୍ୟାଲେଞ୍ଜର ସାମ୍ନା କରି ଭିଡିଓ ଅପଲୋଡ କରିଛନ୍ତି। ଏହି ଭିଡିଓଟି ୫୩,୦୦୦ ରୁ ଅଧିକ ଭ୍ୟୁଜ୍ ପାଇଛି। ନେଟିଜେନ୍ସ ଉମାଙ୍କୁ ଟ୍ୱିଟ୍ କରି ବିଭିନ୍ନ କମେଣ୍ଟ ଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି, “ୱା, ସୁନ୍ଦର ନୃତ୍ୟ ପ୍ରଦର୍ଶନ। ସେହିପରି ଅନ୍ୟ ଜଣେ ୟୁଜର୍ ଲେଖିଛନ୍ତି, “ଅଦ୍ଭୁତ” ।