୨ଟି ବାଇକ୍ ଉପରେ ମାଡିଗଲା ହାଇୱା, ୧ ନାବାଳକ ସମେତ ୩ ବାଇକ୍ ଆରୋହୀଙ୍କ ମୃତ୍ୟୁ

Published By : Prameya-News7 Bureau | August 02, 2019 IST

କେନ୍ଦ୍ରାପଡ ୨।୮: ପଟ୍ଟାମୁଣ୍ଡାଇରୁ ୪୦ କିଲୋମିଟର ଦୂର ରାଜନଗର ଜଳି ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ଦ୍ରୁତଗାମୀ ହାଇୱା ୨ଟି ବାଇକ୍ ରେ ଯାଉଥିବା ୩ ଜଣଙ୍କ  ଉପରେ ମାଡି ଯାଇ ରାସ୍ତାକଡକୁ ଓଲଟି ପଡିଛି। ଫଳରେ ବାଇକ୍ ରେ ଯାଉଥିବା ଏକ ନାବାଳକ ସମେତ ୩ଜଣଙ୍କ ମୃତ୍ୟୁ ହୋଇଛି।

{"id":140123,"width":575,"height":324}

ଦୁର୍ଘଟଣାରେ ମୃତକଙ୍କ ଚିହ୍ନଟ ହୋଇ ପାରିନାହିଁ। ୨ଟି ବାଇକ୍ ହାଇୱା ତଳେ ଦବି ରହିଥିବା ବେଳେ ଅନ୍ୟ ବାଇକଟି ଚୁରମାର ହୋଇ ଯାଇଛି। ଏଣୁ ବାଇକ୍  ଅଥବା ଚାଳକଙ୍କ ଚିହ୍ନଟ ସମ୍ଭବ ହୋଇପାରି ନାହିଁ। ଦୁର୍ଘଟଣା ପରେ ପରେ ସ୍ଥାନୀୟ ଲୋକେ ପହଞ୍ଚି ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ତେବେ ଘଟଣାସ୍ଥଳରେ ସମସ୍ତଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ହାଇୱା ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.