ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଲା କାର: ଅଧାରେ ରହିଗଲା ଦେବୀ ଦର୍ଶନ, ଗୋଟିଏ ପରିବାରର ୫ ମୃତ

Published By : Prameya-News7 Bureau | November 07, 2021 IST

ଜୟପୁର ୦୭/୧୧: ଦ୍ରୁତ ଗତି ମହାବିପତ୍ତି ! ଦ୍ରୁତ ଗତିରେ ଆସୁଥିବା କାର ଓଲଟି ପଡ଼ିବାରୁ ଗୋଟିଏ ପରିବାରର ୫ମୃତ । ରାଜସ୍ଥାନର ଜୈସଲାମେରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କରରେ ବସି ପରିବାର ଲୋକେ ତନୋଟ ମାତା ମନ୍ଦିର ଦର୍ଶନ ପାଇଁ ଯାଉଥିଲେ। ସେତେବେଳେ ସେମାନଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଶବଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ମୃତକମାନେ ଗୋଟିଏ ପରିବାରର ଥିଲେ । ପରିବାର ଶ୍ରୀଗଙ୍ଗାନଗରରୁ କାର ଯୋଗେ ଯାଉଥିଲେ। କାରର ବେଗ ବହୁ ଅଧିକ ଥିଲା। ବୋଧହୁଏ କାର ଉପରୁ ଡ୍ରାଇଭର ନିୟନ୍ତ୍ରଣ ହରାଇଦେଇଥି​‌ଲେ। ଏହା ପରେ ଅନିୟନ୍ତ୍ରିତ କାର ଓଲଟିପଡ଼ିଥିଲା। ଦୁର୍ଘଟଣା ଏବେ ଭୟଙ୍କର ଥିଲା ​‌ଯେ କାରଟି ସମୂର୍ଣ୍ଣ ଭାଙ୍ଗିରୁଜି ଚୂରମାର ହୋଇଯାଇଛି ।

ଘଟଣାସ୍ଥଳରେ ପ୍ରଥମେ ସୀମା ସୁରକ୍ଷା ବଳର  ଯବାନମାନେ ପହଞ୍ଚିଥିଲେ। ଯବାନଙ୍କ ସହାୟତାରେ ଦୁଇ ମହିଳାଙ୍କୁ  ରାମଗଡ଼ ହସ୍ପିଟାଲ ପହଞ୍ଚାଯାଇଥିଲା। କିନ୍ତୁ ସେଠାରେ ସେମାନଙ୍କ ମୃତ୍ୟୁ ହୋଇଥିଲା । ପରେ ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ କାରରେ ଫସି ରହିଥିବା ଶବଗୁଡ଼ିକୁ ବାହର କରିଥିଲା । ଦୁର୍ଘଟଣା ଖବର ଶୁଣି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶୋକ ପ୍ରକାଶ କରିଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.