Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ତୃତୀୟ ଲହର ଆସିବା​‌ ପୂର୍ବରୁ କେନ୍ଦ୍ର ସରକାର ତତ୍ପର : ଜୁଲାଇ ମାସରେ ଟିକାକରଣ ଟାର୍ଗେଟ୍ ୯୫ ପ୍ରତିଶତ ପୂରଣ, ଆସନ୍ତା ଦିନରେ ଆହୁରି ହେବ ବ୍ୟାପକ

1/08/2021 at 10:04 PM

ନୂଆଦିଲ୍ଲୀ ୦୧/୦୮ : କରୋନା ମହାମାରୀକୁ ରୋକିବା ପାଇଁ ଟିକାକରଣକୁ ବ୍ୟାପକ କରୁଛନ୍ତି କେନ୍ଦ୍ର ସରକାର । ଦେଶରେ ଦ୍ରୁତ ଗତିରେ ଜାରି ରହିଛି ଭ୍ୟାକସିନେସନ୍‌ । ତେବେ ତୃତୀୟ ଲହରକୁ ନେଇ ଆଶଙ୍କା ଦେଖାଦେଇଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଉଛି । ଟିକାକରଣକୁ ନେଇ ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାର ଦେଇଥିବା ଶ୍ବେତ ପତ୍ରରୁ ମାତ୍ର ୨.୮୨ କୋଟି ଡୋଜ୍ ପଛରେ ରହିଯାଇଛନ୍ତି ସରକାର । ଅର୍ଥାତ ଜୁଲାଇ ଶେଷ ସୁଦ୍ଧା ଯେତିକି କୋଡି ଡୋଜ୍‌ ଦେବା କଥା ସେହି ଟାର୍ଗେଟ୍‌ ଠାରୁ ଅଳ୍ପ କିଛି ଦୂରରେ ରହିଯାଇଛନ୍ତି କେନ୍ଦ୍ର ସରକାର ।

ଜୁଲାଇ ଶେଷ ସୁଦ୍ଧା ବିଭିନ୍ନ ଔଷଧ ନିର୍ମାଣକାରୀ ସଂସ୍ଥାଙ୍କ ଠାରୁ ୫୧.୬ କୋଟି ଡୋଜ୍ ଭ୍ୟାକସିନ୍ କେନ୍ଦ୍ର ସରକାରଙ୍କୁ ଦିଆସରିଛି । ତେବେ ଟିକାକରଣ ଲକ୍ଷକୁ ୯୪.୫ ପ୍ରତିଶତ ପୂରଣ ହୋଇଛି । ପୁଣେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍‌ରେ ଟିକା ଉତ୍ପାଦନ ବୃଦ୍ଧି ପାଇଛି । ଯାହା ଫଳରେ ଟିକାକରଣ ଲକ୍ଷ୍ୟ ପାଖାପାଖି ହାସଲ ହୋଇପାରିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି । ଅନୁମାନ କରାଯାଉଥିଲ ଯେ ଜୁଲାଇ ଶେଷ ସୁଦ୍ଧା କେନ୍ଦ୍ରକୁ ୩୮.୬ କୋଟି ଡୋଜ୍‌ ଦେବାର ଥିଲା କିନ୍ତୁ ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ଜୁଲାଇ ୨୫ ତାରିଖ ସୁଦ୍ଧା ହିଁ ୩୯.୧୧ କୋଟି ଟିକା ଦେଇସାରିଥିଲା ସେରମ୍‌ ଇନଷ୍ଟିଚ୍ୟୁଟ୍ ।

ସେପଟେ କିନ୍ତୁ ଭାରତ ବାୟୋଟେକ୍‌କୁ ଦିଆଯାଇଥିବା ଲକ୍ଷ୍ୟ ପୂରଣ ହୋଇ ପାରିନାହିଁ । ଜୁଲାଇ ଶେଷ ସୁଦ୍ଧା ୧୧ କୋଟି ଡୋଜ୍ ଦେବାକୁ କୁହାଯାଇଥିବା ବେଳେ କମ୍ପାନୀ ପକ୍ଷରୁ ମିଳିଛି ମାତ୍ର ୫.୭୯ ଡୋଜ୍‌ ଟିକା । ଯାହାଫଳରେ ଟିକାକରଣରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ, ଜୁଲାଇ ୩୧ ତାରିଖ ସୁଦ୍ଧା ଦେଶର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ୪୮.୭୮ କୋଟି ଡୋଜ୍‌ ଟିକା ଦିଆସରିଛି । ସେଥି ମଧ୍ୟରୁ ୪୬.୭୨ କୋଟି ଡୋଜ୍ ଟିକା ଲୋକମାନଙ୍କୁ ଦିଆସରିଛି । ଟିକାକରଣର ୧୯୭ ତମ ଦିନରେ ମୋଟ ୫୩,୭୨,୩୦୨ ଡୋଜ୍ ଭ୍ୟାକସିନେସନ୍‌ ହୋଇଛି ।

ତେବେ ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ବିଭିନ୍ନ ପଦ​‌କ୍ଷେପ ନେଉଛନ୍ତି କେନ୍ଦ୍ର ସରକାର । ତୃତୀୟ ଲହର ଆସିବା ପୂର୍ବରୁ ହିଁ ଟିକାକରଣକୁ ଅଧିକ ଗୁରୁତ୍ବ ଦିଆଯାଉଛି । ଅଧିକରୁ ଅଧିକ ସଂଖ୍ୟକ ଲୋକଙ୍କୁ ଭ୍ୟାକସିନ୍‌ ଦେବାକୁ ଚେଷ୍ଟା ଜାରି ରହିଛି ।  

   Related Posts