ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦେଉଥିବା ଏସପିଜିର ବଜେଟ୍ ୬୦୦କୋଟି ଟଙ୍କା

Published By : Prameya-News7 Bureau | February 03, 2020 IST

ନୂଆଦିଲ୍ଲୀ ୩/୨: ଏବର୍ଷ ବଜେଟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ନିୟୋଜିତ ସ୍ପେଶାଲ୍ ପ୍ରୋଟେକ୍ସନ ଗ୍ରୃପ୍ (ଏସପିଜି) ପାଇଁ ୬୦୦କୋଟି ଟଙ୍କାର ଆବଣ୍ଟନ କରାଯାଇଛି। ପ୍ରଥମେ ଏସପିଜିର ବଜେଟ୍ ୫୪୦କୋଟି ଟଙ୍କା ଥିଲା। ଗତ ବର୍ଷ ବଜେଟରେ ଏହାକୁ ୪୨୦କୋଟିରୁ ବଢ଼ାଇ ପାଖାପାଖି ୫୪୦କୋଟି ଟଙ୍କା କରାଯାଇଥିଲା। ବର୍ତ୍ତମାନ କେବଳ ପ୍ରଧାନମନ୍ତ୍ରୀଙ୍କ ପାଖରେ ୩୦୦ଯବାନ ଥିବା ଏସପିଜି ସୁରକ୍ଷା ରହିଛି।

{"id":219566,"width":592,"height":367,"sizeSlug":"large"}

କଂଗ୍ରେସ୍ ନେତା ସୋନିଆ ଗାନ୍ଧୀ,ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଗତ ବର୍ଷ ନଭେମ୍ବର ଯାଏଁ ଏସପିଜି ସୁରକ୍ଷା ମିଳିଥିଲା। ଏସପିଜି ଅଧିନିୟମ ସମୀକ୍ଷା ପରେ ତାଙ୍କଠୁ ଏହି ସୁରକ୍ଷା ବ୍ୟବସ୍ଥା ନିଆଯାଇଥିଲା। କୁହାଯାଇଥିଲା ଯେ ଗାନ୍ଧୀ ପରିବାର ଦ୍ବାରା ସୁରକ୍ଷା ପ୍ରୋଟୋକଲର ଉଲ୍ଲଙ୍ଘନ କରାଯାଉଛି।

{"id":219567,"width":588,"height":387,"sizeSlug":"large"}

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କଠୁ ମଧ୍ୟ ଅଗଷ୍ଟରେ ଏସପିଜି ସୁରକ୍ଷା ନିଆଯାଇଥିଲା। ଏହା ପୂର୍ବରୁ ଦୁଇ ଜଣ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡ଼ା ଏବଂ ବିପି ସିଂହଙ୍କଠୁ ମଧ୍ୟ ଏହି ସୁରକ୍ଷା ନେଇ ନିଆଯାଇଛି। ଏସପିଜି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାର ବର୍ଷେ ପରେ ୧୯୮୫ମସିହାରେ ଆରମ୍ଭ କରାଯାଇଥିଲା। ସୁରକ୍ଷା ଏଜେନ୍ସିକୁ ପ୍ରଧାନମନ୍ତ୍ରୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବ ଦିଆଗଲା।

{"id":219568,"width":595,"height":335,"sizeSlug":"large"}

୧୯୯୧ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ପରେ ଏସପିଜି ସୁରକ୍ଷା ଗାନ୍ଧୀ ପରିବାର ପାଇଁ ବଢ଼ାଇ ଦିଆଯାଇଥିଲା। ୧୯୯୯ମସିହାରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ବ ଥିବା ଏନଡିଏ ସରକାର ଏସପିଜିର ସଞ୍ଚାଳନର ସମୀକ୍ଷା କରିବାର ନିଷ୍ପତ୍ତି ନେଇଥିଲା। ଏହା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିହ୍ମା ରାଓ,ଏଚଡି ଦେବଗୌଡ଼ା ଏବଂ ଇନ୍ଦ୍ରକୁମାର ଗୁଜରାଲଙ୍କଠୁ ଏହି ସୁରକ୍ଷା ନେଇ ନିଆଯାଇଥିଲା।

{"id":219569,"width":591,"height":190,"sizeSlug":"large"}

ବାଜପେୟୀ ସରକାର ୨୦୦୩ମସିହାରେ ପୁଣି ଥରେ ଏସପିଜି ଅଧିନିୟମର ସମୀକ୍ଷା କରିଥିଲେ ଏବଂ ସଂଶୋଧନ କରିଥିଲେ। ଏହା ପରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ୧୦ବର୍ଷ ପାଇଁ ମିଳୁଥିବା ସୁରକ୍ଷାକୁ କମ୍ କରି ବର୍ଷେ କରି ଦିଆଗଲା। ଏହା ସହ ବାର୍ଷିକ ସମୀକ୍ଷା ଆଧାରରେ ସୁରକ୍ଷା କଭର ବଢ଼ାଇବାର ବ୍ୟବସ୍ଥା କରି ଦିଆଗଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.