ଲକଡାଉନବେଳେ ଘରେ ବସି କିଭଳି କରିବେ ସମୟର ସଠିକ୍ ଉପଯୋଗ : ଜାଣନ୍ତୁ ଏହି ରିପୋର୍ଟରୁ

Published By : Prameya-News7 Bureau | April 07, 2020 IST

ଏବେ ଆପଣ ବାହାରକୁ ବାହାରି ପାରିବେ ନାହିଁ। ଆମକୁ ଭିତରେ ବସିବାର ଅଛି। ଅନେକ ଲୋକ ଏହାର ଅର୍ଥ ଭାବି ନେଇଛନ୍ତି ଯେ ସବୁବେଳେ ଓ୍ବେବସିରିଜ କିମ୍ବା ଟିଭି ଦେଖିବା ଏବଂ ସୋସିଆଲ ମିଡିଆରେ ଫାଲତୁ ଖବରକୁ ଏପଟ ସେପଟ କରିବା। ଏବେ ଅଧିକାଂଶ ଲୋକ ସମୟ କିପରି କାଟିବେ,ଏବିଷୟରେ ଚିନ୍ତା କରୁଛନ୍ତି। ଏହା ଆପଣଙ୍କ ଜୀବନର ସବୁଠୁ ଶକ୍ତିଶାଳୀ ଏବଂ କ୍ରାନ୍ତିକାରୀ ସମୟ ହୋଇପାରେ। ଆପଣ ପ୍ରତ୍ୟେକ ଦିନକୁ ୩ଭାଗରେ ବିଭକ୍ତ କରି ପାରିବେ।

୧. ବ୍ୟକ୍ତିଗତ ଶ୍ରେଷ୍ଠତା : ବ୍ୟକ୍ତିତ୍ବର ୩ଟି ଭାଗ ହୋଇଥାଏ- ମସ୍ତିଷ୍କ,ଶରୀର ଏବଂ ଅନ୍ତରାତ୍ମା। ଏହି ୩ଟିର ଶ୍ରେଷ୍ଠତା ପାଇଁ ଆମେ ପ୍ରତି ଦିନ ୩ଘଣ୍ଟା ବାହାର କରିବା। ମନ୍ତିଷ୍କ ପାଇଁ ଭଲ ବହି ପଢ଼ିବା। ପ୍ରତିଦିନ ଅତି କମରେ ୫୦ପୃଷ୍ଠା ପଢ଼ିବାର ପ୍ରୟାସ କରିବା। ଶରୀର ପାଇଁ ଘରେ ଅତ୍ୟଧିକ କସରତ କରିବା  ଯେତେବେଳ ଯାଏଁ ଝାଳ ନ ବାହାରିଛି। ଅନ୍ତରାତ୍ମା ପାଇଁ କିଛି ସମୟ ଧ୍ୟାନ କରନ୍ତୁ।

୨. ବ୍ୟବସାୟ ଏବଂ କ୍ୟାରିୟର : ଏବେ ବ୍ୟବସାୟ ବନ୍ଦ ରହିଛି କିନ୍ତୁ ଆପଣଙ୍କ ମସ୍ତିଷ୍କ ତ ଚାଲୁ ରହିଛି। ପ୍ରତି ଦିନ ୩ଘଣ୍ଟା ଏହି କ୍ଷେତ୍ର ପାଇଁ ଧାର୍ଯ୍ର୍ୟ କରନ୍ତୁ। ନିଜ ଫାଇଲ୍ ଏବଂ କାଗଜପତ୍ରକୁ ଠିକଭାବେ ରଖନ୍ତୁ। ନିଜ ବ୍ୟାବସାୟିକ କ୍ଷେତ୍ରରେ ନୂଆ ସୁଧାର ଉପରେ ଲକ୍ଷ୍ୟ କରନ୍ତୁ। ନିଜ କ୍ୟାରିୟର ଏବଂ ବ୍ୟବସାୟରେ ନୂଆ ପଲିସି ଏବଂ ପ୍ରୋସେସ କରିବା ଉପରେ କାମ କରନ୍ତୁ। ଯଦି ଆପଣଙ୍କୁ ଏବେ ସୁଦ୍ଧା ଆପଣଙ୍କ କ୍ୟାରିୟରରେ ବାଞ୍ଛିତ ସଫଳତା ମିଳିନାହିଁ ତେବେ ଏହି ସମୟରେ ସେପରି ଭିଡିଓ ଦେଖନ୍ତୁ,ସେପରି ପୁସ୍ତକ ପଢ଼ନ୍ତୁ,ଅନଲାଇନ୍ କୋର୍ସ କରନ୍ତୁ ଯାହା ଆପଣଙ୍କ ମାର୍ଗ ଦର୍ଶନ କରିବ।

୩. ପରିବାର : ପ୍ରତି ଦିନ ନିଜ ପିଲାଙ୍କୁ କ୍ବାଲିଟି ଟାଇମ୍ ଦିଅନ୍ତୁ,ତାଙ୍କୁ ଭଲ କାହାଣୀ ଶୁଣାନ୍ତୁ,ତାଙ୍କ କଥାକୁ ଧୈର୍ଯ୍ୟର ସହ ଶୁଣନ୍ତୁ ଏବଂ ନିଜ ଜୀବନର ଅନୁଭବକୁ ତାଙ୍କ ସହ ସେୟାର କରନ୍ତୁ। ତାଙ୍କୁ ମଧ୍ୟ ଘରେ ବସି ଅନେକ ଜିନିଷ ଶିଖାନ୍ତୁ। ନିଜ ବୟସ୍କ ବାପା ମାଆଙ୍କ ସହ ମଧ୍ୟ ସମୟ ବିତାନ୍ତୁ। ଆପଣ ନିଜ ଜୀବନସାଥୀଙ୍କ କାମରେ ସାହାଯ୍ୟ କରି ପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.