ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ୩ଟି ସ୍ଥାନକୁ ଉଡିବ ସ୍ପାଇସ ଜେଟ ବିମାନ

Published By : Prameya-News7 Bureau | February 27, 2019 IST

ଝାରସୁଗୁଡା  ୨୭/୨: ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ୩ଟି ସ୍ଥାନକୁ ଉଡିବ ସ୍ପାଇସ ଜେଟ ବିମାନ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ତରଫରୁ ଉଡାନ ଯୋଜନା ଅନ୍ତର୍ଗତ  ଏହି ବିମାନ ଚଳାଚଳର ଟିକଟ ବିକ୍ରି  ଆଜିଠୁ ଆରମ୍ଭ କରିଛି ସ୍ପାଇସ ଜେଟ। ଏହି ବିମାନ ଚଳାଚଳ ସେବା ୩୧ ମାର୍ଚ୍ଚରୁ ଆରମ୍ଭ ହେବ। ସ୍ପାଇସ ଜେଟର ବିମାନ ଦିଲ୍ଲୀ,  ହାଇଦ୍ରାବାଦ ଏବଂ କୋଲକାତାକୁ ଉଡିବ। ଏବଂ ଦିଲ୍ଲୀ, ହାଇଦ୍ରାବାଦ ଏବଂ କୋଲକାତାରୁ ପୁଣି ଝାରସୁଗୁଡ଼ାକୁ ଫେରିବ।

ଏନେଇ କନଷ୍ଟିଟ୍ୟୁସନ କ୍ଲବରେ ଅନୁଷ୍ଠିତ  ହୋଇଥିଲା ସାମ୍ବାଦିକ ସମ୍ମିଳନୀ। ମୁଖ୍ୟଅତିଥି  ଭାବେ ପେଟ୍ରୋଲିୟମ ଓ ସ୍କିଲ ଡେଭେଲପମେଣ୍ଟ  ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ଏହି ଅବସରରେ ସ୍ପାଇସ ଜେଟର ଚେୟାରମେନ ଉପସ୍ଥିତ ଉପସ୍ଥିତ ରହି ବିମାନ ଚଳାଚଳ ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। ଏହା ସହ ଆଗାମୀ ଦିନରେ ଭୁବନେଶ୍ବର,  ମୁମ୍ବାଇ,  ରାଏପୁରକୁ ସଂଯେଗ  ମଧ୍ୟ ଝାରସୁଗୁଡା ବିମାନବନ୍ଦର ସହ ସଂଯୋଗ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.