Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଗାଡ଼ି ଚାଳକ ସାବଧାନ ! ସ୍ପିଡ୍‌ ଲିମିଟ୍‌ ଧାର୍ଯ୍ୟ କଲେ ସରକାର, ଅମାନିଆ ଗଣିବେ ତଣ୍ଡ

11/06/2021 at 4:34 PM

ନୂଆଦିଲ୍ଲୀ ୧୧/୬: ଗାଡ଼ି ଚାଳକ ଏବେ ସାବଧାନ !  ଗାଡ଼ିର ବେଗ ଉପରେ ବ୍ରେକ୍‌ ଲଗାଇଲେ ରାଜ୍ୟ ସରକାର। ସ୍ପିଡ୍‌ ଲିମିଟ ସରକାର ଧାର୍ଯ୍ୟ କରିଥିବା ବେଳେ ଏଥିରେ ଖିଲାପ କଲେ ହେବ କାର୍ଯ୍ୟାନୁଷ୍ଠାନ। ଏହା ସହ ମୋଟାଅଙ୍କର ଜରିମାନା ଭରିବେ ଗାଡ଼ି ଚାଳକ । ରାସ୍ତାରେ ଗାଡ଼ି ଚଳାଇବା ବେଳେ ନିୟମ ଉଲ୍ଲଂଘନ କରୁଥିବା ଚାଳକମାନଙ୍କୁ ସାବାଡ କରିବାକୁ ସରକାର ନୂଆ ନିୟମ ଆଣିଛନ୍ତି। ଏହା ପୂର୍ରବୁ ଜରିମାନା ବ୍ୟବସ୍ଥା ଥିଲେ ମଧ୍ୟ ପୁଣି ଥରେ ଏଥିରେ ସଂଶୋଧନ କରାଯାଇଛି।

ସରକାରଙ୍କ ଅନୁସାରେ କଠୋର ନିୟମ ହେଲେ ହିଁ ସଡ଼କ ଦୁର୍ଘଟଣା କମ ହୋଇପାରିବ । ଦିଲ୍ଲୀରେ ଦୁଇ ଏବଂ ଚାରି ଚକିଆ ଯାନ ପାଇଁ  ଭିନ୍ନ ଭିନ୍ନ ସ୍ପିଡ୍‌ ଲିମିଟ୍‌ ଧାର୍ଯ୍ୟ କରିଛନ୍ତି ସରକାର। ସେହିଭଳି ୩ ଚକିଆ ଯାନ ପାଇଁ ମଧ୍ୟ ନୂଆ ସ୍ପିଡ୍‌ ଲିମିଟ୍‌ ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ରାସ୍ତାରେ କାର ପାଇଁ ସ୍ପିଡ୍‌ ଲିମିଟ୍‌ ୬୦-୭୦ କିମି ପ୍ରତି ଘଣ୍ଟା ରଖାଯାଇଛି। ଦୁଇ ଚକିଆ ଯାନ ପାଇଁ ଏହି ସ୍ପିଡ୍‌ ଲିମିଟ୍‌ ୫୦-୬୦ କିମି ପ୍ରତି ଘଷ୍ଟା ଧାର୍ଯ୍ୟ ହୋଇଛି। ଟେମ୍ପୋ ଏବଂ ଅନ୍ୟ ୩ ଚକିଆ ଯାନ ସର୍ବାଧିକ ୪୦ କିମି ପ୍ରତି ଘଣ୍ଟା ବେଗରେ ଗତି କରିପାରିବ।

ଦିଲ୍ଲୀ ଟ୍ରାଫିକ୍‌ ପୋଲିସ ପକ୍ଷରୁ ସ୍ପିଡ୍‌ ଲିମିଟିକୁ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ମିଳିଥିବା ସୂଚନା ଅନୁସାରେ ଡିଏମଡି ଉପରେ କାର ୭୦ କିମି ପ୍ରତି ଘଣ୍ଟା, ବାଇକ୍‌ ୬୦ କିମି ପ୍ରତି ଘଣ୍ଟା ବେଗରେ ଗତି କରିପାରିବ। ସେହିଭଳି ବାରାପୁଲା ବ୍ରିଜ୍‌ ଉପରେ କାର ଏବଂ ବାଇକ୍‌ ଉଭୟ ୬୦ କିମି ପ୍ରତି ଘଣ୍ଟା ବେଗରେ ଗତି କରିପାରିବ। ଦିଲ୍ଲୀରୁ ନୋଏଡା ଟୋଲ୍‌ ରୋଡ୍‌ରେ କାର ୭୦ km/hrରେ ଗତି କରିବାକୁ ଥିବା ବେଳେ ବାଇକ୍‌ ୬୦ ସ୍ପିଡ୍‌ରେ ଦୌଡ଼ିପାରିବ।

ଦିଲ୍ଲୀର ରିଙ୍ଗ ରୋଡ୍‌-ଆଜାଦପୁରରୁ ଚାନ୍ଦନୀ ଚୌକ ଭାୟା ମଡେଲ୍‌ ଟାଉନ କାର ଏବଂ ବାଇକ୍‌ ସ୍ପିଡ୍‌ ୫୦ କିମି ପ୍ରତି ଘଣ୍ଟା ବେଗରେ ଯିବ। ଏୟାରପୋର୍ଟ ରୋଡ୍‌ରେ କାର ଏବଂ ବାଇକ୍‌ ୬୦ ସ୍ପିଡ୍‌ ଗଡ଼ିପାରିବ। ଏହା ସହ ଜନଗହଳି ପୂର୍ଣ୍ଣ ରାସ୍ତା ଏବଂ ବଜାର ଭିତରେ କାର ଏବଂ ବାଇକ ୩୦ କିମି ପ୍ରତି ଘଣ୍ଟା ବେଗରେ ଚାଲିପାରିବ ବୋଲି ଜଣାପଡ଼ିଛି ।

   Related Posts